MP: ମହିଳା ଜଣକ ଅଧରାତିରେ ଉଠି ଦେଖିଲେ ଯେ ତାଙ୍କ ବେଡରେ ଶୋଇଛି ହୋଟେଲର ୱେଟର, ଆଉ ତା' ପରେ...
Advertisement
Article Detail0/zeeodisha/odisha1370051

MP: ମହିଳା ଜଣକ ଅଧରାତିରେ ଉଠି ଦେଖିଲେ ଯେ ତାଙ୍କ ବେଡରେ ଶୋଇଛି ହୋଟେଲର ୱେଟର, ଆଉ ତା' ପରେ...

Madhya Pradesh Shocker: ହୋଟେଲରେ ୱେଟର ଭାବରେ କାର୍ଯ୍ୟ କରୁଥିବା ୨୨ ବର୍ଷୀୟ ବାଲିରାମ ଉପରେ ଅଭିଯୋଗ ହୋଇଛି ଯେ ସେ ଝରକା ଦେଇ ମହିଳାଙ୍କ କୋଠରୀରେ ପ୍ରବେଶ କରିଥିଲେ । ଦୁଇଜଣ ମହିଳା କିଛି କାମକୁ ନେଇ ଖଣ୍ଡୱା ଆସିଥିଲେ । ଘଟଣା ସମୟରେ ଉଭୟ ମହିଳା ବେଡରେ ଶୋଇଥିଲେ ।

ସାଙ୍କେତିକ ଫଟୋ: ସୋସିଆଲ ମିଡିଆ

Khandwa: ମଧ୍ୟପ୍ରଦେଶର (Madhya Pradesh) ଏକ ହୋଟେଲରେ ଦୁଇ ମହିଳାଙ୍କ ସହ ଜଣେ ଅଶ୍ଳୀଳ ବ୍ୟବହାର କରିଥିବା ମାମଲା ସାମ୍ନାକୁ ଆସିଛି । ରବିବାର ଦିନ ଏକ ଏନଜିଓର ଦୁଇଜଣ ମହିଳା କର୍ମଚାରୀଙ୍କ ସହ ଏହି ଘଟଣା ଘଟିଥିଲା । ହୋଟେଲ ୱେଟର (Hotel Waiter) ସେମାନଙ୍କ ସହ ଭୁଲ କାମଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନାମ ବାଲିରାମ ବୋଲି ଜଣାପଡିଛି । ୨୨ ବର୍ଷୀୟ ବାଲିରାମ ଝରକା ଦେଇ ତାଙ୍କ କୋଠରୀରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି । ଉଭୟ ମହିଳା କିଛି କାମକୁ ନେଇ ଖଣ୍ଡୱା ଆସିଥିଲେ । ଘଟଣା ସମୟରେ ଉଭୟ ମହିଳା ଶୋଇଥିଲେ ।

ରିପୋର୍ଟ ଅନୁଯାୟୀ, ଯେତେବେଳେ ସେମାନେ ରାତି ଅଧରେ ଉଠିଥିଲେ ସେତେବେଳେ ସେ ଅଭିଯୁକ୍ତ ବାଲିରାମଙ୍କୁ ତାଙ୍କ ବେଡ୍ ରେ ଶୋଇଥିବାର ଦେଖିଥିଲେ । ଯେତେବେଳେ ସେମାନେ ରୁମକୁ ଲାଇଟ ଅନ କଲେ, ସେତବେଳେ ବାଲିରାମ କବାଟ ଖୋଲି ପଳାଇ ଯାଇଥିଲା ଓ କୋଠରୀର ଅନ୍ୟ ପଟରୁ ବନ୍ଦ କରିଦେଇଥିଲା ।

ଏହା ପରେ ଉଭୟ ମହିଳା ରିସେପ୍ସନକୁ ଫୋନ କରି ହୋଟେଲ କର୍ମଚାରୀଙ୍କୁ ଡାକିଥିଲେ । ହୋଟେଲ କର୍ମଚାରୀ ଆସି ବାହାରୁ କବାଟ ଖୋଲିଥିଲେ ଓ ପରେ ଏହି ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା । ଏହା ପରେ ହୋଟେଲର ସମସ୍ତ କର୍ମଚାରୀ ହୋଟେଲର ତଳ ମହଲାରେ ଧାଡି ଧାଡି କରି ଠିଆ କରଯାଇଥିଲା ଓ ମହିଳାମାନେ ଅଭିଯୁକ୍ତଙ୍କୁ ଚିହ୍ନି ନେଇଥିଲେ । ପୋଲିସ କହିଛି ଯେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୫୪ ଓ ୪୫୮ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ଉଭୟ ପୀଡିତା ମହିଳାଙ୍କ ବୟସ ୩୫ ଓ ୨୫ ବର୍ଷ ବୋଲି କୁହାଯାଉଛି । ଭୋପାଳଙ୍କ ଅଫିସିଆଲ୍ ଗସ୍ତ ସମୟରେ ଦୁହେଁ ହୋଟେଲରେ ଏକ ରୁମ୍ ବୁକ୍ କରିଥିଲେ । ଯେଉଁଠାରେ ସେମାନଙ୍କ ସହିତ ଏହି ଘଟଣା ଘଟିଥିଲା ​​। ତେବେ ଅଭିଯୁକ୍ତକୁ ଗିରଫ କରିବା ପରେ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଏହା ବି ପଢ଼ନ୍ତୁ: DA Hike: ଖୁସି ଖବର: ସରକାରୀ କର୍ମଚାରୀଙ୍କ ଅପେକ୍ଷା ହେଲା ଶେଷ, ମହଙ୍ଗା ଭତ୍ତାକୁ ନେଇ ଆସିଲା ଜରୁରୀ ଅପଡେଟ୍

ଏହା ବି ପଢ଼ନ୍ତୁ: Pilots fall asleep in cockpit: ବିମାନ ଯାତ୍ରୀ ସାବଧାନ!! କକପିଟରେ ଶୋଇପଡନ୍ତି ୬୬% ପାଇଲଟ୍, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