ଖାଇବା ଦେବାରେ ବିଳମ୍ବ କରିବାରୁ ମା'କୁ ହତ୍ୟା କଲା ପୁଅ, ଘର ଅଗଣାରେ ଜାଳିଲା ମୃତଦେହ
Advertisement

ଖାଇବା ଦେବାରେ ବିଳମ୍ବ କରିବାରୁ ମା'କୁ ହତ୍ୟା କଲା ପୁଅ, ଘର ଅଗଣାରେ ଜାଳିଲା ମୃତଦେହ

ଯେତେବେଳେ ଖାଇବା ଦେବାରେ ବିଳମ୍ବ ହେଲା, ସେତେବେଳେ ସେ ବାଡ଼ିରେ ବୃଦ୍ଧ ମା'ଙ୍କୁ ଆକ୍ରମଣ କରିଥିଲା । ନିଃଶ୍ୱାସ ବନ୍ଦ ନହେବା ପର୍ଯ୍ୟନ୍ତ ସେ ତାଙ୍କୁ ପିଟିବାକୁ ଲାଗିଥିଲା । ମା'କୁ ହତ୍ୟା କରିବା ପରେ ସେ ଶବକୁ ନିଆଁ ଲଗାଇ ଦେଇଥିଲା ।

ପ୍ରତୀକାତ୍ମକ ଫଟୋ

ରାଞ୍ଚି: ଝାରଖଣ୍ଡ (Jharkhand) ର ପଶ୍ଚିମ ସିଂହଭୂମ (West Singhbhum) ଜିଲ୍ଲାର ଜୋଜୋଗୁଟ ଗାଁରେ ଏକ ଅଭାବନୀୟ ଘଟଣା ଘଟଣା ଘଟି ଯାଇଛି । ଏଠାରେ ଜଣେ ପୁଅ ନିଜ ମା'କୁ ହତ୍ୟା କରିଛି । ମଦ୍ୟପାନ କରି ଘରେ ପହଂଚିଥିବା ପୁଅ ମା'କୁ ଖାଇବା ମାଗିଥିଲା । ଯେତେବେଳେ ଖାଇବା ଦେବାରେ ବିଳମ୍ବ ହେଲା, ସେତେବେଳେ ସେ ବାଡ଼ିରେ ବୃଦ୍ଧ ମା'ଙ୍କୁ ଆକ୍ରମଣ କରିଥିଲା । ନିଃଶ୍ୱାସ ବନ୍ଦ ନହେବା ପର୍ଯ୍ୟନ୍ତ ସେ ତାଙ୍କୁ ପିଟିବାକୁ ଲାଗିଥିଲା । ମା'କୁ ହତ୍ୟା କରିବା ପରେ ସେ ଶବକୁ ନିଆଁ ଲଗାଇ ଦେଇଥିଲା । ଯେତେବେଳେ ଗ୍ରାମବାସୀ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲେ, ସେମାନେ ଅଭିଯୁକ୍ତକୁ ଦଉଡିରେ ବାନ୍ଧି ରଖିଥିଲେ । ସୂଚନା ମୁତାବକ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ:-ଚିରାଗ ପାସୱାନଙ୍କ ଏନଡିଏରୁ ମୋହ ଭଙ୍ଗ, ଏବେ ଆଉ ପିଏମ ମୋଦିଙ୍କ ପ୍ରଶଂସକ ନୁହଁନ୍ତି ସେ!

