ଇଣ୍ଡେନ୍ ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର
Advertisement

ଇଣ୍ଡେନ୍ ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସେ ଏହି ସେବା ଆରମ୍ଭ କରିଛନ୍ତି । ଏହି ସେବା ମୁତାବକ 8454955555 ନମ୍ୱରରେ ମିସ୍ଡ କଲ୍ କରି ସିଲିଣ୍ଡର ବୁକିଂ କରିହେବ ।

ଇଣ୍ଡେନ୍ ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର

ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ଇଣ୍ଡେନ୍ ଗ୍ୟାସ୍ ଉପଭୋକ୍ତା (Indane gas Consumers) ଙ୍କ ପାଇଁ ଖୁସି ଖବର । ଏଣିକି ଗ୍ୟାସ ସିଲିଣ୍ଡିର ରିଫିଲିଙ୍ଗ କାମ ସହଜ କଲେ କେନ୍ଦ୍ର ସରକାର । ଘରେ ବସି ମୋବାଇଲ୍ ସାହାଯ୍ୟରେ ଜଣେ ବ୍ୟକ୍ତି ଗ୍ୟାସ୍ ବୁକିଂ କରିପାରିବେ । ତାହା ପୁଣି କେବଳ ଏକ ମିସ୍ଡ କଲରେ । ଏପରି ସେବାକୁ ଗତକାଲି ଅର୍ଥାତ ଗୁରୁବାର ଲୋକାର୍ପଣ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan)

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ସ୍ଥିର ହେଲା

ଭୁବନେଶ୍ୱର ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସେ ଏହି ସେବା ଆରମ୍ଭ କରିଛନ୍ତି । ଏହି ସେବା ମୁତାବକ 8454955555 ନମ୍ୱରରେ ମିସ୍ଡ କଲ୍ କରି ସିଲିଣ୍ଡର ବୁକିଂ କରିହେବ । ସାରା ଦେଶରେ ପାଇଁ ଏହି ଗୋଟିଏ ନମ୍ୱର ରଖା ଯାଇଛି । ଏଣିକି LPG ସିଲିଣ୍ଡର ମିସ୍ଡ କଲରେ ବୁକିଂ କରିହେବ । ପ୍ରଥମ ପର୍ଯାୟରେ ଭୁବନେଶ୍ୱର ପରେ ଓଡିଶା ଓ ମାର୍ଚ୍ଚ ସୁଦ୍ଧା ସାରା ଦେଶରେ ଏହି ବ୍ୟବସ୍ଥା ଲାଗୁ ହେବ । ଏହା ସହ ଏହି ନମ୍ୱରକୁ ମିସ୍ଡ କଲ୍ କରି ମଧ୍ୟ ନୂଆ ଗ୍ୟାସ୍ କନେକ୍ସନ ନେଇ ହେବ ।

ଅଧିକ ପଢ଼ନ୍ତୁ:-ସୌରଭ ଗାଙ୍ଗୁଲିଙ୍କଠୁ ଜମି ଫେରାଇ ନେବାର ପ୍ରକ୍ରିୟା ଆରମ୍ଭ କଲେ ମମତା ସରକାର

ସମାନ ନମ୍ୱରରେ ମିସ୍ଡ କଲ୍ କରିଲେ ନୂଆ ସଂଯୋଗ ପାଇଁ ପଂଜୀକରଣ କରିହେବ ବୋଲି କେନ୍ଦ୍ର ପେଟ୍ରୋଲ ମନ୍ତ୍ରୀ କହିଛନ୍ତି । ଗ୍ୟାସ କନେକ୍ସନ ବ୍ୟତୀତ ହାଇଏଣ୍ଡ କାର ଓ ବାଇକ୍ ପାଇଁ ଏକ ସ୍ୱତନ୍ତ୍ର ଧରଣର XP100 ପ୍ରିମିୟମ ପେଟ୍ରୋଲ ସେବା ଆରମ୍ଭ କରାଯାଇଛି । ଏହି ତେଲ କେବଳ ସ୍ପୋଟର୍ସ କାର୍ ଓ ବାଇକ୍ ପାଇଁ ଉପଯୁକ୍ତ । ସାରା ଦେଶରେ ଭିଡିଓ କନଫେରେନ୍ସିଂ ଜରିଆରେ ଏହି ସେବା ଆରମ୍ଭ ହୋଇଥିଲା ।