Surya Gochar 2024: ମକର ସଂକ୍ରାନ୍ତିରେ ବଡ଼ ସଂଯୋଗ, ଏହି ୫ଟି ରାଶିର ବଦଳିବ ଭାଗ୍ୟ !
Advertisement
Article Detail0/zeeodisha/odisha2043938

Surya Gochar 2024: ମକର ସଂକ୍ରାନ୍ତିରେ ବଡ଼ ସଂଯୋଗ, ଏହି ୫ଟି ରାଶିର ବଦଳିବ ଭାଗ୍ୟ !

Surya gochar 2024: ଚଳିତ ବର୍ଷ ଜାନୁଆରୀ ୧୫ ତାରିଖରେ ପଡୁଛି ମକର ସଂକ୍ରାନ୍ତି । ସୂର୍ଯ୍ୟଙ୍କ ପ୍ରଭାବରୁ କନ୍ୟା ଏବଂ ଧନୁ ସମେତ ୫ଟି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ମିଳିବ । ଜ୍ୟୋତିଷଙ୍କ ମତରେ ମକର ରାଶିରେ ସୂର୍ଯ୍ୟ ଚଳନ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତିମାନେ ଉପକୃତ ହେବେ ।

Surya Gochar 2024: ମକର ସଂକ୍ରାନ୍ତିରେ ବଡ଼ ସଂଯୋଗ, ଏହି ୫ଟି ରାଶିର ବଦଳିବ ଭାଗ୍ୟ !

Surya gochar 2024: ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ବୋଲି କୁହାଯାଇଥାଏ । ସୂର୍ଯ୍ୟଙ୍କ ବିନା ଜୀବନ ସମ୍ଭବ ନୁହେଁ । ଶାସ୍ତ୍ର ପୁରାଣ ଅନୁଯାୟୀ ସୂର୍ଯ୍ୟଙ୍କୁ ଦେବତା ଭାବରେ ହିନ୍ଦୁ ଧର୍ମର ଲୋକେ ପୂଜା କରିଥାନ୍ତି । ଅନେକ ବ୍ୟକ୍ତି ପ୍ରାତଃ ସମୟରୁ ଗାଧୋଇବା ପରେ ସୂର୍ଯ୍ୟ ଦେବତାଙ୍କୁ ଜଳଦାନ କରିଥାନ୍ତି । ତେବେ ଆସନ୍ତା ଜାନୁଆରୀ ୧୫ ଅର୍ଥାତ ମକର ସଂକ୍ରାନ୍ତି ଅବସରରେ ସୂର୍ଯ୍ୟ ମକର ରାଶିରେ ଚଳନ କରିବେ । ଜ୍ୟୋତିଷଙ୍କ ମତରେ ଜାନୁଆରୀ ୧୫ ଦିନ ୨ଟା୫୪ ସମୟରେ ସୂର୍ଯ୍ୟଙ୍କ ଚଳନ ଧନୁ ରାଶିରେ ସମାପ୍ତ ହେବା ପରେ ମକର ରାଶିରେ ପ୍ରବେଶ କରିବେ । ପ୍ରାୟ ୧ ମାସ ପର୍ଯ୍ୟନ୍ତ ମକର ରାଶିରେ ଅବସ୍ଥାନ କରିବେ ସୂର୍ଯ୍ୟ । ପରେ ଫେବୃଆରୀ ୧୩ରେ ମକର ରାଶିରୁ ବାହାରି କୁମ୍ଭ ରାଶିରେ ଚଳନ କରିବେ । ଆସନ୍ତୁ ଜାଣିବା ମକର ରାଶିରେ ସୂର୍ଯ୍ୟଙ୍କ ଚଳନ କେଉଁ ୫ଟି ରାଶି ଉପରେ କେଉଁ ପ୍ରଭାବ ପକାଇବ । 

ମେଷ: ମକର ରାଶିରେ ସୂର୍ଯ୍ୟଙ୍କ ଚଳନ କାରଣରୁ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହେବ । ଉଭୟ ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ଆୟ ଅବିବୃଦ୍ଧି ଘଟିବ । ଏଥି ସହିତ ଆପଣଙ୍କ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ସରକାରୀ କ୍ଷେତ୍ରରୁ ଆପଣ ଲାଭ ପାଇବେ । ଦାମ୍ପତ୍ୟ ଜୀବନ ଖୁବ ଖୁସିରେ କଟିବ । ବନ୍ଧୁମାନଙ୍କ ସହିତ ସମ୍ପର୍କରେ ମଧୁରତା ଭରିଯିବ ।

