ଚୀନର ୫୧ ପ୍ରତିଶତ ଲୋକଙ୍କୁ ମୋଦି ସରକାର ପସନ୍ଦ: ସର୍ଭେ
Advertisement

ଚୀନର ୫୧ ପ୍ରତିଶତ ଲୋକଙ୍କୁ ମୋଦି ସରକାର ପସନ୍ଦ: ସର୍ଭେ

ଗ୍ଲୋବାଲ ଟାଇମ୍ସ (Global Times Survey) ସର୍ଭେ ଅନୁଯାୟୀ, ୭୦ ପ୍ରତିଶତ ଚୀନ୍ ଲୋକ (Chinese Citizens) କହିଛନ୍ତି ଯେ ଭାରତରେ ଚୀନ୍ ବିରୋଧୀ ଚିନ୍ତାଧାରା ବହୁତ ଅଧିକ ।

ଚୀନର ୫୧ ପ୍ରତିଶତ ଲୋକଙ୍କୁ ମୋଦି ସରକାର ପସନ୍ଦ: ସର୍ଭେ

ବେଜିଂ: ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତ-ଚୀନ୍ (India-China Border Dispute) ସୈନିକଙ୍କ ମଧ୍ୟରେ ସାମରିକ ସଂଘର୍ଷ ପରଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ଜାରି ରହିଛି । ଏହି ସମୟରେ ଚୀନ୍‌ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ (Global Times Survey) ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏକ ସର୍ଭେ କରିଛି । ଏହି ସର୍ଭେରେ ଚାଇନାର ୫୧ ପ୍ରତିଶତ ଲୋକ (Chinese Citizens) ମୋଦି ସରକାର (Modi Govt)ଙ୍କୁ ପ୍ରଶଂସା କରିଛନ୍ତି । ଏହି ସର୍ଭେରେ ଏହା ପ୍ରକାଶ ପାଇଛି ଯେ, ଚୀନ୍‌ର ଲୋକମାନେ ନିଜର ନେତାଙ୍କ କିଛି ନୀତିକୁ ନେଇ ଖୁସି ନୁହଁନ୍ତି ।

ଅଧିକ ପଢ଼ନ୍ତୁ:-ବିଜେପି ଭିତରେ ବିରୋଧର ସାମ୍ନା କରୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ !

ଗ୍ଲୋବାଲ ଟାଇମ୍ସ (Global Times Survey) ସର୍ଭେ ଅନୁଯାୟୀ, ୭୦ ପ୍ରତିଶତ ଚୀନ୍ ଲୋକ (Chinese Citizens) କହିଛନ୍ତି ଯେ ଭାରତରେ ଚୀନ୍ ବିରୋଧୀ ଚିନ୍ତାଧାରା ବହୁତ ଅଧିକ । ଏଥି ସହିତ ୩୦ ପ୍ରତିଶତ ଲୋକ କହିଛନ୍ତି ଯେ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ ବୋଲି ସେମାନେ ଅନୁଭବ କରୁଛନ୍ତି । ଏହି ସର୍ଭେରେ ଚୀନର ଲୋକମାନେ ଋଷ, ଜାପାନ ଏବଂ ପାକିସ୍ଥାନ ପରେ ଭାରତ ସେମାନଙ୍କ ପସନ୍ଦର ଦେଶ ବୋଲି କହିଛନ୍ତି । ଯଦିଓ ସର୍ଭେ କରାଯାଇଥିବା ୯୦ ପ୍ରତିଶତ ଲୋକ ଭାରତ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସହମତ ହୋଇଛନ୍ତି । ପ୍ରାୟ ୫୦ ପ୍ରତିଶତ ଚୀନର ଲୋକ ବିଶ୍ୱାସ କରନ୍ତି ଯେ ଭାରତୀୟ ଅର୍ଥନୀତି ଚୀନ୍ ଉପରେ ନିର୍ଭରଶୀଳ ଏବଂ ବର୍ତ୍ତମାନର ପଦକ୍ଷେପ ଭାରତକୁ କ୍ଷତି ପହଞ୍ଚାଇବ ।

ଅଧିକ ପଢ଼ନ୍ତୁ:-ସୋନିଆ-ରାହୁଲ-ପ୍ରିୟଙ୍କା: କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ କାହିଁକି ପ୍ରସ୍ତୁତ ନୁହେଁ ଗାନ୍ଧୀ ପରିବାର ?

କେବଳ ୫୬ ପ୍ରତିଶତ ଚୀନୀ ନାଗରିକ ଭାରତ ବିଷୟରେ ରୁଚି ରଖନ୍ତି କିମ୍ୱା ସେମାନେ ଭାରତ ବିଷୟରେ କିଛି ଜାଣିଛନ୍ତି । ୫୭ ପ୍ରତିଶତ ଚାଇନିଜ୍ ବିଶ୍ୱାସ କରନ୍ତି ଯେ ଭାରତୀୟ ସେନା କୌଣସି ପ୍ରକାରେ ଚୀନ୍ ସେନା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯଥେଷ୍ଟ ବିକଶିତ ନୁହେଁ । ଅନ୍ୟପକ୍ଷରେ ବିବାଦ ଘେରରେ ଚାଲିଥିବା ଟେକ୍ କମ୍ପାନୀ ହୁୱାଭେ ଭାରତୀୟମାନଙ୍କୁ ଆକର୍ଷିତ କରିବା ପାଇଁ ପ୍ରୟାସ କରୁଛି । ହୁୱାଭେ କହିଛନ୍ତି ଯେ, ସେ ଭାରତ ପ୍ରତି ପ୍ରତିବଦ୍ଧ ଏବଂ ଗତ ୨୦ ବର୍ଷ ଧରି ଭାରତରେ କାର୍ଯ୍ୟ କରିଆସୁଛି ।