Grah Gochar 2024: ୨ ଶତ୍ରୁ ଗ୍ରହ ମୁହାଁମୁହିଁ, ୩ ରାଶି ଜୀବନରେ ବଡ଼ ସଙ୍କଟ !
Advertisement
Article Detail0/zeeodisha/odisha2232941

Grah Gochar 2024: ୨ ଶତ୍ରୁ ଗ୍ରହ ମୁହାଁମୁହିଁ, ୩ ରାଶି ଜୀବନରେ ବଡ଼ ସଙ୍କଟ !

Brihaspati Shukra Yuti: ରାଶିଚକ୍ରର ମିଳନ କାରଣରୁ ଗ୍ରହମାନଙ୍କ ମଧ୍ୟରେ ପାରସ୍ପରିକ ବନ୍ଧୁତା ଏବଂ ଶତ୍ରୁତାର ପ୍ରଭାବ ବଢିଥାଏ । ଶତ୍ରୁ ଗ୍ରହମାନଙ୍କର ମିଳନ କିଛି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ପକାଇଥାଏ । ମେ ୨୦୨୪ ରେ, ଦୁଇଟି ଶତ୍ରୁ ଗ୍ରହ ତୁଳା ରାଶିରେ ମୁହାଁମୁହିଁ ହେଉଛନ୍ତି । ଯାହା ବିଶେଷ କରି ୩ଟି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଗଭୀର ପ୍ରଭାବ ପକାଇପାରେ ।

Grah Gochar 2024: ୨ ଶତ୍ରୁ ଗ୍ରହ ମୁହାଁମୁହିଁ, ୩ ରାଶି ଜୀବନରେ ବଡ଼ ସଙ୍କଟ !

Brihaspati Shukra Yuti: ଜ୍ୟୋତିଷ ଶାସ୍ତ୍ର ହିସାବରେ କେତେକ ଗ୍ରହ ପରସ୍ପର ସହ ଖୁବ ବନ୍ଧୁତା କରୁଥିବା ସମୟରେ କିଛି ଗ୍ରହ ପରସ୍ପରଙ୍କ ପ୍ରତି ଶତ୍ରୁତା ମନୋଭାବ ରଖନ୍ତି । ଯେତେବେଳେ ଗ୍ରହମାନଙ୍କର ଚଳନ କାରଣରୁ ସଂଯୋଗ ଏବଂ ଯୋଗ ସୃଷ୍ଟି ହୁଏ, ସେତେବେଳେ ଗ୍ରହମାନଙ୍କର ବନ୍ଧୁତା ଏବଂ ଶତ୍ରୁତା ପ୍ରଭାବ ରାଶି ନକ୍ଷତ୍ର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ମେ ୨୦୨୪ ରେ ବୃହସ୍ପତି ଏବଂ ଶୁକ୍ର ଦୁଇଟି ଶୁଭ ଗ୍ରହ ବୃଷ ରାଶିରେ ଏକାଠି ହେବାକୁ ଯାଉଛନ୍ତି । ବୃହସ୍ପତି ହେଉଛନ୍ତି ଦେବତାମାନଙ୍କର ଗୁରୁ । ବୃହସ୍ପତି ଓ ଶୁକ୍ର ଦୁହେଁ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଏବଂ ସଂପୂର୍ଣ୍ଣ ଶତ୍ରୁ ବୋଲି ବିବେଚନା କରାଯାଇଥାଏ । ଗୁରୁ ବୃହସ୍ପତି ମଇ ୧ ରେ ବୃଷ ରାଶିରେ ପ୍ରବେଶ କରିଥିବାବେଳେ ଶୁକ୍ର ଖୁବଶୀଘ୍ର ନିଜର ରାଶି ପରିବର୍ତ୍ତନ କରିବେ । ମେ ୧୯ ତାରିଖରେ ତୁଳା ରାଶିକୁ ଚଳନ କରିବେ ।

ରାଶିଚକ୍ର ଉପରେ ବୃହସ୍ପତି-ଶୁକ୍ର ସଂଯୋଗର ପ୍ରଭାବ
ବୃହସ୍ପତି-ଶୁକ୍ର ସଂଯୋଗ ୩ ଟି ରାଶି - ମେଷ, କନ୍ୟା ଏବଂ ବିଛା ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା, ଏହି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ କି ପ୍ରଭାବ ପକାଇବ?

