ଜାନୁୟାରୀ ୨୦୨୧ରୁ ଚାରି ପ୍ରତିଶତ ଏବଂ ଦେୟ ହେବା ଉପରେ ମୋଟ ୧୧ ପ୍ରତିଶତ ଅତିରିକ୍ତ DA ମିଳିବ । ବର୍ତ୍ତମାନ ଡିଏ ଫ୍ରିଜ୍ ହେତୁ ଜୁଲାଇ ୨୦୨୧ରୁ ମହଙ୍ଗା ଭତ୍ତାରେ ମୋଟ ୧୧ ପ୍ରତିଶତ ଡିଏକୁ ଯୋଡ଼ି ପ୍ରଦାନ କରାଯିବ । ବର୍ତ୍ତମାନ ୧୭ ପ୍ରତିଶତ DA ମିଳୁଛି । ଯାହା ଜାନୁଆରୀ ୨୦୨୧ ଠାରୁ ୨୮ ପ୍ରତିଶତ ହେବ ।
Trending Photos
ନୂଆଦିଲ୍ଲୀ: 7th Pay Commission, 7th CPC Latest News in Odia: ପହିଲା ଜାନୁଆରୀ ୨୦୨୧ ଠାରୁ ମହଙ୍ଗା ଭତ୍ତା (DA) ରେ ୪ ପ୍ରତିଶତ ବୃଦ୍ଧି ସ୍ଥିର କରାଯାଇଛି । ଏହାସହ କେନ୍ଦ୍ର ଓ ରାଜ୍ୟ କର୍ମଚାରୀଙ୍କ ସହିତ ପେନସନଧାରୀଙ୍କ ଡିଏ ୨୪ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ହୋଇଯିବ । ଏହାପୂର୍ବରୁ ଜୁଲାଇ ୨୦୨୦ରେ ମହଙ୍ଗା ଭତ୍ତା ତିନି ପ୍ରତିଶତ ବୃଦ୍ଧି ପାଇଥିଲା । ବିଶେଷଜ୍ଞଙ୍କ ଅନୁଯାୟୀ, ଏହାପୂର୍ବରୁ ଜୁଲାଇ ୨୦୨୦ରୁ ମହଙ୍ଗା ଭତ୍ତା ତିନି ପ୍ରତିଶତ ଏବଂ ଜାନୁୟାରୀ ୨୦୨୧ ଠାରୁ ୪ ପ୍ରତିଶତ ଦେୟ ରହିଛି ।
ଅଧିକ ପଢ଼ନ୍ତୁ:-ସୌରଭ ଗାଙ୍ଗୁଲିଙ୍କଠୁ ଜମି ଫେରାଇ ନେବାର ପ୍ରକ୍ରିୟା ଆରମ୍ଭ କଲେ ମମତା ସରକାର
ଜାନୁୟାରୀ ୨୦୨୧ରୁ ଚାରି ପ୍ରତିଶତ ଏବଂ ଦେୟ ହେବା ଉପରେ ମୋଟ ୧୧ ପ୍ରତିଶତ ଅତିରିକ୍ତ DA ମିଳିବ । ବର୍ତ୍ତମାନ ଡିଏ ଫ୍ରିଜ୍ ହେତୁ ଜୁଲାଇ ୨୦୨୧ରୁ ମହଙ୍ଗା ଭତ୍ତାରେ ମୋଟ ୧୧ ପ୍ରତିଶତ ଡିଏକୁ ଯୋଡ଼ି ପ୍ରଦାନ କରାଯିବ । ବର୍ତ୍ତମାନ ୧୭ ପ୍ରତିଶତ DA ମିଳୁଛି । ଯାହା ଜାନୁଆରୀ ୨୦୨୧ ଠାରୁ ୨୮ ପ୍ରତିଶତ ହେବ ।
ଅଧିକ ପଢ଼ନ୍ତୁ:-ନୂଆ ବର୍ଷରେ ସାଧାରଣ ଜନତାଙ୍କୁ ଝଟକା! ବଢ଼ିଲା ଏଲପିଜି ସିଲିଣ୍ଡରର ଦାମ
ଡିଏ ବିଷୟରେ ଗଣନା କରୁଥିବା ଏଜି ଅଫିସ୍ ବ୍ରଦର୍ଡହୁଡର ପୂର୍ବତନ ଚେୟାରମ୍ୟାନ୍ ତଥା ବର୍ତ୍ତମାନର ନାଗରିକ ବ୍ରଦର୍ଡହୁଡର ଅଧ୍ୟକ୍ଷ ହରିଶଙ୍କର ତିୱାରୀ ଓ ପୂର୍ବତନ ଷ୍ଟକ୍ ଆନାଲିଷ୍ଟ ତଥା ୟୁପିଟିଇଟି ପାସ୍ ଶିକ୍ଷକ ସଂଘର ସଭାପତି ଅନୁରାଗ ସିଂ କହିଛନ୍ତି ଯେ ଡିସେମ୍ବର ସୂଚକାରେ ୮ ପଏଣ୍ଟ ହ୍ରାସ ପାଇଲେ ଡିଏ ୩ ପ୍ରତିଶତ ଏବଂ ଯଦି ୨୪ ପଏଣ୍ଟ ବୃଦ୍ଧି ହୁଏ ତ ଡିଏ ୫ ପ୍ରତିଶତ ପ୍ରଦାନ କରାଯିବ ।
ଅଧିକ ପଢ଼ନ୍ତୁ:-'ମମତା ବାନାର୍ଜୀଙ୍କୁ କଂଗ୍ରେସର ଶରଣରେ ଆସିବାକୁ ହିଁ ପଡ଼ିବ'
କୌଣସି ଗୋଟିଏ ମାସରେ ଏପରି ହ୍ରାସ କିମ୍ବା ବୃଦ୍ଧି ସମ୍ଭବ ନୁହେଁ । ତେଣୁ ଡିଏ ୪ ପ୍ରତିଶତ ପ୍ରଦାନ କରାଯିବ । ଡିସେମ୍ବର ପାଇଁ ସୂଚକାଙ୍କ ଏକ ମାସ ପରେ ପ୍ରକାଶ ପାଇବ । ଡିଏ ବୃଦ୍ଧିରୁ କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଏବଂ ୬୦ ଲକ୍ଷ ପେନସନଭୋଗୀ ସମେତ ୟୁପି ସମେତ ବିଭିନ୍ନ ରାଜ୍ୟର କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଲାଭ ମିଳିବ ।