Hijab Row: ନିରୀହଙ୍କ ରକ୍ତର ହୋଲି ଖେଳି ଶାନ୍ତ ହେଲା ଇରାନ ସରକାର
Advertisement

Hijab Row: ନିରୀହଙ୍କ ରକ୍ତର ହୋଲି ଖେଳି ଶାନ୍ତ ହେଲା ଇରାନ ସରକାର

Iran Hijab Row: ଇସଲାମିକ ନିୟମ ଲାଗୁ କରିବା ପାଇଁ ଇରାନରେ ଏକ ନୈତିକତା ପୋଲିସ କାର୍ଯ୍ୟ କରୁଛି। ହିଜାବ ନ ପିନ୍ଧି ଗିରଫ ହୋଇଥିବା ମହସା ଆମିନୀଙ୍କୁ ନୈତିକତା ପୋଲିସ ନିର୍ଦ୍ଦୟ ଭାବରେ ନିର୍ଯାତନା ଦେଇଥିଲା। ମହସା ଆମିନୀଙ୍କୁ ଏତେ ମାଡ ଦିଆଯାଇଥିଲା ଯେ, ସେ ପୋଲିସ ହେପାଜତରେ ମୃତ୍ୟୁ ବରଣ କରିଥିଲେ। ମହସା ଆମିନୀଙ୍କ ମୃତ୍ୟୁ ପରେ ଇରାନର ମହିଳାମାନେ ହିଜାବ ଆଇନ ଏବଂ ଇରାନ ସରକାର ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲେ।

ପ୍ରତିକାତ୍ମକ ଫଟୋ

Iran Hijab Row, ତେହରାନ: ଶେଷରେ ମହିଳାଙ୍କ ଆଗରେ ନଇଁଲେ ଇରାନ ସରକାର। ୩୦୦ରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କ ଜୀବନ ଗଲାପରେ ଖୋଲିଲା ଆଖି। ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ହିଜାବ ଆଇନର ପୁନର୍ବିଚାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ସହ ନୈତିକତା ପୋଲିସ ଶାଖାକୁ ଉଚ୍ଛେଦ କରିଛନ୍ତି। ରବିବାର ଇରାନ ସରକାରଙ୍କ ଏଭିଳି ନରମ ଆଭିମୁଖ୍ୟକୁ ଚାରିଆଡେ ପ୍ରଶଂସା କରାଯାଉଛି। 

ଇସଲାମିକ ନିୟମ ଲାଗୁ କରିବା ପାଇଁ ଇରାନରେ ଏକ ନୈତିକତା ପୋଲିସ କାର୍ଯ୍ୟ କରୁଛି। ହିଜାବ ନ ପିନ୍ଧି ଗିରଫ ହୋଇଥିବା ମହସା ଆମିନୀଙ୍କୁ ନୈତିକତା ପୋଲିସ ନିର୍ଦ୍ଦୟ ଭାବରେ ନିର୍ଯାତନା ଦେଇଥିଲା। ମହସା ଆମିନୀଙ୍କୁ ଏତେ ମାଡ ଦିଆଯାଇଥିଲା ଯେ, ସେ ପୋଲିସ ହେପାଜତରେ ମୃତ୍ୟୁ ବରଣ କରିଥିଲେ। ମହସା ଆମିନୀଙ୍କ ମୃତ୍ୟୁ ପରେ ଇରାନର ମହିଳାମାନେ ହିଜାବ ଆଇନ ଏବଂ ଇରାନ ସରକାର ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନ ବିରୋଧରେ ନୈତିକତା ପୋଲିସ ମଧ୍ୟ ଏକ ଦମନକାରୀ ଆଭିମୁଖ୍ୟ ଗ୍ରହଣ କରିଥିଲା। ସମସ୍ତ ବର୍ବରତା ସତ୍ତ୍ୱେ ମହିଳାମାନେ ନିଜ ଦାବିରେ ଅଟଳ ରହିଲେ। ଆଉ ଶେଷରେ ଇରାନ ସରକାରଙ୍କୁ ମହିଳାଙ୍କ ଆଗରେ ନଇଁବାକୁ ପଡିଛି।

