କୋରୋନା ମାମଲାରେ ଆସିଲା ବଡ଼ ଆଶ୍ୱସ୍ତିକର ଖବର
Advertisement
Article Detail0/zeeodisha/odisha1090791

କୋରୋନା ମାମଲାରେ ଆସିଲା ବଡ଼ ଆଶ୍ୱସ୍ତିକର ଖବର

Coronavirus in India: ଦେଶରେ କୋରୋନା ଭୂତାଣୁ ସଙ୍କଟ କମ୍ ହେବାରେ ଲାଗିଛି । ଗତକାଲି ଅପେକ୍ଷା ଆଜି କୋରୋନା ମାମଲାରେ ହ୍ରାସ ଦେଖାଦେଇଛି, କିନ୍ତୁ ମୃତ୍ୟୁ ମାମଲାରେ ବୃଦ୍ଧି ରେକର୍ଡ କରାଯାଉଛି । ସୋମବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୩ ହଜାର ୮୭୬ ନୂତନ କୋରୋନା ମାମଲା (Coronavirus

କୋରୋନା ମାମଲାରେ ଆସିଲା ବଡ଼ ଆଶ୍ୱସ୍ତିକର ଖବର

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁ ସଙ୍କଟ କମ୍ ହେବାରେ ଲାଗିଛି । ଗତକାଲି ଅପେକ୍ଷା ଆଜି କୋରୋନା ମାମଲାରେ ହ୍ରାସ ଦେଖାଦେଇଛି, କିନ୍ତୁ ମୃତ୍ୟୁ ମାମଲାରେ ବୃଦ୍ଧି ରେକର୍ଡ କରାଯାଉଛି । ସୋମବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୩ ହଜାର ୮୭୬ ନୂତନ କୋରୋନା ମାମଲା (Coronavirus Case) ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯୫ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୯୯,୦୫୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୧,୧୬,୦୭୩ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୭.୨୫ ପ୍ରତିଶତ ରହିଛି । 

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୧୯ ଲକ୍ଷ ୫୨ ହଜାର ୭୦୭ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୬ ଲକ୍ଷ ୬୦ ହଜାର ୨୦୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୧ ଲକ୍ଷ ୮ ହଜାର ୯୩୮ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୨ ହଜାର ୮୭୪ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଏହା ବି ପଢ଼ନ୍ତୁ:-ଲାଭ ନୁହେଁ ବରଂ କ୍ଷତି ପହଞ୍ଚାଇଥାଏ ଆଳୁର ଅତ୍ୟଧିକ ସେବନ, ଅଧିକ ଆଳୁ ଖାଇଲେ ହୋଇଥାଏ ଏସବୁ ସମସ୍ୟା

ଏହା ବି ପଢ଼ନ୍ତୁ:-ବିନା ଔଷଧରେ ମଧ୍ୟ ବଢ଼ିପାରେ ପୁରୁଷଙ୍କ 'ଯୌନ ଶକ୍ତି', କେବଳ ଆପଣାନ୍ତୁ ଏହି ୬ଟି ପ୍ରାକୃତିକ ଉପାୟ

ଏହା ବି ପଢ଼ନ୍ତୁ:-ବିନା ବ୍ରେକ୍ ଲଗାତର ପାଞ୍ଚ ଘଣ୍ଟା ଧରି ଗଢ଼ିଲେ ଶାରୀରିକ ସମ୍ପର୍କ, ବୟଫ୍ରେଣ୍ଡକୁ ଯିବାକୁ ପଡ଼ିଲା ହସ୍ପିଟାଲ​

ଏହା ବି ପଢ଼ନ୍ତୁ:-ଏହି ବଲିଉଡ଼ ଅଭିନେତ୍ରୀ ଏସବୁ ଫିଲ୍ମରେ ଦେଇଛନ୍ତି ଅତ୍ୟଧିକ ବୋଲ୍ଡ ସିନ୍, ନ୍ୟୁଡ୍ ଭିଡିଓ ମଧ୍ୟ ହୋଇସାରିଛି ଲିକ୍

 

ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଫେବୃଆରୀ ୬ ପର୍ଯ୍ୟନ୍ତ ସାରା ଦେଶରେ ୧୬୯ କୋଟି ୬୩ ଲକ୍ଷ ୮୦ ହଜାର ୭୫୫ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪ ଲକ୍ଷ ୭୦ ହଜାର ୦୫୩ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୪ କୋଟି ୧୫ ଲକ୍ଷ ୬୧ ହଜାର ୫୮୭ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୫୬ ହଜାର ୩୬୩ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୭ ପ୍ରତିଶତରୁ ଅଧିକ ରହିଛି ।