ବୃଷ: ସୂର୍ଯ୍ୟଙ୍କ ଚଳନର ଶୁଭ ପ୍ରଭାବ ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିବ । ଚାକିରି କ୍ଷେତ୍ରରେ ଆପଣ ପଦୋନ୍ନତି ପାଇବାର ସମ୍ଭାବନା ରହିଛି । ଆପଣଙ୍କ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ଖୁସିବ୍ୟକ୍ତ କରିବେ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଯଥେଷ୍ଟ ସଫଳତା ମିଳିବା ସହିତ ଲାଭ ଭଲ ହେବ । ଆର୍ଥିକ କ୍ଷେତ୍ରରେ ଅଗ୍ରଗତି କରିବ । ବିଭିନ୍ନ କ୍ଷେତ୍ରରେ ଆପଣ ପ୍ରଶଂସା ପାଇବା ସହିତ ସୁନାମ ଅର୍ଜନ କରିବେ । 

କନ୍ୟା: ସୂର୍ଯ୍ୟଙ୍କ ଚଳନ ତଥା ରାଶିରେ ପରିବର୍ତ୍ତନ କାରଣରୁ ଆପଣଙ୍କ ଜୀବନରେ ସକରାତ୍ମକ ଭରିଯିବ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଆପଣଙ୍କ ଶତୃମାନେ ଆପଣଙ୍କର କିଛି କ୍ଷତି କରିପାରିବେ ନାହିଁ । କୁଚକ୍ରିଙ୍କର ଷଡଯନ୍ତ୍ର ବିଫଳ ହେବ । ଆପଣଙ୍କୁ ସମ୍ମାନ ମିଳିବା ସହିତ କାର୍ଯ୍ୟକ୍ଷେତ୍ରରେ ସମସ୍ତଙ୍କ ପ୍ରଶଂସାର ପାତ୍ର ହେବେ । ପୂର୍ବରୁ ଅଟକି ରହିଥିବା ଟଙ୍କା ଆପଣଙ୍କ ନିକଟକୁ ଫେରିଆସିବାର ସମ୍ଭାବନା ରହିଛି । ପାରିବାରିକ ଜୀବନରେ ହସ ଆନନ୍ଦରେ ଆପଣଙ୍କ ଦିନ କଟିବ ।

ଧନୁ : ସୂର୍ଯ୍ୟଙ୍କ ଚଳନ ଆପଣଙ୍କ ରାଶିରେ ଶୁଭ ପ୍ରଭାବ ପକାଇବ । ନୂଆ କାର୍ଯ୍ୟ କରିବା ପାଇଁ ପ୍ରୟାସ କଲେ ଆପଣ ସଫଳତା ପାଇବେ । ଆପଣଙ୍କ ଜୀବନରେ ଯଶ ଓ ପ୍ରତିଷ୍ଠା ମିଳିବ ।  ଅଧିକାଂଶ ଦିଗରୁ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ । ଆର୍ଥିକ ସ୍ଥିତିରେ ମଧ୍ୟ ପୂର୍ବ ଅପେକ୍ଷା ଯଥେଷ୍ଟ ସୁଧାର ଆସିବ । ଧାର୍ମିକ କ୍ଷେତ୍ର ପରିଦର୍ଶନ ସହିତ ପୂଜା ପାଠରେ ମନନିବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ ।

କୁମ୍ଭ: ସୂର୍ଯ୍ୟଙ୍କ ଚଳନ କାରଣରୁ ଆପଣଙ୍କ ଆର୍ଥିକ ସମସ୍ୟାରେ ସୁଧାର ଆସିବା ସହ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ପୂର୍ବରୁ ଅଟକି ରହିଥିବା କାମ ଶେଷ ହେବାର ରାସ୍ତା ଫିଟିବ । ଆଧ୍ୟାତ୍ମିକ ଦିଗରେ ରୁଚି ରହିବ । ପାରିବାରିକ ସୁଖ ଏବଂ ଶାନ୍ତି ବଜାୟ ରହିବ । ଶୁଭ ଖବର ମିଳିବା ସହିତ ଆପଣ ଦୂରଯାତ୍ରା କରିପାରନ୍ତି ।

Also Read- Indigo Fuel Charge Cut: ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର, ଶସ୍ତା ହେବ ଟିକେଟ୍ !

Also Read- ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି ପୁରୀ ଶଙ୍କରାଚାର୍ଯ୍ୟ