ଜୋଜୋଗୁଟ ଗ୍ରାମରେ ରହୁଥିବା ଅଭିଯୁକ୍ତ ପୁଅର ନାମ ହେଉଛି ପ୍ରଧାନ ସୋୟ । ପୋଲିସ କହିଛି ଯେ, ଶୁକ୍ରବାର ରାତିରେ ପ୍ରଧାନ ସୋୟ ସୋ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲା । ସେ ତାଙ୍କର ୬୦ ବର୍ଷ ବୟସ୍କା ମାତା ସୁମି ସୋୟଙ୍କୁ ଖାଇବା ମାଗିଥିଲା । ମା'କୁ ଖାଇବା ଆଣିବାରେ ବିଳମ୍ବ ହୋଇଥିଲା, କେବଳ ଏତିକିରେ ପୁଅ ମୁଣ୍ଡର କ୍ରୋଧରେ ନିଆଁ ଜଳୁଥିଲା । ପରେ ସେ ମା'କୁ ବାଡ଼ିରେ ପିଟିବା ଆରମ୍ଭ କରିଦେଇଥିଲା । ଘଟଣା ସମୟରେ ତାଙ୍କ ବୋହୂ ସୋମୱାରୀ ସୋୟ ଏକ ବର୍ଷର ଶିଶୁ ସହିତ ଉପସ୍ଥିତ ଥିଲେ । ସୋମୱାରୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ମଧ୍ୟ ତାଙ୍କ ଉପରେ ଆକ୍ରମଣ କରିଥିଲା ।

ଅଧିକ ପଢ଼ନ୍ତୁ:-ବିଧାନ ପରିଷଦରେ ପର୍ଣ୍ଣ ଦେଖୁଥିଲେ କଂଗ୍ରେସ MLC! ଇସ୍ତଫା ଦାବି କଲା ବିଜେପି  

ସେ ନିଜ ମା'କୁ ଏତେ ମାଡ଼ ମାରିଥିଲେ ଯେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ମଧ୍ୟ ସେ ଅଟକି ନଥିଲା । ମା'ର ମୃତ୍ୟୁକୁ ଲୁଚାଇବା ପାଇଁ ସେ ଶବକୁ ଜାଳି ଦେଇଥିଲା । ଗ୍ରାମବାସୀ ଏହା ଜାଣିବା ପରେ ସେମାନେ ଅଭିଯୁକ୍ତକୁ ବାନ୍ଧି ଦେଇଥିଲେ । ସୂଚନା ମୁତାବକ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଘଟଣା ସ୍ଥଳର ଯାଞ୍ଚ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ଅଧିକ ପଢ଼ନ୍ତୁ:-ରେଲୱେ ପୁଣି ଦେଲା ଗୁଡ୍ ନ୍ୟୁଜ୍!

ଏଥିସହିତ ଏହି ଘଟଣାରେ ଏକ ଗୁଜବ ଶୁଣିବାକୁ ମିଳିଛି ​​ଯେ ଅଭିଯୁକ୍ତ ତାଙ୍କ ମା'ଙ୍କ ଚିତା ଉପରେ କୁକୁଡ଼ା ରାନ୍ଧିଥିଲା, ପରେ ଏହାକୁ ଖାଇଥିଲା । ଏହି ମାମଲାରେ ଏସଡିପିଓ ମନୋହରପୁର ବିମଲେଶ କୁମାର ତ୍ରିପାଠୀ କହିଛନ୍ତି ଯେ ଏହା କେବଳ ଗୁଜବ, ସେପରି କ କୌଣସି ପ୍ରମାଣ ମିଳିନାହିଁ । ସେ କହିଛନ୍ତି ଯେ ପୋଡିଯାଇଥିବା ଶବର ଏକ ଅଂଶ ଉଦ୍ଧାର କରାଯାଇଛି । ଅଧା ଜଳା ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି । ଅଭିଯୁକ୍ତକୁ ପଚରାଉଚରା କରାଯାଉଛି । ଏଥିସହ ଅଭିଯୁକ୍ତ ଉପରେ ନିଜ ପିତାକୁ ହତ୍ୟା କରିଥିବା ଅଭିଯୋଗ ରହିଛି । ଚାରି ବର୍ଷ ପୂର୍ବେ ସେ ତାଙ୍କ ପିତାଙ୍କୁ ହତ୍ୟା କରିଥିଲା । ତାଙ୍କୁ ମଧ୍ୟ ଏହି ଅଭିଯୋଗରେ ଜେଲ ଯିବାକୁ ପଡିଥିଲା । ସେ ବର୍ତ୍ତମାନ ଜାମିନରେ ବାହାରକୁ ଆସିଥିଲା ।