କୁକୁର ସହ ମହିଳା ରଖିଲେ ଶାରୀରିକ ସମ୍ପର୍କ, ଫଟୋ ଦେଖି କୋର୍ଟ ଦେଲେ ଏହି ବଡ଼ ଦଣ୍ଡ
Advertisement
Article Detail0/zeeodisha/odisha1090847

କୁକୁର ସହ ମହିଳା ରଖିଲେ ଶାରୀରିକ ସମ୍ପର୍କ, ଫଟୋ ଦେଖି କୋର୍ଟ ଦେଲେ ଏହି ବଡ଼ ଦଣ୍ଡ

ମହିଳା ଜଣକ କହିଛି ଯେ, ସେ ଦୀର୍ଘ ବର୍ଷ ଧରି ଏଭଳି କାର୍ଯ୍ୟକଳାପରେ ଲିପ୍ତ ଥିଲା । ମହିଳା ଜଣକ ୨୦୧୮ ମସିହାରେ ବୋର୍ନମାଉଥ ଯାତ୍ରା କରିଥିଲା ଓ ଏହି ସମୟ ମଧ୍ୟରେ ଅନେକ ଲୋକଙ୍କ ବ୍ୟତୀତ ସେ ଡଗ୍ ସହିତ ଶାରୀରିକ ସମ୍ପର୍କ ରଖିଥିଲା । ମହିଳାଙ୍କ ନିକଟରୁ ଏକ ପେନ୍ ଡ୍ରାଇଭ୍ ମଧ୍ୟ ମିଳିଛି, ଯାହାର ଅନୁସନ୍ଧାନ ସମୟରେ ୩.୫ ଗ୍ରାମ କୋକେନର ଫଟୋ ମଧ୍ୟ ଉଦ୍ଧାର କରାଯାଇଛି ।

ପ୍ରତୀକାତ୍ମକ ଫଟୋ

ଲଣ୍ଡନ: ବ୍ରିଟେନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମହିଳା ନିଜର ଯୌନ କାମନାର ପୂର୍ତ୍ତି ପାଇଁ ଏକ ପଶୁକୁ ଦୁଷ୍କର୍ମ (Animal Rape) କରିଛି । ମହିଳା ଜଣକ ତାଙ୍କ ଅପରାଧକୁ ସ୍ୱୀକାର କରିଛି ଓ ଘଟଣା ସମୟରେ ସେ କୋକେନ (Cocaine) ର ନିଶାରେ ଥିଲା ବୋଲି କହିଛି । ଏହି ଘୃଣ୍ୟ କାର୍ଯ୍ୟ ପାଇଁ ମହିଳାଙ୍କୁ ଜେଲ ଦଣ୍ଡାଦେଶ ହୋଇଛି ।

ଏହି ଘଟଣା ନର୍ଥୱିଚ୍ ସହର (Northwick) ରେ ଘଟିଛି । ଯେଉଁଠାରେ ମହିଳା ଜଣକ ଚତୁରତାର ସହ କୁକୁର (Dog) କୁ ଶିକାର କରିଛନ୍ତି ଓ କ୍ୟାମେରାରେ ଏହି କାର୍ଯ୍ୟର ଫଟୋ ମଧ୍ୟ କଏଦ କରିଛନ୍ତି । କୋର୍ଟରେ ହାଜର ହେବା ସମୟରେ ମହିଳାଙ୍କ ଏହି କାର୍ଯ୍ୟକୁ ଏକ ଜଘନ୍ୟ ଅପରାଧ ବୋଲି ମନେ କରାଯାଉଛି । ଆଉ ଏହି ଘୃଣ୍ୟ କାର୍ଯ୍ୟ ପାଇଁ ତାଙ୍କୁ ୨୦ ମାସ ଜେଲ ଦଣ୍ଡାଦେଶ ମିଳିଛି ।

'ମିରର'ର ଖବର ଅନୁଯାୟୀ ମହିଳାଙ୍କ ବୟସ ୬୦ ବର୍ଷ ବୋଲି କୁହାଯାଉଛି ଓ ତାଙ୍କୁ ପୂର୍ବରୁ ଛୋଟ ପିଲାମାନଙ୍କ ସହ ଅଶ୍ଳୀଳ ଫଟୋ ସେୟାର କରିବା ଯୋଗୁଁ ଦଣ୍ଡିତ କରାଯାଇସାରିଛି । ୨୦୦୬ ଓ ୨୦୦୯ ମସିହାରେ ମଧ୍ୟ ସେ ଏକ ସମାନ କାର୍ଯ୍ୟ କରିଥିଲା, ଯଦିଓ ତାଙ୍କୁ ସେତେବେଳେ ଜେଲ ଦଣ୍ଡ ହୋଇପାରି ନଥିଲା ।

