ମମିତା ମେହେର ହତ୍ୟା ମାମଲାରେ CBI ତଦନ୍ତ ଦାବି କଲା BJP
Advertisement
Article Detail0/zeeodisha/odisha1011040

ମମିତା ମେହେର ହତ୍ୟା ମାମଲାରେ CBI ତଦନ୍ତ ଦାବି କଲା BJP

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ସମ୍ପୂର୍ଣ୍ଣ ଘଟଣାକ୍ରମ ବିସ୍ମୟ ସୃଷ୍ଟି କରିଛି । ପୀଡିତାର ପରିବାର ଲୋକ ଗଣମାଧ୍ୟମ ଆଗରେ ଯାହା ପ୍ରକାଶ କରିଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । 

ମମିତା ମେହେର ହତ୍ୟା ମାମଲାରେ CBI ତଦନ୍ତ ଦାବି କଲା BJP

ଭୁବନେଶ୍ୱର: Mamita Meher murder case: ମମିତା ମେହେର ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କଲା ବିଜେପି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କର ବରଖାସ୍ତ ସହ ଗିରଫଦାରି ପାଇଁ ଦାବି କଲା ବିଜେପି । ଏ ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସିଧାସଳଖ ସମ୍ପୃକ୍ତି ନେଇ ବିଜେପିର ଅଭିଯୋଗ । 

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ସମ୍ପୂର୍ଣ୍ଣ ଘଟଣାକ୍ରମ ବିସ୍ମୟ ସୃଷ୍ଟି କରିଛି । ପୀଡିତାର ପରିବାର ଲୋକ ଗଣମାଧ୍ୟମ ଆଗରେ ଯାହା ପ୍ରକାଶ କରିଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ଶିକ୍ଷାନୁଷ୍ଠାନରେ ବିଭତ୍ସ କାର୍ଯ୍ୟ ହେଉଥିଲା । ଏହି ଘଟଣା ଓଡିଶାବାସୀଙ୍କୁ ଲଜ୍ଜିତ କରିଛି । ପୀଡିତାର ବାପା କହିଛନ୍ତି ଯେ, ଶିକ୍ଷାନୁଷ୍ଠାନରେ ଯୌନ ବ୍ୟଭିଚାର ଚାଲିଥିଲା । ଶିକ୍ଷାନୁଷ୍ଠାନର ସଂଚାଳକ ସାମିଲ ଥିଲେ । ମନ୍ତ୍ରୀମାନେ ବରାବର ସେଠାକୁ ଯାଉଥିଲେ । ପୀଡ଼ିତାର ବାପାଙ୍କ ଏଫଆଇଆର ରଖୁନଥିଲେ ପୋଲିସ । ପୀଡିତାଙ୍କ ବାପା ବୟାନ ଦେଇଛନ୍ତି । ମନ୍ତ୍ରୀ ଶାରୀରିକ ସମ୍ପର୍କ ରଖିବା ପାଇଁ ସେ ଜାଗକୁ ଆସୁଥିଲେ । 

ସେ ଆଗକୁ କହିଛନ୍ତି ଯେ, ମମିତା ମେହେରଙ୍କ ମୋବାଇଲ, ପେନଡ୍ରାଇଭ, ଲାପଟପ ପୋଲିସ ସିଜ୍ କରିଛି । ପୀଡିତା ମୋବାଇଲରେ ଅନେକ ସିକ୍ରେଟ ରଖିଥିଲା । ଏ ସବୁ ଅସମାହିତ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିବା ଦରକାର । ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ କହୁଛନ୍ତି ସେ କଲେଜ ମୋ ଜୀବନ । ହେଲିକପ୍ଟର ଧରି ୨ ଜଣ ମନ୍ତ୍ରୀ କାହିଁକି କଲେଜରେ ପହଞ୍ଚିଥିଲେ । ମନ୍ତ୍ରୀ ପ୍ରତାପ ଜେନା ରେଭେନ୍ସା କଲେଜ ସହ ମହାଲିଙ୍ଗ କଲେଜକୁ ତୁଳନା କରୁଥିଲେ । ଗୋବିନ୍ଦ ସାହୁଙ୍କୁ ଭୂୟଶୀ ପ୍ରଶଂସା କରୁଥିଲେ ମନ୍ତ୍ରୀ । ଏ ସବୁ ପ୍ରଶ୍ନର ଉତ୍ତରକୁ ଓଡିଶାବାସୀ ଅପେକ୍ଷା କରିଛନ୍ତି । ପୀଡିତାଙ୍କ ପେନଡ୍ରାଇଭ, ମୋବାଇଲ ଆଦି ଉଦ୍ଧାର ହୋଇ ସାମ୍ନାକୁ ଆସିବା ଦରକାର ବୋଲି ବିଜେପି ଦାବି କରିଛି । 

