ଚିକିତ୍ସାରେ ଚରମ ଅବହେଳା! ଭୁଲ ଇଞ୍ଜେକସନ ଯୋଗୁଁ ରୋଗୀର ମୃତ୍ୟୁ ଅଭିଯୋଗ
Advertisement

ଚିକିତ୍ସାରେ ଚରମ ଅବହେଳା! ଭୁଲ ଇଞ୍ଜେକସନ ଯୋଗୁଁ ରୋଗୀର ମୃତ୍ୟୁ ଅଭିଯୋଗ

ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ କିଡନୀ ରୋଗ ପାଇଁ ଡାଇଲେସିସ ନେବା ପାଇଁ ଧମା ଅଞ୍ଚଳର ୫୨ ବର୍ଷର ଝସକେତନ ମେହେରଙ୍କୁ  ଭର୍ତ୍ତି କରାଯାଇଥିଲା। କିନ୍ତୁ ମେଡ଼ିକାଲରେ ଭୁଲ ଇଞ୍ଜେକସନ ଦିଆଯିବାରୁ ତାଙ୍କର ମୄତ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପ୍ରତିକାତ୍ମକ ଫଟୋ

ସମ୍ବଲପୁର: ଚିକିତ୍ସାରେ ଚରମ ଅବହେଳା ଭୁଲ ଇଞ୍ଜେକସନ ପାଇଁ ଚାଲିଗଲା ରୋଗୀର ଜୀବନ। ଏପରି ସାଙ୍ଘାତିକ ଅଭିଯୋଗ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାମରେ ଆସିଛି। ଡାଇଲେସିସ କେନ୍ଦ୍ରରେ ଭୁଲ ଇଞ୍ଜେକସନ ଦେବାରୁ ଶୁକ୍ରବାର ପିତାଙ୍କ ମୄତ୍ୟୁ ହୋଇଛି ବୋଲି କହିଛନ୍ତି ମୄତ ରୋଗୀଙ୍କ ପୁଅ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ କିଡନୀ ରୋଗ ପାଇଁ ଡାଇଲେସିସ ନେବା ପାଇଁ ଧମା ଅଞ୍ଚଳର ୫୨ ବର୍ଷର ଝସକେତନ ମେହେରଙ୍କୁ  ଭର୍ତ୍ତି କରାଯାଇଥିଲା। କିନ୍ତୁ ମେଡ଼ିକାଲରେ ଭୁଲ ଇଞ୍ଜେକସନ ଦିଆଯିବାରୁ ତାଙ୍କର ମୄତ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୄତ ଝସକେତନଙ୍କ ପୁଅ କହିଛନ୍ତି ଯେ, ତାଙ୍କ ପିତା ଶୁକ୍ରବାର ସକାଳୁ ପରିବାର ସହ ଭଲ ଅଛି ବୋଲି କହି କଥା ହୋଇଥିଲେ। କିଛି ସମୟ ପରେ ମେଡ଼ିକାଲରୁ ତାଙ୍କ ଘରକୁ ଫୋନ କରାଗଲା ଯେ, ତାଙ୍କ ପିତାଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। 

Also Read: ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶିତ ହେବ ମାଟ୍ରିକ ଫଳ: ଗଣଶିକ୍ଷା ମନ୍ତ୍ରୀ

ଖବର ପାଇ ପରିବାର ଲୋକ ମେଡ଼ିକାଲକୁ ଆସିବା ପରେ ଝସକେତନଙ୍କ ମୄତ୍ୟ ହୋଇଥିବା କୁହାଯାଇଛି। ତେବେ ମେଡ଼ିକାଲର  ଡାଇଲେସିସ କେନ୍ଦ୍ରରେ ଭୁଲ ଇଞ୍ଜେକସନ ଦେବାରୁ ତାଙ୍କ ପିତାଙ୍କ ମୄତ୍ୟୁ ହୋଇଛି ବୋଲି ମୄତ ରୋଗୀଙ୍କ ପୁଅ କହିଛନ୍ତି। ସମ୍ବଲପୁର ସିଡିଏମ ପିଏଚଓ ଡାକ୍ତର ଅଶଓକ ଦାସ କହିଛନ୍ତି ଯେ, ଭୁଲ ଇଞ୍ଜେକସନ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। ଝସକେତନ ମେହେର ମେଡ଼ିକାଲକୁ ଡାଇଲେସିସ ପାଇଁ ଆସିଥିବା କଥାକୁ ସେ ମାନିଛନ୍ତି। କିନ୍ତୁ ଡାଇଲେସିସ କାର୍ଯ୍ୟ ସରିଥିବା ବେଳେ ହଠାତ ଝାଳ ବାହାରି ଝସକେତନ ଅସୁସ୍ଥ ହୋଇଥିଲେ। ପରେ ହୄତଘାତରେ ତାଙ୍କର ମୄତ୍ୟୁ ହୋଇଥିବା ସମ୍ବଲପୁର ସିଡିଏମ  ପିଏଚଓ କହିଛନ୍ତି।

ରାଜ୍ୟରେ ଭୁଲ ଇଞ୍ଜେକସନ ପାଇଁ ରୋଗୀର ମୃତ୍ୟୁ ଅଭିଯୋଗର ଫର୍ଦ୍ଦ ଲମ୍ବା। ଗତ ସପ୍ତାହରେ ଝାରସୁଗୁଡା, ବ୍ରଜରାଜନଗର ଥାନା ଅଞ୍ଚଳରୁ ସମାନ ଅଭିଯୋଗ ଆସିଥିଲା। ଏକ ଘରୋଇ କ୍ଲିନିକରେ ଭୁଲ ଇଞ୍ଜେକସନ ଦେବାରୁ ଶାସ୍ତ୍ରୀନଗରର ତୁଳସୀ ମହାନନ୍ଦ (୬)ଙ୍କୁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ଗତବର୍ଷ ନଭେମ୍ବରରେ ଭୁଲ ଇଞ୍ଜେକସନ ଯୋଗୁ ରାଉରକେଲା ସ୍ୱତନ୍ତ୍ର ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। କନ୍ତୁ ଜେଲ କର୍ତ୍ତୃପକ୍ଷ କଏଦୀଙ୍କ ପତ୍ନୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ।