କ୍ୟାପଟେନ ଅମରିନ୍ଦର ଗଢ଼ିବେ ନୂଆ ଦଳ, ବିଜେପି ସହ କରିବେ ମେଣ୍ଟ, କିନ୍ତୁ ରଖିଲେ ଏହି ସର୍ତ୍ତ
Advertisement

କ୍ୟାପଟେନ ଅମରିନ୍ଦର ଗଢ଼ିବେ ନୂଆ ଦଳ, ବିଜେପି ସହ କରିବେ ମେଣ୍ଟ, କିନ୍ତୁ ରଖିଲେ ଏହି ସର୍ତ୍ତ

ସେ ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ (Congress) ବ୍ୟତୀତ ଅନ୍ୟ ଯେକୌଣସି ଦଳ ସହ ମେଣ୍ଟ କରିବାର ବିକଳ୍ପ ତାଙ୍କ ଦଳ ଖୋଲା ରଖିବ ।

କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh)

ନୂଆଦିଲ୍ଲୀ: Punjab Congress Fight Captain Amarinder Singh: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) ମଙ୍ଗଳବାର ବିଜେପି (BJP) ରେ ଯୋଗଦେବାର କଳ୍ପନାକୁ ଶେଷ କରି ନଭେମ୍ବରରେ ନିଜ ଦଳ ଘୋଷଣା କରିବେ ବୋଲି ସ୍ପଷ୍ଟ କରିଛନ୍ତି । ଏଥିସହ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବରିଷ୍ଠ ରକ୍ଷଣଶୀଳ ନେତାମାନଙ୍କୁ ସେ ଗୁରୁତ୍ୱ ପ୍ରଦାନ କରିବେ, ଯେଉଁମାନେ ସେମାନଙ୍କ ଦଳରୁ ଅଲଗା ରାସ୍ତା ଆପଣାଇଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ (Congress) ବ୍ୟତୀତ ଅନ୍ୟ ଯେକୌଣସି ଦଳ ସହ ମେଣ୍ଟ କରିବାର ବିକଳ୍ପ ତାଙ୍କ ଦଳ ଖୋଲା ରଖିବ । ଯଦି ବିଜେପି, ଅକାଳୀ ଦଳ ଏବଂ ଅନ୍ୟ ଦଳର ନେତାମାନେ ତାଙ୍କ ଦଳରେ ଯୋଗ ଦିଅନ୍ତି, ତେବେ ଏହି ଉପାୟରେ ରାଜ୍ୟବାସୀଙ୍କ ପାଇଁ ଏକ ନୂତନ ରାଜନୈତିକ ପ୍ଲାଟଫର୍ମ ଉପସ୍ଥାପିତ ହେବ, ଯାହା ପଞ୍ଜାବକୁ ମଧ୍ୟ ଏକ ନୂତନ ଦିଗ ଦେବାରେ ସକ୍ଷମ ହେବ ।

ସୂଚନାଯୋଗ୍ୟ ଯେ, ଗତ ମାସରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜନୈତିକ ଗଳିରେ କ୍ୟାପଟେନ (Captain Amarinder Singh) ବିଜେପି (BJP) ରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଥିଲା । କ୍ୟାପଟେନ ଯେତେବେଳେ ଦିଲ୍ଲୀ ଗସ୍ତ ସମୟରେ ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତାଙ୍କୁ ଭେଟିଥିଲେ ସେତେବେଳେ ଏହି କଳ୍ପନାଜଳ୍ପନା ଆହୁରି ଦୃଢ଼ ହୋଇଥିଲା ।

