ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୯୪,୬୬୮ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୪୫୬ ଜଣ କୋରୋନା (Coronavirus) ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
Trending Photos
ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ କୋରୋନା ସଂକ୍ରମିତ (Coronavirus Positive)ଙ୍କ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି । ରାଜ୍ୟରେ ଦିନକୁ ଦିନ ସ୍ଥିତ ବିଗିଡ଼ିବାରେ ଲାଗିଛି । ପ୍ରତିଦିନ କୋରୋନା ଭୂତାଣୁ (Coronavirus) ସଂକ୍ରମଣ ମାମଲାରେ ବୃଦ୍ଧି ରେକର୍ଡ କରାଯାଉଛି । ଏହାସହ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଅନ୍ୟପଟେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ଶୁକ୍ରବାର ରାଜ୍ୟରେ ଆଉ ୨୫୦୩ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୭,୮୨୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।
ଅଧିକ ପଢ଼ନ୍ତୁ:-ଚୀନର ୫୧ ପ୍ରତିଶତ ଲୋକଙ୍କୁ ମୋଦି ସରକାର ପସନ୍ଦ: ସର୍ଭେ
ସୂଚନାଯୋଗ୍ୟ, ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୬୯ ଜଣ, କଟକରୁ ୨୮୧ ଜଣ, ଗଞ୍ଜାମରୁ ୨୦୪ ଜଣ, ରାୟଗଡାରୁ ୧୮୦ ଜଣ, ସମ୍ୱଲପୁରରୁ ୧୪୯ ଜଣ, ନୟାଗଡରୁ ୧୩୫ ଜଣ, ବାଲେଶ୍ୱରରୁ ୧୩୨ ଜଣ, ମୟୂରଭଞ୍ଜରୁ ୧୦୭ ଜଣ, ପୁରୀରୁ ୧୦୨ ଜଣ, କୋରାପୁଟରୁ ୯୫ ଜଣ, ଝାରସୁଗୁଡାରୁ ୭୧ ଜଣ, ବରଗଡ଼ରୁ ୭୦ ଜଣ, ଭଦ୍ରକରୁ ୭୦ ଜଣ, ବୌଦ୍ଧରୁ ୭୦ ଜଣ, ମାଲକାନଗିରିରୁ ୬୭ ଜଣ, କନ୍ଧମାଳରୁ ୫୨ ଜଣ, ଗଜପତିରୁ ୪୮ ଜଣ, ନବରଙ୍ଗପୁରରୁ ୪୪ ଜଣ, କେନ୍ଦ୍ରାପଡାରୁ ୪୩ ଜଣ, କଳାହାଣ୍ଡିରୁ ୩୮ ଜଣ, ବଲାଙ୍ଗୀରରୁ ୩୬ ଜଣ, ଯାଜପୁରରୁ ୩୩ ଜଣ, ସୁବର୍ଣ୍ଣପୁରରୁ ୨୬ ଜଣ, କେନ୍ଦୁଝରରୁ ୨୧ ଜଣ, ଢେଙ୍କାନାଳରୁ ୧୯ ଜଣ, ଜଗତସିଂହପୁରରୁ ୧୫ ଜଣ, ସୁନ୍ଦରଗଡ଼ରୁ ୧୫ ଜଣ, ନୂଆପଡାରୁ ୭ ଜଣ, ଅନୁଗୋଳରୁ ୩ ଜଣ ଏବଂ ଦେଓଗଡ଼ରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
recovered and are being discharged on 28.08.2020
369 from Khordha
281 from Cuttack
204 from Ganjam
180 from Rayagada
149 from Sambalpur
135 from Nayagarh
132 from Baleswar
107 from Mayurbhanj
102 from Puri
95 from Koraput
71 from Jharsuguda
70 from Bargarh
70 from Bhadrak— H & FW Dept Odisha (@HFWOdisha) August 28, 2020
1 from Deogarh
The total recovered cases of Odisha now stand at 67826
— H & FW Dept Odisha (@HFWOdisha) August 28, 2020
ଅଧିକ ପଢ଼ନ୍ତୁ:-ପୁଟିନଙ୍କ ଏହି ଘୋଷଣା ପରେ ବଢ଼ିଲା ଉତ୍ତେଜନା, ଫୋର୍ସ ପଠାଇବାକୁ ପ୍ରସ୍ତୁତି କରୁଛି ଋଷ
ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୯୪,୬୬୮ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୪୫୬ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୬୫,୩୨୩ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୮,୮୩୬ ସଂକ୍ରିୟ ସଂକ୍ରମିତ ମାମଲା ରହିଛି ।