ବିଜେପିକୁ ମାତ୍ ଦେବା ପାଇଁ ମୈଦାନକୁ ଓହ୍ଲାଇବେ ପିଏମ ମୋଦିଙ୍କ ହନୁମାନ!
Advertisement

ବିଜେପିକୁ ମାତ୍ ଦେବା ପାଇଁ ମୈଦାନକୁ ଓହ୍ଲାଇବେ ପିଏମ ମୋଦିଙ୍କ ହନୁମାନ!

କୁହାଯାଉଛି ଯେ ରାଷ୍ଟ୍ରୀୟ ଜନତା ଦଳ (RJD) ରାମ ବିଲାସ ପାସୱାନଙ୍କ ପତ୍ନୀ ରୀନା ପାସୱାନ (Rina Paswan) ମୈଦାନକୁ ଓହ୍ଲାଇକୁ ପ୍ରସ୍ତାବ ଦେଇଛି, ଯାହା ଉପରେ ଏଲଜେପି ଅଧ୍ୟକ୍ଷ ଚିରାଗ ପାସୱାନ (Rina Paswan) ବୁଧବାର ସୁଦ୍ଧା ନିଷ୍ପତ୍ତି ନେବାକୁ ନେବେ । 

ବିଜେପିକୁ ମାତ୍ ଦେବା ପାଇଁ ମୈଦାନକୁ ଓହ୍ଲାଇବେ ପିଏମ ମୋଦିଙ୍କ ହନୁମାନ!

ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟି (LJP) ର ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମ ବିଲାସ ପାସୱାନ (Ram Vilas Paswan) ଙ୍କ ଦେହାନ୍ତ ପରେ ଖାଲି ହୋଇଥିବା ରାଜ୍ୟସଭା ଆସନ (Bihar Rajya Sabha Election) ରେ ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଏଥିପାଇଁ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଡିସେମ୍ବର ୩ ରହିଛି । ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (NDA) ଏଥିପାଇଁ ଭାରତୀୟ ଜନତା ପାର୍ଟି (BJP) ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି (Sushil Modi) ଙ୍କ ନାମ ଚୂଡାନ୍ତ କରିଛି । ଅନ୍ୟପକ୍ଷେ ମହାମେଣ୍ଟ ମଧ୍ୟ ଜଣେ ଦଳିତ ନେତାଙ୍କୁ ମୈଦାନରେ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । 

ଅଧିକ ପଢ଼ନ୍ତୁ:-ଶାହଙ୍କୁ ଏନଡିଏର ସହଯୋଗୀ ଦଳର ଧମକ, କୃଷି ଆଇନ ପ୍ରତ୍ୟାହାର କରନ୍ତୁ, ନଚେତ୍...

କୁହାଯାଉଛି ଯେ ରାଷ୍ଟ୍ରୀୟ ଜନତା ଦଳ (RJD) ରାମ ବିଲାସ ପାସୱାନଙ୍କ ପତ୍ନୀ ରୀନା ପାସୱାନ (Rina Paswan) ମୈଦାନକୁ ଓହ୍ଲାଇକୁ ପ୍ରସ୍ତାବ ଦେଇଛି, ଯାହା ଉପରେ ଏଲଜେପି ଅଧ୍ୟକ୍ଷ ଚିରାଗ ପାସୱାନ (Rina Paswan) ବୁଧବାର ସୁଦ୍ଧା ନିଷ୍ପତ୍ତି ନେବାକୁ ନେବେ । ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ଯେ ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ହନୁମାନ କହୁଥିବା  ଚିରାଗ ପାସୱାନ୍ ବିଜେପି ବିରୋଧରେ ମୈଦାନକୁ ଓହ୍ଲାଇବେ କି? କିନ୍ତୁ ବଡ ପ୍ରଶ୍ନ ହେଉଛି, RJD କ’ଣ ନିଷ୍ପତ୍ତି ନେଉଛି ?

ସୂଚନାଯୋଗ୍ୟ ଯେ, ଏନଡିଏରୁ ବୈଶ୍ୟ ସମାଜରୁ ଆସୁଥିବା ସୁଶୀଲ ମୋଦିଙ୍କୁ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି । ସେ ବୁଧବାର ନାମାଙ୍କନପତ୍ର ଦାଖଲ କରିବେ । ଅନ୍ୟପକ୍ଷରେ, ଆରଜେଡି ଚାହୁଁଛି ଯେ ଦଳିତ ନେତାଙ୍କ ଦେହାନ୍ତ ପରେ ଖାଲି ଥିବା ଏହି ଆସନ ପାଇଁ କେବଳ ଜଣେ ଦଳିତଙ୍କୁ ସୁଯୋଗ ଦିଆଯାଉ । ଏହି ତାଲିକାରେ ଶ୍ୟାମ ରଜକ ଭଳି ଅନେକ ନାମ ରହିଛି, କିନ୍ତୁ ଆରଜେଡି ରାମ ବିଲାସ ପାସୱାନଙ୍କ ପତ୍ନୀ ରୀନା ପାସୱାନଙ୍କ ନାମ ଦେଇ ଗୋଟିଏ ତୀରରେ ଅନେକ ଶିକାର କରିବାକୁ ଚେଷ୍ଟା କରିଛି । ଚିରାଗ ପାସୱାନଙ୍କୁ ଏହା ଉପରେ ନିଷ୍ପତ୍ତି ନେବାକୁ ପଡିବ । ତାଙ୍କ ନିଷ୍ପତ୍ତି ପରେ ଆରଜେଡି ନେତୃତ୍ୱ ମଧ୍ୟ ଏହା ଉପରେ ଅନ୍ତିମ ନିଷ୍ପତ୍ତି ନେବେ । ତେବେ ଚିରାଗ ଏହି ଅଫରକୁ ଗ୍ରହଣ କରିବେ ବୋଲି ଆରଜେଡି ଆଶାବାଦୀ ।

ଅଧିକ ପଢ଼ନ୍ତୁ:-କେଉଁଠୁ ଆସିଛି କୋରୋନା ଭୂତାଣୁ? ