Advertisement
photoDetails0hindi

DA Hike: ଖୁସି ଖବର: ସରକାରୀ କର୍ମଚାରୀଙ୍କ ଅପେକ୍ଷା ହେଲା ଶେଷ, ମହଙ୍ଗା ଭତ୍ତାକୁ ନେଇ ଆସିଲା ଜରୁରୀ ଅପଡେଟ୍

DA Hike: ସରକାରୀ କର୍ମଚାରୀ (Government Employees) ଙ୍କୁ ସେପ୍ଟେମ୍ବର ୩୦ରୁ ନୂତନ ମହଙ୍ଗା ଭତ୍ତା ଯୋଡ଼ି ଦରମା ମିଳିବ । ଏଥର ମୋଟ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି (DA Hike) ଘଟିଛି । ସେପ୍ଟେମ୍ବର ୨୮ ରେ କେନ୍ଦ୍ର ସରକାର ନିଜର କର୍ମଚାରୀଙ୍କ ପାଇଁ କ୍ୟାବିନେଟ ବୈଠକରେ ଏହାର ଘୋଷଣା କରିବେ । 

1/6

ନୂଆଦିଲ୍ଲୀ: 7th Pay Commission, DA Hike: ଅପେକ୍ଷାର ସମୟ ବର୍ତ୍ତମାନ ଶେଷ ହୋଇଯାଇଛି । କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । କେନ୍ଦ୍ରର ମୋଦି ସରକାର ତରଫରୁ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ସରକାରୀ କର୍ମଚାରୀ (Government Employees) ଙ୍କୁ ସେପ୍ଟେମ୍ବର ୩୦ରୁ ନୂତନ ମହଙ୍ଗା ଭତ୍ତା ଯୋଡ଼ି ଦରମା ମିଳିବ । ଏଥର ମୋଟ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି (DA Hike) ଘଟିଛି । ସେପ୍ଟେମ୍ବର ୨୮ ରେ କେନ୍ଦ୍ର ସରକାର ନିଜର କର୍ମଚାରୀଙ୍କ ପାଇଁ କ୍ୟାବିନେଟ ବୈଠକରେ ଏହାର ଘୋଷଣା କରିବେ । 

2/6

ସେହି ଦିନ ସନ୍ଧ୍ୟାରେ ଏହାର ବିଜ୍ଞପ୍ତି ମଧ୍ୟ ଜାରି କରାଯିବ । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏହି ଘୋଷଣା କରାଯିବ । ଯାହା ଫଳରେ ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ (Central Government Employees) ଓ ପେନସନଭୋଗୀ (Central Government Pensioners) ଏହାର ଲାଭ ପାଇବେ ।

3/6

ସପ୍ତମ ବେତନ ଆୟୋଗ ଅଧୀନରେ ବେତନ ନେଉଥିବା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇବ । ଏହି ବୃଦ୍ଧି ୧ ଜୁଲାଇ ୨୦୨୨ରୁ ପ୍ରଭାବଶାଳୀ ମନେ କରାଯିବ । ଏହି ଘୋଷଣା ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରେ ପହଞ୍ଚିବ । ନବରାତ୍ରୀର ଆରମ୍ଭ ସହିତ ପର୍ବ ଆରମ୍ଭ ହୋଇଛି । କର୍ମଚାରୀମାନେ ପାର୍ବଣ ଋତୁର ଆରମ୍ଭ ହେବା ମାତ୍ରେ ମହଙ୍ଗା ଭତ୍ତାର ଉପହାର ପାଇବାକୁ ଯାଉଛନ୍ତି । ସେପ୍ଟେମ୍ବର ୨୮ରେ ଆନୁଷ୍ଠାନିକ ଘୋଷଣା ପରେ ସେପ୍ଟେମ୍ବର ମାସର ଦରମା ସହିତ ଏହାର ଦେୟ ମଧ୍ୟ ଆରମ୍ଭ ହେବ । କେନ୍ଦ୍ର କର୍ମଚାରୀମାନେ ମଧ୍ୟ ଦୁଇ ମାସର ବକେୟା ପାଇବେ । ଏହି ବକେୟା ଜୁଲାଇ ଓ ଅଗଷ୍ଟ ମାସ ପାଇଁ ହେବ ।