ମେଷ ରାଶି
ବୃହସ୍ପତି-ଶୁକ୍ରଙ୍କ ମିଳନ ଆପଣଙ୍କ ଆର୍ଥିକ ସ୍ଥିତି, ବୃତ୍ତିଗତ ଜୀବନ, ପାରିବାରିକ ସମ୍ପର୍କ, ଜୀବନଶୈଳୀ ଏବଂ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇପାରେ । ଅତ୍ୟଧିକ ଖର୍ଚ୍ଚ କାରଣରୁ ଆପଣ ଆର୍ଥିକ ସଙ୍କଟର ସାମ୍ନା କରିପାରନ୍ତି । ଛାତ୍ରଛାତ୍ରୀମାନେ ମନପସନ୍ଦର ଶିକ୍ଷାନୁଷ୍ଠାନରେ ପାଠ ପଢିବାରୁ ବଞ୍ଚିତ ହୋଇପାରନ୍ତି । କିଛି ପ୍ରସଙ୍ଗରେ ପିତା ଏବଂ ପୁଅ ମଧ୍ୟରେ ମତଭେଦ ବଢିପାରେ । ମହିଳାଙ୍କ କ୍ଷେତ୍ରରେ ମାଇଗ୍ରେନ ସମସ୍ୟା ଦେଖାଦେଇପାରେ ।

କନ୍ୟା ରାଶି
ବୃହସ୍ପତି ଏବଂ ଶୁକ୍ରଙ୍କ ମିଳନର ପ୍ରଭାବ ଆପଣଙ୍କ ଉପରେ ନକରାତ୍ମକ ରହିବ । ଆପଣଙ୍କର ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ପ୍ରତିବନ୍ଧକ ଆସିପାରେ । ବ୍ୟବସାୟରେ ମଧ୍ୟ କ୍ଷତି ସହିପାରନ୍ତି । ଋଣଦାତାମାନେ ଅସୁବିଧାର ସମ୍ମୁଖିନ ହେବେ । ବ୍ୟବସାୟ କ୍ଷେତ୍ରରେ ଦୂରଯାତ୍ରା କଲେ ଲାଭ ମିଳିନପାରେ । ଗୁରୁତର ଆଘାତ ହେବାର ସମ୍ଭାବନା ରହିଛି । ଜମି ଏବଂ ସମ୍ପତ୍ତି କ୍ଷେତ୍ରରେ ମତଭେଦ ସୃଷ୍ଟି ହୋଇପାରେ । ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିବା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇପାରନ୍ତି ।

ବିଛା ରାଶି
ବୃହସ୍ପତି-ଶୁକ୍ରଙ୍କ ଚଳନ ଆପଣଙ୍କ କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ପକାଇପାରେ । ସ୍ୱାସ୍ଥ୍ୟଗତ କ୍ଷେତ୍ରରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଦୈନନ୍ଦିନ କାର୍ଯ୍ୟରେ ବାଧା ତଥା ପ୍ରତିବନ୍ଧକ ଆସିପାରେ । ଚାକିରି ତଥା କର୍ମକ୍ଷେତ୍ରରେ ସତର୍କ ରହିବା ଆପଣଙ୍କ ପାଇଁ ଭଲ । ସହକର୍ମୀଙ୍କଠାରୁ ଆପଣଙ୍କୁ ସହାୟତା ମିଳିବ ନାହିଁ  । ବାକି ରହିଥିବା କାର୍ଯ୍ୟ ଶୀଘ୍ର ନସାରିବା କାରଣରୁ ଉପରିସ୍ଥ ଅଧିକାରୀଙ୍କ ଆକ୍ରୋଶର ଶିକାର ହୋଇପାରନ୍ତି । ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ନଚେତ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Budh Gochar 2024: କ୍ୟାରିୟର ସହ ବ୍ୟବସାୟରେ ସଫଳତା ପାଇବେ ଏହି ରାଶିର ବ୍ୟକ୍ତି

Also Read- Guru Gochar 2024: ମଇ ୧ରେ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ, ଏହି ରାଶି ଉପରେ ପଡିବ ପ୍ରଭାବ