ନିର୍ବାଚନ ପୂର୍ବରୁ ଓ ପରେ ଅନ୍ୟ ଦଳ ସହ କରିବେ ମେଣ୍ଟ 

ମଙ୍ଗଳବାର କ୍ୟାପଟେନ (Captain Amarinder Singh) ଙ୍କ ପକ୍ଷରୁ ବିଜେପି ସହ ମେଣ୍ଟ କରିବାର ସଙ୍କେତ ପୁଣି ନୂଆ ସମୀକରଣ ଉପରେ ଆଲୋଚନା ଆରମ୍ଭ ହୋଇସାରିଛି । କ୍ୟାପଟେନ କହିଛନ୍ତି ଯେ ତାଙ୍କ ଦଳ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ସାରା ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହୋଇଯିବ । ନିର୍ବାଚନ ପାଖେଇ ଆସିବା ମାତ୍ରେ ନୂଆ ଦଳର ପ୍ରାର୍ଥୀ ମଧ୍ୟ ଘୋଷଣା କରାଯିବ ବୋଲି ସେ କହିଛନ୍ତି । ଅନ୍ୟ ଦଳ ସହ ମେଣ୍ଟ ସମ୍ପର୍କରେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ମଧ୍ୟ ଏଭଳି ମେଣ୍ଟ ହୋଇପାରେ ।

କୃଷି ନିୟମର ସମାଧାନ ଶୀଘ୍ର ମିଳିବ: କ୍ୟାପଟେନ

ଦୁଇ ଦିନିଆ ଗସ୍ତରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିଛନ୍ତି । ଯଦିଓ, ପୂର୍ବ ଗସ୍ତ ପରି ଏଥର ମଧ୍ୟ ତାଙ୍କର ଏହି ଗସ୍ତକୁ ବ୍ୟକ୍ତିଗତ ଗସ୍ତ ଭାବରେ କୁହାଯାଉଛି । କିନ୍ତୁ ନିକଟରେ ଏକ ସାକ୍ଷାତକାରରେ କ୍ୟାପଟେନ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ତିନିଟି କୃଷି ଆଇନର ସମାଧାନ ଶୀଘ୍ର ମିଳିବ । ଯାହା ପରେ ପଞ୍ଜାବର ରାଜନୀତିରେ ନୂଆ ସମୀକରଣକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଗତ ଏକ ମାସ ମଧ୍ୟରେ କ୍ୟାପଟେନଙ୍କ ଏହା ହେଉଛି ତୃତୀୟ ଥର ପାଇଁ ଦିଲ୍ଲୀ ଗସ୍ତ ।

ଏଠାରେ କହି ରଖୁଛୁ ଯେ, ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ ସମୟରେ ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିବାବେଳେ ଦ୍ୱିତୀୟ ଗସ୍ତ ସମୟରେ ସେ ତାଙ୍କ ସାଂସଦ ପତ୍ନୀ ପ୍ରୀତି କୌରଙ୍କ ସରକାରୀ ବାସଭବନରେ ରହିଥିଲେ । ଏଥର ମଧ୍ୟ କ୍ୟାପଟେନ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବାର ସମ୍ଭାବନା ରହିଛି । ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କ୍ୟାପଟେନ ଏକ ନୂତନ ସ୍ଥାନ ଖୋଜୁଥିବା ଜଣାପଡିଛି । ଏହି ସମୟ ମଧ୍ୟରେ ଯଦି ସେ ତିନୋଟି କୃଷି ଆଇନକୁ ରଦ୍ଦ କରିବାକୁ କେନ୍ଦ୍ର ଉପରେ ଚାପ ପକାଇବାରେ ସଫଳ ହୁଅନ୍ତି, ତେବେ ସମ୍ଭବତଃ କ୍ୟାପଟେନ ବିଜେପିରେ ଯୋଗଦେଇ ପାରନ୍ତି । ଯଦିଓ ସେ ଘୋଷଣା କରିଛନ୍ତି ଯେ ସେ କଂଗ୍ରେସ ଛାଡିବେ କିନ୍ତୁ ବିଜେପି ଯିବେ ନାହିଁ । 

ଏହା ବି ପଢ଼ନ୍ତୁ:-ପୁଣି ବଢ଼ିଲା ତୈଳ ଦର, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ପେଟ୍ରୋଲ-ଡିଜେଲର ନୂଆ ରେଟ୍

ଏହା ବି ପଢ଼ନ୍ତୁ:-ଏକ ମାତ୍ର ଭଲ କାମ: ତାଲିବାନ ନେଲା ଏଭଳି ଏକ ପଦକ୍ଷେପ, ଦୁନିଆ କରୁଛି ପ୍ରଶଂସା

ଏହା ବି ପଢ଼ନ୍ତୁ:-ଏହି ଆସନରୁ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା!

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