Rashifal 8 May 2024: ବୁଧବାର ଦିନ ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ, ଜାଣନ୍ତୁ ରାଶିଫଳ
Advertisement
Article Detail0/zeeodisha/odisha2238741

Rashifal 8 May 2024: ବୁଧବାର ଦିନ ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ, ଜାଣନ୍ତୁ ରାଶିଫଳ

Rashifal 8 May 2024: ବୁଧବାର ଦିନ କେମିତି କଟିବ ୧୨ଟି ରାଶିର ଭାଗ୍ୟ, ଜାଣନ୍ତୁ ରାଶିଫଳ ।

Rashifal 8 May 2024: ବୁଧବାର ଦିନ ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ, ଜାଣନ୍ତୁ ରାଶିଫଳ

Rashifal 8 May 2024: ୮ ମଇ ୨୦୨୪ କେମିତି କଟିବ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ । କାହା ପାଇଁ ଶୁଭଫଳ ମିଳିବ ଏବଂ କେଉଁ ରାଶିର ବ୍ୟକ୍ତି ସତର୍କ ହେବା ଆବଶ୍ୟକ । ଜାଣନ୍ତୁ କଣ କହିଛନ୍ତି ଜ୍ୟୋତିଷ ।

ମେଷ ରାଶି
ଶିକ୍ଷା ତଥା ପ୍ରତିଯୋଗିତା କ୍ଷେତ୍ରରେ ଆଗକୁ ବଢିବା ପାଇଁ ପ୍ରୟାସ ଜାରି ରଖିବେ । ଆପଣଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ଆସିପାରେ । ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ କାରଣ ବର୍ତ୍ତମାନ ସମୟ ଅନୁକୂଳ ନୁହେଁ । ସକାଳେ ଗୋମାତାଙ୍କୁ ସବୁଜ ଖାଦ୍ୟ ଦିଅନ୍ତୁ । ଗରିବ ଲୋକଙ୍କୁ ପୋଷାକ ଦାନ କରନ୍ତୁ ।

ବୃଷ ରାଶି
ନିଜ ପିଲାମାନଙ୍କର ମନ ଖୁସି କରିବାରେ ସକ୍ଷମ ହେବେ । ବ୍ୟକ୍ତିଗତ ଏବଂ ବୃତ୍ତିଗତ କାର୍ଯ୍ୟକ୍ଷେତ୍ରରେ ବିକାଶ ହେବ । କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିବ । ପରିବାରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ । ସକାଳେ ଛୋଟ ଝିଅକୁ ଖାଇବାକୁ ଦିଅନ୍ତୁ । ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ । ବୁଦ୍ଧଙ୍କ ବିଜ ମନ୍ତ୍ର ଜପ କରନ୍ତୁ।

ମିଥୁନ ରାଶି
ବ୍ୟବସାୟ କ୍ଷେତ୍ରରେ ଯୋଜନା ଫଳପ୍ରଦ ହେବ। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ରହିଛି । ଭାବିଚିନ୍ତି ଆଗକୁ ବଢିବା ଶୁଭଙ୍କର ସାବ୍ୟସ୍ତ ହେବ । କିଛି ସଙ୍କଟର ସମ୍ମୁଖୀନ ହେବା ସହ ବିଜୟୀ ହେବେ । ସକାଳେ ବୁଦ୍ଧଙ୍କ ବିଜ ମନ୍ତ୍ର ଜପ କରନ୍ତୁ । ଆହତ ଗାଇର ଚିକିତ୍ସା କରନ୍ତୁ ।

କର୍କଟ ରାଶି
ଆଖି ଯନ୍ତ୍ରଣା କିମ୍ବା ଅନ୍ୟାନ୍ୟ ଅସୁବିଧା ହୋଇପାରେ । ଉଦାସୀନତା ମନଭାବ ରହିପାରେ । ବରିଷ୍ଠ ଲୋକଙ୍କ ସହିତ ଯୋଗାଯୋଗ କରିପାରନ୍ତି । ସକାଳ ସମୟରେ ଛୋଟ ଝିଅକୁ ଖାଇବାକୁ ଦିଅନ୍ତୁ । ଗରିବ ଲୋକକୁ ପୋଷାକ ଦାନ କରନ୍ତୁ । ଚନ୍ଦ୍ରଙ୍କ ବିଜ ମନ୍ତ୍ର ଜପ କରନ୍ତୁ ।

ସିଂହ ରାଶି
ଭଲ କାମ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଅନେକ ବାଧା ଉପୁଜିବ । ମନରେ ଉତ୍ସାହରେ ପରିପୂର୍ଣ୍ଣ ରହିବ । ସକାଳ ସମୟରେ ସୂର୍ଯ୍ୟଙ୍କ ବିଜ ମନ୍ତ୍ର ଜପ କରନ୍ତୁ । ଏଥିସହ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଗୋମାତାଙ୍କୁ ରୁଟି ଖାଇବାକୁ ଦିଅନ୍ତୁ ।

