ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି ପୁରୀ ଶଙ୍କରାଚାର୍ଯ୍ୟ
Advertisement
Article Detail0/zeeodisha/odisha2043566

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି ପୁରୀ ଶଙ୍କରାଚାର୍ଯ୍ୟ

କିଛିଦିନ ତଳେ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଅଯୋଧ୍ୟା ଯିବା ପାଇଁ ନିମନ୍ତ୍ରଣ ପତ୍ର ମିଳିଥିବା ସମୟରେ ସେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଦିନ ଗଣନା ଆରମ୍ଭ ହୋଇଛି । ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କିଛିଦିନ ତଳେ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ (shankaracharya  nischalananda saraswati)ଙ୍କୁ ଅଯୋଧ୍ୟା ଯିବା ପାଇଁ ନିମନ୍ତ୍ରଣ ପତ୍ର ମିଳିଥିବା ସମୟରେ ସେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମୁଖ୍ୟ ଯଜମାନ ହିସାବରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ କାର୍ଯ୍ୟ ତୁଳାଇବା ପାଇଁ ନିମନ୍ତ୍ରଣ କରାଯାଇଛି । ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ଗର୍ଭ ଗୃହରେ ସ୍ଥାପିତ ହୋଇ ଯଜ୍ଞ ହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ଯଜମାନ ହିସାବରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ବୋଲି ସୂଚନା ମିଳିଛି । ତେବେ ଏହି ଘଟଣାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ ମୁହଁ ଖୋଲିଛନ୍ତି । ଗଣମାଧ୍ୟମ ପ୍ରଶ୍ନରେ ପ୍ରତିକ୍ରିୟା ଦେଇ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାରେ ସାମିଲ୍ ହେବେ ମୂର୍ତ୍ତିକୁ ଛୁଇଁ ସମସ୍ତ କାର୍ଯ୍ୟ କରିବେ ତେବେ ମୁଁ ସେଠାରେ କଣ କରିବି ? ମୁଁ ସେଠାରେ କଣ ଜୟଜୟକାର କରି ତାଳି ମାରିବି ? ଶଙ୍କରାଚାର୍ଯ୍ୟ ପଦର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ଶାସ୍ତ୍ରର ନିୟମ ଅନୁଯାୟୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହୋଇଥିଲେ ମୁଁ ନିଶ୍ଚେ ଯାଇଥାନ୍ତି । ତେବେ ଏ ପ୍ରକାର ଆୟୋଜନକୁ ମୁଁ ଯିବି ନାହିଁ ।

କେବଳ ସେତିକି ନୁହେଁ ଶଙ୍କରାଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ମତେ ଯେଉଁ ନିମନ୍ତ୍ରଣ ପତ୍ର ମିଳିଛି ସେଥିରେ ମୋ ସହ ମାତ୍ର ଜଣକୁ ଯିବାପାଇଁ ଅନୁମତି ଦିଆଯାଇଛି କିନ୍ତୁ ରାମ ମନ୍ଦିର ଟ୍ରଷ୍ଟ୍ ପକ୍ଷରୁ ଅନ୍ୟ କୌଣସି ପ୍ରକାରର ଯୋଗାଯୋଗ ହୋଇନାହିଁ । ଏଥିସହ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଆୟୋଜନରେ ନାଜନୀତି ହେଉଛି ବୋଲି ଶଙ୍କରାଚାର୍ଯ୍ୟ କହିବା ସହିତ ଏହାକୁ ନାପସନ୍ଦ କରିଛନ୍ତି ।

Also Read- ରାମ ମନ୍ଦିର ହେବା ନେଇ ୩୩ ବର୍ଷ ପୂର୍ବରୁ ହୋଇଥିଲା ପୂର୍ବାନୁମାନ, ଦେବରାହ ବାବାଙ୍କୁ ନିମନ୍ତ୍ରଣ

Also Read- ନୂଆବର୍ଷ ପାର୍ଟିରେ ମଦ ପିଇ ହଙ୍ଗାମା କଲେ ମହିଳା, ଦେଖନ୍ତୁ ଭିଡିଓ