ଗୋଟିଏ ଦିନ ପରେ ବଦଳିଯିବ ବ୍ୟାଙ୍କିଂ ଓ LPG ସିଲିଣ୍ଡର ସହ ଜଡ଼ିତ ଏହି ନିୟମ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!
Advertisement
Article Detail0/zeeodisha/odisha892630

ଗୋଟିଏ ଦିନ ପରେ ବଦଳିଯିବ ବ୍ୟାଙ୍କିଂ ଓ LPG ସିଲିଣ୍ଡର ସହ ଜଡ଼ିତ ଏହି ନିୟମ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ଏଭଳି ପରିସ୍ଥିତିରେ ମେ ୧ରେ ସିଲିଣ୍ଡର ମୂଲ୍ୟ ବଦଳିପାରେ ।

ଗୋଟିଏ ଦିନ ପରେ ବଦଳିଯିବ ବ୍ୟାଙ୍କିଂ ଓ LPG ସିଲିଣ୍ଡର ସହ ଜଡ଼ିତ ଏହି ନିୟମ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

ନୂଆଦିଲ୍ଲୀ: ଗୋଟିଏ ଦିନ ପରେ ଅର୍ଥାତ ମେ ୧ରୁ କିଛି ଜିନିଷରେ ପରିବର୍ତ୍ତନ ହେବାକୁ ଯାଉଛି । ଏହା ଆପଣଙ୍କ ପକେଟରୁ ଆରମ୍ଭ କରି କାମ କରିବାର ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରିପାରିବେ । ଏପରି ପରିସ୍ଥିତିରେ ଏହି ପରିବର୍ତ୍ତନଗୁଡିକ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ଯାହା ଦ୍ୱାରା ଆପଣ ଆପଣଙ୍କର ଦୈନନ୍ଦିନ ଜୀବନକୁ ସୁରୁଖୁରୁରେ ଚଳାଇ ପାରିବେ । ଆସନ୍ତୁ ଜାଣିବା ମେ ୧ରୁ ହେବାକୁ ଯାଉଥିବା ପରିବର୍ତ୍ତନ ବିଷୟରେ...

ଅଧିକ ପଢ଼ନ୍ତୁ:-କାଳବୈଶାଖୀ ଡର, ୨୪ ଘଣ୍ଟାରେ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

LPG ର ମୂଲ୍ୟ

ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ଏଭଳି ପରିସ୍ଥିତିରେ ମେ ୧ରେ ସିଲିଣ୍ଡର ମୂଲ୍ୟ ବଦଳିପାରେ ।

ଏତେ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ 

ମେ ମାସରେ ମୋଟ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ । ମେ ୧ରେ ମହାରାଷ୍ଟ୍ର ଡେ/ ମେ ଡେ । ଏହି ଦିନ ଶ୍ରମ ଦିବସ ପାଳନ କରାଯାଏ । ଏହି ଦିନ କେତେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ଏଥି ସହିତ ମେ ୨ ତାରିଖ ରବିବାର ହୋଇଥିବାରୁ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଆରବିଆଇ ୱେବସାଇଟ୍ ଅନୁଯାୟୀ, ମେ ମାସରେ ବ୍ୟାଙ୍କ ମୋଟ ୫ ଦିନ ପାଇଁ ବନ୍ଦ ରହିବ  (Bank Holidays List May 2021) । ଅବଶ୍ୟ, ଆରବିଆଇ ୱେବସାଇଟରେ ଦିଆଯାଇଥିବା ଛୁଟି ତାଲିକାରେ କିଛି ଛୁଟି ଅଛି ଯାହା କେବଳ ସ୍ଥାନୀୟ ରାଜ୍ୟ ସ୍ତରରେ ପ୍ରଭାବୀ ହୋଇଥାଏ । ଏଠାରେ କହି ରଖୁଛୁ ଯେ ସମସ୍ତ ରାଜ୍ୟରେ ୫ ଦିନିଆ ଛୁଟି ହେବ ନାହିଁ କାରଣ କିଛି ପର୍ବ କିମ୍ବା ଉତ୍ସବ ସମଗ୍ର ଦେଶରେ ଏକାସାଙ୍ଗରେ ପାଳନ କରାଯାଏ ନାହିଁ ।

ଅଧିକ ପଢ଼ନ୍ତୁ:-କୋରୋନାର ଗତିରୁ ବିଗିଡ଼ି ଯାଇଛି ପରିସ୍ଥିତି, କ'ଣ ଆସିଯାଇଛି ଜାତୀୟ ଲକଡାଉନର ସମୟ? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

ଆରୋଗ୍ୟ ସଞ୍ଜିବନୀ ପଲିସି

ଆରୋଗ୍ୟ ସଞ୍ଜିବନୀ ପଲିସି (Aarogya Sanjeevani Policy) ର ମଧ୍ୟ ଇନସୁରାନ୍ସ ରେଗୁଲେଟର ପରିସର ବିସ୍ତାର କରାଯାଇଛି । ବର୍ତ୍ତମାନ ସମସ୍ତ କମ୍ପାନୀକୁ ୫୦,୦୦୦ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ MANDATORY INSURANCE POLICY ର ପ୍ରୋଡକ୍ଟ ଗ୍ରାହକଙ୍କୁ ଅଫର କରିବାକୁ ପଡିବ । ଗତ ବର୍ଷ ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା ଆରୋଗ୍ୟ ସଞ୍ଜିବନୀ ମାନକ ପଲିସିର ସର୍ବାଧିକ କଭରେଜ୍ ସୀମା ୫ ଲକ୍ଷ ଟଙ୍କା ଥିଲା ଏବଂ ଜୁଲାଇରେ IRDAI ସୀମା ବୃଦ୍ଧି କରିବାକୁ ସ୍ବେଚ୍ଛାକୃତ ଛାଡ ଦେଇଥିଲା କିନ୍ତୁ ସମସ୍ତ କମ୍ପାନୀ ଆଗ୍ରହ ଦେଖାଇ ନଥିଲେ । ବର୍ତ୍ତମାନ ସେମାନଙ୍କୁ ଆସନ୍ତା ୧ ତାରିଖ ସୁଦ୍ଧା ଏଭଳି ପଲିସି ଆରମ୍ଭ କରିବାକୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ:-ନୂତନ ଅଧ୍ୟୟନରେ ଖୁଲାସା: କୋରୋନାରୁ ରକ୍ଷା କରିବ ରାଇନୋଭାଇରସ୍! ଜାଣନ୍ତୁ ଏହା କ'ଣ ଓ ଶରୀରରେ ଏହା କିପରି କରିବ କାମ

Axis Bank ଗ୍ରାହକଙ୍କ ପାଇଁ କିଛି ସେବା ମହଙ୍ଗା 

ଯଦି ଆପଣଙ୍କ ଆକ୍ସିସ୍ ବ୍ୟାଙ୍କ (Axis Bank) ରେ ସେଲେରୀ କିମ୍ବା ସେଭିଂ ଆକାଉଣ୍ଟ ଅଛି, ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର ରହିଛି । ଆକ୍ସିସ୍ ବ୍ୟାଙ୍କ ଏହାର ଅନେକ ସେବାକୁ ମେ ୧ରୁ ମହଙ୍ଗା କରିବାକୁ ଘୋଷଣା କରିଛି । ଏଥିରେ, ଆପଣ ଏଟିଏମ (ATM) ରୁ ନଗଦ ଟଙ୍କା ଉଠାଇବା ଚାର୍ଜରୁ ଆରମ୍ଭ କରି ମିନିମମ୍ ବାଲାନ୍ସ ଚାର୍ଜ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।