Kendrapara News: ଜଳୁଛି ସ୍ୱାମୀର ଚିତା, ପ୍ରେମିକ ସହ ଫେରାର ସ୍ତ୍ରୀ
Advertisement
Article Detail0/zeeodisha/odisha1316497

Kendrapara News: ଜଳୁଛି ସ୍ୱାମୀର ଚିତା, ପ୍ରେମିକ ସହ ଫେରାର ସ୍ତ୍ରୀ

Kendrapara News: ସମ୍ପୃକ୍ତ ମହିଳାଙ୍କର ୪ ଜଣ ପୁଅ ଝିଅ ଅଛନ୍ତି । ବାରମ୍ବାର ପ୍ରେମିକ ଅସିତି ଏହି ମହିଳାଙ୍କ ଘରକୁ ଆସୁଥିଲେ, ପୁଅ ଝିଅ ବିରୋଧ କରିବାରୁ ପିଲାମାନଙ୍କୁ ମାଡ ମାରିବା ସହ ବାପାଙ୍କୁ ଜୀବନରୁ ମାରିଦେବା ପାଁଇ ପ୍ରେମିକ ସହ ମିଶି ଧମକ ଦେଉଥିଲେ

ପ୍ରତୀକାତ୍ମକ ଫଟୋ

କେନ୍ଦ୍ରାପଡ଼ା (ତ୍ରିଲୋଚନ ଦାସ ): Kendrapara News: ଅଭାବନୀୟ, ଅମାନବିକ, ବିଚଳିତ କରୁଥିଲେ ମଧ୍ୟ ଘଟଣାଟି ସତ । ଗୋଟେ ପଟେ ସ୍ୱାମୀର ଜୁଇ ଜଳୁଥିବା ବେଳେ ଅନ୍ୟ ପଟେ ପ୍ରେମିକ ସହ ସ୍ତ୍ରୀ ଫେରାର ହେବା ଘଟଣା କେନ୍ଦ୍ରାପଡ଼ାରେ ଚର୍ଚ୍ଚାର ବିଷୟ ପାଲଟିଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଭାମଣ୍ଡା ଗ୍ରାମର ପୂଜକ ରଙ୍ଗାଧର ଦାଶ, ତାଙ୍କ ପତ୍ନୀଙ୍କ ସହ ସେହି ଗ୍ରାମର ଅସିତ ସଥପଥୀଙ୍କ ପ୍ରେମ ସମ୍ପର୍କ ଥିଲା, ଏହି ସମ୍ପର୍କ ଦୀର୍ଘ ୪ ବର୍ଷ ହେବ ଗଢି ଉଠିଥିଲା, ଯାହାକୁ ପୁଅ ଝିଅ ବିରୋଧ କରି ଆସୁଥିଲେ ।

ସମ୍ପୃକ୍ତ ମହିଳାଙ୍କର ୪ ଜଣ ପୁଅ ଝିଅ ଅଛନ୍ତି । ବାରମ୍ବାର ପ୍ରେମିକ ଅସିତି ଏହି ମହିଳାଙ୍କ ଘରକୁ ଆସୁଥିଲେ, ପୁଅ ଝିଅ ବିରୋଧ କରିବାରୁ ପିଲାମାନଙ୍କୁ ମାଡ ମାରିବା ସହ ବାପାଙ୍କୁ ଜୀବନରୁ ମାରିଦେବା ପାଁଇ ପ୍ରେମିକ ସହ ମିଶି ଧମକ ଦେଉଥିଲେ । ଅଗଷ୍ଟ ୧୭ ତାରିଖ ଦିନ ସ୍ୱାମୀ ଗଙ୍ଗାଧର ମନ୍ଦିରକୁ ପୂଜା କରିବା ପାଁଇ ଯାଉଥିବା ସମୟରେ ସ୍ତ୍ରୀ ସହ ଝଗଡା କରିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ ।

ପରବର୍ତ୍ତୀ ସମୟରେ ଗଙ୍ଗାଧର ମନ୍ଦିରକୁ ପୂଜା କରିବା ପାଇଁ ଯାଇ ଆଉ ଫେରିନଥିଲେ । ଗଙ୍ଗାଧରଙ୍କ ଭାଇ ରାଜକନିକା ଥାନାରେ ଏ ନେଇ ମାମଲା ଦେଇଥିଲେ । ପରବର୍ତ୍ତୀ ସମୟରେ ସାତଦିନ ପରେ ନିକଟସ୍ଥ ଶିମିଳିଶାହାର ଜୋର ନିକଟରୁ ଗଙ୍ଗାଧରଙ୍କ କ୍ଷତ ବିକ୍ଷତ ମୃତଦେହ ପୋଲିସ ଉଦ୍ଧାର କରିଛି । ମା' ସହ ପ୍ରେମିକ ମିଶି ବାପାଙ୍କୁ ହତ୍ୟା କରିଥିବା ପିଲାମାନେ ଅଭିଯୋଗ କରିଛନ୍ତି । ଏ ନେଇ ରାଜକନିକା ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଏହା ବି ପଢ଼ନ୍ତୁ:-SBI ପରିବର୍ତ୍ତନ କରିଛି ATM ସମ୍ବନ୍ଧୀୟ ନିୟମ? ୪ ଥରରୁ ଅଧିକ ଟଙ୍କା ଉଠାଇଲେ ଲାଗିବ ୧୭୩ ଟଙ୍କାର ଚାର୍ଜ!

ଏହା ବି ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍; ଏହି ଦିନ ବଢ଼ିବ ମହଙ୍ଗା ଭତ୍ତା, ୪ ପ୍ରତିଶତ ହେବ ବୃଦ୍ଧି!

ଏହା ବି ପଢ଼ନ୍ତୁ:-ମୋଦି ଓ କେଜ୍ରିୱାଲ କଂଗ୍ରେସକୁ କାହିଁକି କରନ୍ତି ଆକ୍ରମଣ? ଗଣିତ ବୁଝାଇଲେ ଦଳର ଏହି ବରିଷ୍ଠ ନେତା

ଅପରପକ୍ଷରେ ସ୍ୱାମୀଙ୍କ ଜୁଇ ଶ୍ମଶାନରେ ଜଳୁଥିବା ବେଳେ ପ୍ରେମିକ ସହ ମହିଳା ଜଣକ ଫେରାର ହୋଇଛନ୍ତି । ଏହାସହ ଗାଁ ଦାଣ୍ଡରେ ପ୍ରେମିକ ହାତ ଧରି ଚାଲି ଚାଲି ଯାଉଥିବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯାହା କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।