ମହିଳାଙ୍କ ଏପରି ଆଚରଣକୁ ଦୃଷ୍ଟିରେ ରଖି ତାଙ୍କୁ ସେକ୍ସ ଅପରାଧୀ ବର୍ଗରେ ରଖାଯାଇଛି ଓ ଏହି କାରଣରୁ ଜୁଲାଇ ୨୦୧୯ରେ ପୋଲିସ ତାଙ୍କ ଘରେ ଚଢ଼ାଉ କରିଥିଲା । ପୋଲିସ ମହିଳାଙ୍କ ଘରୁ ଏକ ଲାପଟପ ଜବତ କରିଛି ଯେଉଁଥିରେ ତାଙ୍କ ବର୍ବରତାର ପ୍ରମାଣ ରହିଛି ।

ଜବତ ହୋଇଥିବା ଲାପଟପ୍ ଗୁଡ଼ିକର ଯାଞ୍ଚ ପାଇଁ ପ୍ରାୟ ୨ ବର୍ଷ ସମୟ ଲାଗିଛି, ଯାହା ବର୍ତ୍ତମାନ ଶେଷ ହୋଇଛି । ଏହି ଲାପଟପରେ ଏକ ଲୁକ୍କାୟିତ ଫୋଲ୍ଡର୍ ଥିଲା ଯେଉଁଥିରେ ୩୧ଟି ଏପରି ଫଟୋ ଦେଖିବାକୁ ମିଳିଥିଲା ​​ଯାହା ଆପତ୍ତିଜନକ ଥିଲା । ଏହି ଫଟୋଗୁଡ଼ିକରେ ମହିଳା ଜଣକ ଆଲକେସିଆନ୍ ପ୍ରଜାତିର କୁକୁର (Alsatian Breed Dog) ସହିତ ଯୌନ ବା ସେକ୍ସ କ୍ରିୟା କରୁଥିବା ନଜର ଆସିଛି । ଏହି ଫଟୋଗୁଡ଼ିକ ପ୍ରମାଣ ଭାବରେ କୋର୍ଟରେ ଉପସ୍ଥାପିତ ହୋଇଛି ।

ମହିଳା ଜଣକ କହିଛି ଯେ, ସେ ଦୀର୍ଘ ବର୍ଷ ଧରି ଏଭଳି କାର୍ଯ୍ୟକଳାପରେ ଲିପ୍ତ ଥିଲା । ମହିଳା ଜଣକ ୨୦୧୮ ମସିହାରେ ବୋର୍ନମାଉଥ ଯାତ୍ରା କରିଥିଲା ଓ ଏହି ସମୟ ମଧ୍ୟରେ ଅନେକ ଲୋକଙ୍କ ବ୍ୟତୀତ ସେ ଡଗ୍ ସହିତ ଶାରୀରିକ ସମ୍ପର୍କ ରଖିଥିଲା । ମହିଳାଙ୍କ ନିକଟରୁ ଏକ ପେନ୍ ଡ୍ରାଇଭ୍ ମଧ୍ୟ ମିଳିଛି, ଯାହାର ଅନୁସନ୍ଧାନ ସମୟରେ ୩.୫ ଗ୍ରାମ କୋକେନର ଫଟୋ ମଧ୍ୟ ଉଦ୍ଧାର କରାଯାଇଛି ।

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ବଡ଼ ଆଶ୍ୱସ୍ତିକର ଖବର

ଏହା ବି ପଢ଼ନ୍ତୁ:-ପୁରୁଷମାନେ ଯୌନ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ୬ଟି ପ୍ରାକୃତିକ ଉପାୟ

ଏହା ବି ପଢ଼ନ୍ତୁ:-ଏହି ବଲିଉଡ଼ ଅଭିନେତ୍ରୀ ଏସବୁ ଫିଲ୍ମରେ ଦେଇଛନ୍ତି ଅତ୍ୟଧିକ ବୋଲ୍ଡ ସିନ୍, ନ୍ୟୁଡ୍ ଭିଡିଓ ମଧ୍ୟ ହୋଇସାରିଛି ଲିକ୍

ପ୍ରତିରକ୍ଷା ଓକିଲ କୋର୍ଟଙ୍କୁ କହିଛନ୍ତି ଯେ, ଏହି ଘଟଣା ପ୍ରାୟ ୩ ବର୍ଷ ପୂର୍ବେ ଘଟିଥିଲା ଓ ତାଙ୍କ କ୍ଲାଇଣ୍ଟ ସମସ୍ତ ଅଭିଯୋଗକୁ ସଚ୍ଚୋଟତାର ସହ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ଫଟୋ ବିସ୍ତାର କରିବା ଅପରାଧ ସହିତ ସମାନ ଓ ଏହି କାର୍ଯ୍ୟରେ କୌଣସି ଗୁରୁତର ଅପରାଧ ନାହିଁ । ଅଦାଲତ ମନେ କରନ୍ତି ଯେ ଏପରି କାର୍ଯ୍ୟ ପରେ କାହାକୁ ଛାଡିବା ଠିକ୍ ନୁହେଁ ଓ ଏକ ଉଦାହରଣ ଉପସ୍ଥାପନ କରାଯିବା ଉଚିତ୍ । ଏଥିପାଇଁ ଜେଲ ଦଣ୍ଡ ସବୁଠାରୁ ସଠିକ୍ ବୋଲି କୋର୍ଟ କହିଛନ୍ତି ।