Also Read: Ukraine Embassy: ଦୂତାବାସକୁ ଆସୁଛି ଖୁନି ପାର୍ସଲ, ମିଳୁଛି ରକ୍ତଭିଜା ଆଖି

ଇରାନ ସରକାରଙ୍କ ଦମନ ନୀତି ଖାତିର ନକରି ସେଠାକାର ମହିଳା ଓ ସାଧାରଣ ନାଗରିକମାନେ ବିରୋଧ ପ୍ରଦର୍ଶନ କରିଥିଲେ। କେବଳ ଇରାନ ନୁହଁ ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ମହିଳାଙ୍କ ଦାବିକୁ ସମର୍ଥନ ଜଣାଇ ବୋରୋଧ ପ୍ରଦର୍ଶନ କରିଥିଲେ। ଯାହାର ଏକ ଉଦାହରଣ ସୋସିଆଲ ମିଡିଆଠାରୁ ଆରମ୍ଭ କରି ଫିଫା ବିଶ୍ୱକପରେ ମଧ୍ୟ ଦେଖିବାକୁ ମିଳିଥିଲା। ମହସା ଆମିନୀଙ୍କ ମୃତ୍ୟୁ ପରେ ଇରାନରେ ହିଜାବ ବିରୋଧି ଆନ୍ଦୋଳନ ଉଗ୍ର ରୂପ ନେଇଥିଲେ। ଆଉ ଏହି ଆନ୍ଦୋଳନର ଦମନ ପାଇଁ ନୈତିକତା ପୋଲିସ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୋଲିସର କାର୍ଯ୍ୟାନୁଷ୍ଠାନରେ ୩୦୦ରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି। ୧୪ ହଜାରରୁ ଅଧିକ ଆନ୍ଦୋଳନକାରୀଙ୍କୁ ଇରାନର ବିଭିନ୍ନ ଜେଲରେ ଭର୍ତ୍ତି କରାଯାଇଛି।

 

ଇରାନର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇଛି ଯେ, ନୈତିକତା ପୋଲିସକୁ ନିଲମ୍ବିତ କରାଯାଇଛି। ଇରାନର ଆଟର୍ଣ୍ଣି ଜେନେରାଲ ଜାଫର ମୋଣ୍ଟେଜେରି କହିଛନ୍ତି ଯେ, ସମ୍ପ୍ରତି ଦଙ୍ଗା ବନ୍ଦ କରିବା ନୈତିକତା ପୋଲିସର ଉଦ୍ଦେଶ୍ୟ ଥିଲା। ବର୍ତ୍ତମାନ ଏହି ମିଶନ ଶେଷ ହୋଇଛି। ସେ ଏହା ମଧ୍ୟ କହିଛନ୍ତି ଯେ, କୋର୍ଟ ସହିତ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକଳାପର କୌଣସି ସମ୍ପର୍କ ନାହିଁ। ତେବେ ନୈତିକତା ପୋଲିସ ସବୁଦିନ ପାଇଁ ବନ୍ଦ ରହିବ କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଇରାନରେ ଇସଲାମ ଧର୍ମ ସହ ଜଡିତ ନିୟମ ଯଥା ହିଜାବ, ବୁର୍ଖା ଇତ୍ୟାଦି ପାଳନ କରିବା ପାଇଁ ନୈତିକତା ପୋଲିସ ଗଠନ କରାଯାଇଛି। ଏହି ପୋଲିସ୍ ଫୋର୍ସ ଯେକୌଣସି ସ୍ଥାନରେ ମହିଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବ। ପ୍ରାୟତଃ ସମୟରେ ହିଜାବ କାରଣରୁ ନୈତିକତା ପୋଲିସ ସର୍ବସାଧାରଣରେ ମହିଳାମାନଙ୍କୁ ନିର୍ମମ ଭାବରେ ମାଡ ମାରନ୍ତି।