ସମୀର ମହାନ୍ତି କହିଛନ୍ତି ଯେ, ପୂର୍ବରୁ ବିଭିନ୍ନ ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ମାହାଙ୍ଗା ଡବଲ ମର୍ଡର କେସରେ ମୁଖ୍ୟମନ୍ତ୍ରୀ କିଛି କହିନାହାନ୍ତି । ଅହେତୁକ ନିରବତା ଅବଲମ୍ବନ କରୁଛନ୍ତି । ମନ୍ତ୍ରୀ ପ୍ରତାପ ଜେନା ୧୩ ନମ୍ବର ମୁଦାଲା ଥିଲେ । ପରୀ ହତ୍ୟା ଘଟଣାରେ ତା ବାପା ମା ମନ୍ତ୍ରୀ ଅରୁଣ ସାହୁ ଓ ବବୁଲି ନାୟକଙ୍କ ନାଁ କହିଥିଲେ । କିନ୍ତୁ ତାଙ୍କୁ ତଦନ୍ତର କୌଣସି ପ୍ରକ୍ରିୟାରେ ସାମିଲ କରାଗଲା ନାହିଁ । ସ୍ମିତାରାଣୀ ମୃତ୍ୟୁ ଘଟଣା । କେମିତି ମୃତ୍ୟୁ ହେଲା ତାହା ରହସ୍ୟ ହୋଇ ରହିଲା ।  ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ଘଟଣା । ମନ୍ତ୍ରୀ ବିକ୍ରମ ଆରୁଖ  ଓ ପିଏଙ୍କ ନାଁ ଆସିଲା ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ।

ସେ ଆଗକୁ କହିଛନ୍ତି ଯେ, କୁନ୍ଦୁଲିରେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମ ଘଟଣାରେ କିଛି ହେଲା ନାହିଁ । ଟିକିରିରେ ଶିକ୍ଷୟତ୍ରୀଙ୍କ ହତ୍ୟା ଘଟଣା ସବୁ ଘଟଣାରେ ବଡ଼ ବଡ଼ିଆଙ୍କୁ ସୁରକ୍ଷା ଦିଆଯାଉଛି । ଏ ଘଟଣାରେ ତଥ୍ୟକୁ ନଷ୍ଟ କରାଯାଉଛି । ମନ୍ତ୍ରୀ ମାନଙ୍କୁ ସୁରକ୍ଷା ଦିଆଯାଉଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଅର୍ଥ କଲେଜରେ ଲାଗିଛି । ପାଖାପାଖି ୩୨ ଲକ୍ଷ ଟଙ୍କା ଦିଆଯାଇଛି । ଵ୍ୟକ୍ତିଗତ ଭାବେ ଠିକାଦାର ମାନେ ଚଳିବା ପାଇଁ ବ୍ୟବସ୍ଥା କରାଯାଉଛି ।

ଏହା ବି ପଢ଼ନ୍ତୁ:-ଟି-20 ବିଶ୍ୱକପରେ ପାକିସ୍ତାନ ସହିତ ମ୍ୟାଚ୍ ଖେଳିବ ନାହିଁ ଭାରତ? BCCI ଦେଲା ଏହି ଜବାବ

ଏହା ବି ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ଏହା ବି ପଢ଼ନ୍ତୁ:-ତାଲିବାନ ପାଇଁ ଖୁସି ଖବର! ଆଫଗାନିସ୍ତାନକୁ ନେଇ ପୁଣି ସକ୍ରିୟ ହେଲା ଋଷ

ଏହା ବି ପଢ଼ନ୍ତୁ:-କ୍ୟାପଟେନ ଅମରିନ୍ଦର ଗଢ଼ିବେ ନୂଆ ଦଳ, ବିଜେପି ସହ କରିବେ ମେଣ୍ଟ, କିନ୍ତୁ ରଖିଲେ ଏହି ସର୍ତ୍ତ