କନ୍ୟା ରାଶି
ପାରିବାରିକ ଦାୟିତ୍ୱ ସମ୍ପନ୍ନ କରିବେ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ରହିଛି । ସକାଳ ସମୟରେ ଗୋମାତାଙ୍କୁ ସବୁଜ ଖାଦ୍ୟ ଖାଇବାକୁ ଦିଅନ୍ତୁ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।

ତୁଳା ରାଶି
କିଛି କାର୍ଯ୍ୟ ଶେଷ ହେବା ପରେ ନିଜ ମଧ୍ୟରେ ଆତ୍ମବିଶ୍ୱାସ ବଢିବ । ଆର୍ଥିକ ପରିସ୍ଥିତି ସୁଦୃଢ ହେବା ସହ ମାନ ସମ୍ମାନ ମିଳିବ । ପରିବାର ସଦସ୍ୟଙ୍କ ସହ ଦୂରଯାତ୍ରା କରିପାରନ୍ତି । ସକାଳ ସମୟରେ ଗରିବ ଲୋକଙ୍କୁ ଖାଇବାକୁ ଦେବା ସହ ପୋଷାକ ଦାନ କରନ୍ତୁ । ଶୁକ୍ରଙ୍କ ବିଜ ମନ୍ତ୍ର ଜପ କରନ୍ତୁ ।

ବିଛା ରାଶି
ଆପଣଙ୍କ ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ । ମନ ବିଚଳିତ ହୋଇପାରେ । ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସକାଳ ସମୟରେ ହନୁମାନ ଚାଳିସା ପାଠ କରନ୍ତୁ । ମାଙ୍କଡ଼ଙ୍କୁ କଦଳୀ ଖାଇବାକୁ ଦିଅନ୍ତୁ ।

ଧନୁ ରାଶି
ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତି ହେବ । କାର୍ଯ୍ୟବ୍ୟସ୍ତତା କାରଣରୁ ପରିବାରରେ ଚିନ୍ତା ବଢିବ । ପରିଶ୍ରମ କଲେ ସଫଳତା ସୁନିଶ୍ଚିତ ମିଳିବ । ସକାଳ ସମୟରେ ଦେବଗୁରୁ ବୃହସ୍ପତିଙ୍କ ବିଜ ମନ୍ତ୍ର ଜପ କରନ୍ତୁ । ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ।

ମକର ରାଶି
ପ୍ରଶାସନଠାରୁ ସହାୟତା ପାଇବେ । ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ଲୋକମାନେ ଆପଣଙ୍କୁ ସମ୍ମାନ କରିବେ । ସକାଳ ସମୟରେ ଶନିଦେବଙ୍କ ବିଜ ମନ୍ତ୍ର ଜପ କରନ୍ତୁ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । କୁକୁରକୁ ଖାଇବାକୁ ଦିଅନ୍ତୁ ।

କୁମ୍ଭ ରାଶି
କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ପରିବାର ଲୋକଙ୍କୁ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । କିଛି ସାଂସ୍କୃତିକ କାର୍ଯ୍ୟକ୍ରମର ଯୋଜନା କରିପାରନ୍ତି । ସକାଳ ସମୟରେ କୁକୁରଙ୍କୁ ଖାଦ୍ୟ ଦିଅନ୍ତୁ । ଶନି ଦେବଙ୍କ ବିଜ ମନ୍ତ୍ର ଜପ କରନ୍ତୁ।

ମୀନ ରାଶି
ମିଠା କଥା କହି ଅନ୍ୟର ମନ ଜିତିବାକୁ ଚେଷ୍ଟା କରନ୍ତୁ । ଆଧ୍ୟାତ୍ମିକତା କ୍ଷେତ୍ରରେ ମନ ବଳିପାରେ । ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ଆପଣଙ୍କ କାର୍ଯ୍ୟରେ ଆପଣଙ୍କ ସାଥୀ ସହିତ ସହଯୋଗ କରିବେ । ବିନା କାରଣରେ କାହା ଉପରେ ରାଗନ୍ତୁ ନାହିଁ । ସକାଳ ସମୟରେ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ । ବୁଦ୍ଧଙ୍କ ବିଜ ମନ୍ତ୍ର ଜପ କରନ୍ତୁ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- ସାଇବର ଠକ ଗ୍ୟାଙ୍ଗକୁ ଗୁଜୁରାଟରୁ ଗିରଫ କଲା କ୍ରାଇମବ୍ରାଞ୍ଚ

Also Read- ରୋବୋଟିକ୍ସ ରିସର୍ଚ୍ଚ କ୍ଷେତ୍ରରେ ଓଡ଼ିଆ ପୁଅ ଚିନ୍ମୟଙ୍କ ଆନ୍ତର୍ଜାତୀୟ ସଫଳତା