Weather Update : ଆଜିଠୁ ରାଜ୍ୟରେ ଚାରି ଦିନ ପ୍ରବଳ ବର୍ଷା, ଏହି ଜିଲ୍ଲାରେ ବିଜୁଳି-ବଜ୍ରପାତ ଆଶଙ୍କା
Advertisement
Article Detail0/zeeodisha/odisha1233176

Weather Update : ଆଜିଠୁ ରାଜ୍ୟରେ ଚାରି ଦିନ ପ୍ରବଳ ବର୍ଷା, ଏହି ଜିଲ୍ଲାରେ ବିଜୁଳି-ବଜ୍ରପାତ ଆଶଙ୍କା

ସୋମବାର ଗଞ୍ଜମ ବ୍ୟତୀତ ସମସ୍ତ ଉପକୂଳ ଜିଲ୍ଲା ଓ ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ଶୁଖିଲା ପାଗ ରହିବ। ଦକ୍ଷିଣ ଓଡିଶା, କଳାହାଣ୍ଡି, ବଲାଙ୍ଗିର, ନୂଆପଡା, ବୌଦ୍ଧ, ସୋନପୁର, ବଲାଙ୍ଗିର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା ଅଛି।

ଫାଇଲ ଫଟୋ

 

Weather Update : ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। IMD ପକ୍ଷରୁ ଆସନ୍ତା ଚାରି ଦିନର ପାଣିପାଗ ଉପରେ ପୂର୍ବାନୁମାନ କରାଯାଇଛି। ମୌସୁମୀ ପ୍ରଭାବରେ ସାରାରାଜ୍ୟ ଭିଜୁଛି। ଆସନ୍ତା ଚାରି ଦିନରେ କିଛି ରାଜ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ସମ୍ପୃକ୍ତ ଜିଲ୍ଲା ଗୁଡିକୁ ସତର୍କ ସୂଚନା ଦିଆଯାଇଛି।

ଆଞ୍ଚଳିକ ପାଣିପାଗ (IMD) ର ପୂର୍ବାନୁମାନ ଅନୁସାରେ, ରବିବାର ଉପକୂଳ ଜିଲ୍ଲାକୁ ଛାଡି ସମଗ୍ର ରାଜ୍ୟରେ ବର୍ଷା ହେବ। ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା (Heavy Rain)  ସହ ବଜ୍ରପାତ ଆଶଙ୍କା ଅଛି। ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ ଓ ଗଜପତିରେ ପାଗ ଶୁଖିଲା ରହିବ। କଳାହାଣ୍ଡି, ନୂଆପଡା ଓ ବରଗଡରେ ମଧ୍ୟ ବଜ୍ରପାତ ସହ ବର୍ଷା ହୋଇପାରେ। ଏଥିପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି।

Also Read: ଘର ଝିଅ ପାଇଁ ବାହାରିଲେ ସୁର; କହିଲେ, ସୋନିଆ ଫ୍ରି ଛାଡ଼ନ୍ତୁ

ସେହିପରି ସୋମବାର ଗଞ୍ଜମ ବ୍ୟତୀତ ସମସ୍ତ ଉପକୂଳ ଜିଲ୍ଲା ଓ ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ଶୁଖିଲା ପାଗ ରହିବ। ଦକ୍ଷିଣ ଓଡିଶା, କଳାହାଣ୍ଡି, ବଲାଙ୍ଗିର, ନୂଆପଡା, ବୌଦ୍ଧ, ସୋନପୁର, ବଲାଙ୍ଗିର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା ଅଛି। ତେବେ ସୋମବାର କୌଣସ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

 

ଅନ୍ୟପଟେ ମଙ୍ଗଳବାର ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଜୁନ ୨୮ ତାରିଖ ସକାଳୁ ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ହେବ। କିନ୍ତୁ ବଜ୍ରପାତର କୌଣସି ସଙ୍କେତ ଦିଆଯାଇନାହିଁ। ବୁଧବାର କୋରାପୁଟ, ମାଲକାନଗିରି, ଅନୁଗୁଳ, କେନ୍ଦୁଝର, ଦେବଗଡ, ସମ୍ବଲପୁର, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ହୋଇପାରେ।

Also Read: ଚିକିତ୍ସାରେ ଚରମ ଅବହେଳା! ଭୁଲ ଇଞ୍ଜେକସନ ଯୋଗୁଁ ରୋଗୀର ମୃତ୍ୟୁ ଅଭିଯୋଗ

ଜୁନରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା ରହିଛି। ଗତ ୧୦ ଦିନରେ ରାଜ୍ୟରେ  ୯୮.୩ ମିମି ବର୍ଷା ରେକର୍ଡ କରାଯାଇଛି। ବର୍ତ୍ତମାନ ଏହା ସ୍ୱଭାବିକ ବର୍ଷା ଠାରୁ ପ୍ରାୟ ୪ ପ୍ରତିଶତ ଅଧିକ ଅଛି। କିନ୍ତୁ ଆଗାମୀ ଦିନରେ ଅଧିକାଂଶ ଜିଲ୍ଲାରେ ଶୁଖିଲା ପାଗ ରହିବ। ତେଣୁ ବର୍ଷା ମଧ୍ୟ କମ ହେବ। କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ରାଜଧାନୀ ଭୁବନେଶ୍ୱରରେ ବର୍ଷା ନ ଦେଲେ ମଧ୍ୟ ପାଗ ମେଘୁଆ ରହିବ।