ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ବୋଲେରୋ ଲୁଟେରା ଗ୍ୟାଙ୍ଗ
Advertisement
Article Detail0/zeeodisha/odisha892724

ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ବୋଲେରୋ ଲୁଟେରା ଗ୍ୟାଙ୍ଗ

କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ପକ୍ଷରୁ ୨୫ ଦିନିଆ ଅପରେସନ ପରେ ଏକ ବଡ ଧରଣର ବୋଲେରା ଲୁଟେରାଙ୍କୁ ଗିରଫ କରାଯାଇଛି । ୬ ଜଣ ଲୁଟେରା ସାଙ୍ଗକୁ କୋଲକାତାର ଜଣେ ରିସିଭରକୁ ମିଶାଇ ମୋଟ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍ । 

ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ବୋଲେରୋ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର : ସ୍ପେଶାଲ ସ୍କ୍ୱାର୍ଡ ହାତରେ ସ୍ପେଶାଲ ଗ୍ୟାଙ୍ଗ୍ । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ପଡିଛି ବୋଲେରୋ ଲୁଟେରା ଗ୍ୟାଙ୍ଗ । ଯେଉଁମାନେ ଗାଡି ଲୁଟ କରି ପୋଲିସ ର ନିଦ ହଜାଇ ଦେଇଥିଲେ । ବଡ କଥା ହେଉଛି ରାତି ଅଧିଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଗାଡି ଚୋରି କରିବା ପରେ ଖଣ୍ଡ ଖଣ୍ଡ କରି ବାହାର ରାଜ୍ୟକୁ ଚାଲାଣ କରୁଥିଲେ । ତେବେ ଏହି ଗ୍ୟାଙ୍ଗକୁ ଧରିବା ଲାଗି ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ୨୫ ଦିନର ଅପରେସନ ପରେ ସଫଳତା ମିଳିଛି ।

ଅଧିକ ପଢ଼ନ୍ତୁ:-ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୫୦୧୪ କୋରୋନା ଆକ୍ରାନ୍ତ

କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ପକ୍ଷରୁ ୨୫ ଦିନିଆ ଅପରେସନ ପରେ ଏକ ବଡ ଧରଣର ବୋଲେରା ଲୁଟେରାଙ୍କୁ ଗିରଫ କରାଯାଇଛି । ୬ ଜଣ ଲୁଟେରା ସାଙ୍ଗକୁ କୋଲକାତାର ଜଣେ ରିସିଭରକୁ ମିଶାଇ ମୋଟ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍ । ଏହାସହ ଏକ ଟ୍ରକକୁ ମଧ୍ୟ ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ଼ । ଗତ ୧୫ ଦିନ ମଧ୍ୟରେ ୨୨ ଟି ଗାଡିକୁ ଲୁଟ କରିଛନ୍ତି ଏହି କୁଖ୍ୟାତ ଲୁଟେରା । ତେବେ ଲୁଟ୍ କରିବାର ତରିକା ଏମାନଙ୍କର ଭିନ୍ନ ଥିଲା । ଅନ୍ଧାର ରାତିରେ ଲୁଟେରା ମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ବାଇକ ଧରି ଆସୁଥିଲେ ଆଉ କାର ଧରି ଚମ୍ପଟ ମାରୁଥିଲେ । ଏତିକିରେ ସୀମିତ ନୁହେଁ ଲୁଟେରାଙ୍କ କାରନାମା । ଗାଡି ଲୁଟ୍ ପରେ ତାକୁ ଗ୍ୟାସ କଟର ଆଦି ଯନ୍ତ୍ରାଶ ସାହାଯ୍ୟରେ ଖଣ୍ଡ ବିଖଣ୍ଡିତ କରି ଜବତ ଟ୍ରକ ମାଧ୍ୟମରେ ବାହାର ରାଜ୍ୟକୁ ଚାଲାଣ କରୁଥିଲେ । ଯାହା ଦିନେ କି ଦୁଇ ଦିନ ନୁହେଁ ମାସାଧିକ କାଳ ଏପରି ଗାଡି ମାଲିକ ତଥା ପୋଲିସ ଆଖିରେ ଧୂଳି ଦେଇ ଚଖମା ଦେଖାଇଆସୁଥଲେ । 

ଅଧିକ ପଢ଼ନ୍ତୁ:-ଜାରି ରହିବ କାଳବୈଶାଖୀର ପ୍ରକୋପ! ୫ ଦିନ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ

ଗୋଟିଏ ମାସ ତଳେ ରାଜଧାନୀର ବିଭିନ୍ନ ଜାଗାରୁ ରାତି ଅଧିଆ ୩ଟି ଜାଗାରୁ ବୋଲେରୋ ଗାଡି ଲୁଟ କରିଥିଲେ । ତେବେ ସହରରେ ଆଗରୁ ଏପରି ଲୁଟ ଚାଲିଥିବା ବେଳେ ଗତ କିଛି  ମାସର ବ୍ୟବଧାନ ପରେ ପୁଣି ଏଭଳି ସିରିଜ ଲୁଟ ଘଟଣା କମିଶନରେଟ ପୋଲିସର ନିଦ ହଜାଇ ଦେଇଥିଲା । କେବଳ ରାଜଧାନୀ ନୁହେଁ କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରୁ ମଧ୍ୟ ଏମାନେ ଲୁଟ୍ କରିଥିବା ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ କହିଛନ୍ତି । ଧରାଯାଇଥିବା ୭ ଜଣଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣିପାରେ କମିଶରେଟ ପୋଲିସ ।

ଅଧିକ ପଢ଼ନ୍ତୁ:-ଗୋଟିଏ ଦିନ ପରେ ବଦଳିଯିବ ବ୍ୟାଙ୍କିଂ ଓ LPG ସିଲିଣ୍ଡର ସହ ଜଡ଼ିତ ଏହି ନିୟମ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

ତେବେ ଗିରଫ ଏହି ଲୁଟେରା ଗ୍ୟାଙ୍ଗ କେବଳ ଏମାନଙ୍କ ହାତ ରହିଛି ନା ଆଉ କିଏ କିଏ ସଂପୂକ୍ତ ରହିଛନ୍ତି । କାରଣ ପୂର୍ବରୁ ଏଭଳି ଏକ ଲୁଟେରାର ଗ୍ୟାଙ୍ଗକୁ ଗିରଫ କରି ଜେଲ ପଠାଇଥିଲା କମିଶନରେଟ ପୋଲିସ । ତେଣୁ ଏହି ଲୁଟେରା ମାନଙ୍କୁ ଧରିବା ପରେ ଅଧିକ ଖୋଡ଼ତାଳ କରୁଛି ପୋଲିସ ।