4/6

ପ୍ରତି ମାସରେ ପ୍ରକାଶିତ ହେଉଥିବା AICPI-IW (All India Consumer Price Index- Industrial Worker) ର ତଥ୍ୟ ଶିଳ୍ପ ଶ୍ରମିକମାନଙ୍କ ପାଇଁ ମୁଦ୍ରାସ୍ଫୀତି ସ୍ଥିତିକୁ ଦର୍ଶାଉଛି । ସୂଚକାଙ୍କ ବୃଦ୍ଧି ସହିତ ମହଙ୍ଗା ଭତ୍ତା ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ବଢିଥାଏ । ଜୁନ ୨୦୨୨ ସୁଦ୍ଧା ସୂଚକାଙ୍କ ୧୨୯.୨ ରେ ଥିଲା । ଜୁଲାଇ ୨୦୨୨ରେ ହେଉଥିବା ବୃଦ୍ଧି ପାଇଁ ପ୍ରଥମ ଛଅ ମାସ ଅର୍ଥାତ୍ ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ତଥ୍ୟ ଦେଖାଯାଏ । ୧୨୯.୨ ରେ ପହଞ୍ଚିବା ପରେ ଏହା ନିଶ୍ଚିତ ହୋଇଛି ଯେ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ହେବ । କର୍ମଚାରୀଙ୍କ ମହଙ୍ଗା ଭତ୍ତା ସ୍ଥିର କରିବା ପାଇଁ ସରକାର ଏହି ସୂଚକାଙ୍କକୁ ଏକ ମାପକାଠି ଭାବରେ ଦେଖୁଛନ୍ତି । ଯଦି ସୂଚକାଙ୍କ ୧୨୯ ପଏଣ୍ଟ ତଳେ ରହିଥାନ୍ତା, ତାହାଲେ ଡିଏ ୩ ପ୍ରତିଶତ ବୃଦ୍ଧି ପାଇଥାନ୍ତା ।

5/6

ଏଠାରେ କହି ରଖୁଛୁ ଯେ, ସପ୍ତମ ବେତନ ଆୟୋଗର ସର୍ବନିମ୍ନ ବେସିକ ଦରମା ହେଉଛି ୧୮,୦୦୦ ଟଙ୍କା ଓ କ୍ୟାବିନେଟ ସଚିବ ସ୍ତରରେ ୫୬,୯୦୦ ଟଙ୍କା ହୋଇଥାଏ । ୩୮ ପ୍ରତିଶତ ଅନୁଯାୟୀ, ୧୮୦୦୦ ଟଙ୍କା ବେତନ ଉପରେ ବାର୍ଷିକ ଡିଏର ମୋଟ ବୃଦ୍ଧି ୬,୮୪୦ ଟଙ୍କା ମିଳିବ । ମୋଟ ଡିଏ ମାସକୁ ୭୨୦ ଟଙ୍କା ବୃଦ୍ଧି ପାଇବ । ସର୍ବାଧିକ ବେସିକ ବେତନ ବ୍ରାକେଟ୍ ଉପରେ ୫୬,୯୦୦ ଟଙ୍କା ଉପରେ ବାର୍ଷିକ ମହଙ୍ଗା ଭତ୍ତାର ମୋଟ ବୃଦ୍ଧି ୨୭,୩୧୨ ଟଙ୍କା ହେବ । ୩୪ ପ୍ରତିଶତ ତୁଳନାରେ ଏହି ବେତନ ତାଲିକାରେ ଥିବା ବ୍ୟକ୍ତିମାନେ ୨,୨୭୬ ଟଙ୍କା ଅଧିକ ପାଇବେ ।

ଅଧିକ ପଢ଼ନ୍ତୁ:-ଆମେରିକା-ପାକିସ୍ତାନର ବନ୍ଧୁତା ଉପରେ ଜୟଶଙ୍କରଙ୍କ 'ସର୍ଜିକାଲ ଷ୍ଟ୍ରାଇକ୍', କହିଲେ-ବୋକା ବନାନ୍ତୁ ନାହିଁ, ଜାଣିଛୁ...

ଅଧିକ ପଢ଼ନ୍ତୁ:-ଋଷରେ ପୁଟିନଙ୍କ ବିରୁଦ୍ଧରେ ଜନତାଙ୍କ ବିଦ୍ରୋହ, ବର୍ତ୍ତମାନ ସାଂସଦମାନେ ମଧ୍ୟ ହେଲେ ଏକାଠି; ଜାଣନ୍ତୁ ଏହି ଅସ୍ଥିରତା ପଛରେ କ'ଣ ରହିଛି କାରଣ

ଅଧିକ ପଢ଼ନ୍ତୁ:-ଚୀନର କ୍ଷମତାରୁ ଜିନପିଙ୍ଗଙ୍କୁ ହଟାଇବା ପ୍ରାୟ ନିଶ୍ଚିତ, ବର୍ତ୍ତମାନ ଡ୍ରାଗନ ଉପରେ ରାଜ କରିବେ ଏହି ଶକ୍ତିଶାଳୀ ନେତା!

6/6

ସୂଚନାଯୋଗ୍ୟ, ବିଗତ ମାର୍ଚ୍ଚ ମାସରେ ମୋଦି ସରକାର କର୍ମଚାରୀଙ୍କ ଡିଏକୁ ତିନି ପ୍ରତିଶତ ବୃଦ୍ଧି କରିଥିଲେ । ଏହି ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡିଏ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଅନୁମାନ କରାଯାଉଛି ଯେ ପୁଣି ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ । ଯଦି ଏଥିରେ ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ କେନ୍ଦ୍ର କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି ପାଇବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ୪୭ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀଙ୍କୁ ଲାଭ ପହଞ୍ଚାଇବ ।