Wrestling Champion Arrest: ଯୋଗ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ଗିରଫ ମଲ୍ଲଯୋଦ୍ଧାର ବଡ଼ ଖୁଲାସା, ପୂର୍ବରୁ ଶତାଧିକ ମହିଳାଙ୍କୁ...
Advertisement
Article Detail0/zeeodisha/odisha1471226

Wrestling Champion Arrest: ଯୋଗ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ଗିରଫ ମଲ୍ଲଯୋଦ୍ଧାର ବଡ଼ ଖୁଲାସା, ପୂର୍ବରୁ ଶତାଧିକ ମହିଳାଙ୍କୁ...

Wrestling Champion Arrest: ରାଜକୋଟର ମାଲବିୟନଗର ଥାନାରେ ରେସଲର, କୌଶଲ ପିପାଲିୟାଙ୍କ ନାମରେ ଏତଲା ଦାଏର ହୋଇଛି। ନଭେମ୍ବର ୨୩ ତାରିଖରେ ସହରର ଜଣେ ଯୋଗ ଶିକ୍ଷୟିତ୍ରୀ ଏହି ଅଭିଯୋଗ କରିଥିଲେ। ଶିକ୍ଷୟିତ୍ରୀଙ୍କ ଅଭିଯୋଗର ୧୦ ଦିନ ପରେ ଅଭିଯୁକ୍ତ ରେସଲରଙ୍କୁ ମାଲବିୟନଗର ପୋଲିସ ଗିରଫ କରିଛି। ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଅନୁସାରେ, କୌଶଲ ଏକ ବିଲ୍ଡିଂର ଲିଫ୍ଟ ଭିତରେ ତାଙ୍କ ସମ୍ମୁଖରେ ପ୍ୟାଣ୍ଟ ଖୋଲି ଯୌନାଙ୍ଗ ଦେଖାଇବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ।

 Wrestling Champion Arrest: ଯୋଗ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ଗିରଫ ମଲ୍ଲଯୋଦ୍ଧାର ବଡ଼ ଖୁଲାସା, ପୂର୍ବରୁ ଶତାଧିକ ମହିଳାଙ୍କୁ...

Wrestling Champion Arrest, ଗାନ୍ଧିନଗର: ଯୋଗ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗୁଜରାଟର ଜଣେ ମଲ୍ଲଯୋଦ୍ଧାଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ କୌଶଲ ପିପାଲିୟା (୨୪)। ଗିରଫ ପରେ ପୋଲିସ ଆଗରେ କୌଶଲ ନିଜ ଦୋଷ ସ୍ୱୀକାର କରିଛନ୍ତି। ଏପରି ଶତାଧିକ ମହିଳାଙ୍କୁ ଯୌନ ଉତ୍ପୀଡନ କରିଥିବା ସେ କହିଛନ୍ତି। ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ କୌଶଲ ରାଜ୍ୟସ୍ତରୀୟ ଫ୍ରିଷ୍ଟାଇଲ ରେସଲିଂ (୭୪ କେଜି ବର୍ଗ)ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। 

ରାଜକୋଟର ମାଲବିୟନଗର ଥାନାରେ ରେସଲର, କୌଶଲ ପିପାଲିୟାଙ୍କ ନାମରେ ଏତଲା ଦାଏର ହୋଇଛି। ନଭେମ୍ବର ୨୩ ତାରିଖରେ ସହରର ଜଣେ ଯୋଗ ଶିକ୍ଷୟିତ୍ରୀ ଏହି ଅଭିଯୋଗ କରିଥିଲେ। ଶିକ୍ଷୟିତ୍ରୀଙ୍କ ଅଭିଯୋଗର ୧୦ ଦିନ ପରେ ଅଭିଯୁକ୍ତ ରେସଲରଙ୍କୁ ମାଲବିୟନଗର ପୋଲିସ ଗିରଫ କରିଛି। ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଅନୁସାରେ, କୌଶଲ ଏକ ବିଲ୍ଡିଂର ଲିଫ୍ଟ ଭିତରେ ତାଙ୍କ ସମ୍ମୁଖରେ ପ୍ୟାଣ୍ଟ ଖୋଲି ଯୌନାଙ୍ଗ ଦେଖାଇବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ। ସେ ବିରୋଧ କରିବାରୁ ତାଙ୍କୁ ମାରାପିଟା କରିବା ସହ ତଣ୍ଟି ଚିପିଦେଇଥିଲେ। ଯୋଗ ଶିକ୍ଷୟିତ୍ରୀ କୌଣସି ପ୍ରକାରେ ନିଜକୁ କୌଶଲଙ୍କ କବଜାରୁ ମୁକିଳି ଯାଇଥିଲେ। 

Also Read: Hijab Row: ନିରୀହଙ୍କ ରକ୍ତର ହୋଲି ଖେଳି ଶାନ୍ତ ହେଲା ଇରାନ ସରକାର

ଯୋଗ ଶିକ୍ଷୟିତ୍ରୀ ଚିତ୍କାର କରିବା ପରେ ଭୟରେ ଅଭିଯୁକ୍ତ କୌଶଲ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ସେମାସ୍କ ପିନ୍ଧି ଥିବାରୁ କୌଶଲଙ୍କୁ ଚିହ୍ନିବା କଷ୍ଟକର ହୋଇଥିଲା। ମାଲବିୟନଗର ଥାନାଧିକାରୀ ଆଇଏନ ସାଭଲିୟ କହିଛନ୍ତି, " ପୋଲିସର ଜେରାବେଳେ କୌଶଲ ପିପାଲିୟା ଏପରି ସମାନ ଢଙ୍ଗରେ ପ୍ରାୟ ୧୦୦ ଜଣ ମହିଳାଙ୍କୁ ଅସଦାଚରଣ କରିଥିବା ସ୍ୱିକାର କରିଛି। ସେ ବାଇକରେ ଯାଇ ମହିଳା ଓ ଝିଅଙ୍କ ପଛପଟେ ହାତ ମାରି ଫେରାର ହୋଇଯାଉଥିଲା। ଆଉ ପୀଡିତାମାନେ ଲୋକଲଜ୍ଜା ଭୟରେ ପୋଲିସ ନିକଟରେ ଅଭିଯୋଗ କରୁନଥିଲେ। କୌଶଲ ବିରୁଦ୍ଧରେ ରାଜକୋଟରେ ଚୋରୀ ଓ ବେଆଇନ ଅସ୍ତ୍ରଶସ୍ତ୍ର ଆଇନ ରଖିବା ନେଇ ପୂର୍ବରୁ ମାମଲା ରୁଜୁ ହୋଇଛି।"

ପୋଲିସ କହିଛି ଯେ, କୌଶଲ ବିଶେଷ କରି ସ୍କୁଲ ଓ କଲେଜ ଛାତ୍ରୀଙ୍କୁ ଟାର୍ଗେଟ କରୁଥିଲେ। ଏଥିପାଇଁ ସେ ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ପଇନ୍ତରା ମାରୁଥିଲେ। ସେ ନିଜ ପରିଚୟ ଲୁଚାଇବା ପାଇଁ ସବୁବେଳେ ମୁହଁରେ ମାସ୍କ ପିନ୍ଧୁଥିଲେ। କିନ୍ତୁ ପୋଲିସ ୪ଟି ଟିମ ଗଠନ କରି ତଦନ୍ତ କରିଥିଲା। ଯୋଗ ଶିକ୍ଷୟିତ୍ରି ଘଟଣା ପରେ ସହରର ପ୍ରାୟ ୧୫୦୦ଟି ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରାଯାଇଥିଲା। ଆଉ ଏହି ଫୁଟେଜ ଯାଞ୍ଚ ବେଳେ କୌଶଲ ପିପାଲିୟାଙ୍କ ଉପରେ ସନ୍ଦେହ ହୋଇଥିଲା। ଯାହାପରେ ତାଙ୍କୁ ପୋଲିସ ଉଠାଇ ଆଣି ନିଜ ଶୈଳୀରେ ପଚରାଉଚରା କରିଥିଲା, ଯାହାପରେ ସେ ସବୁ ସତ ଓଗାଳିଥିଲେ।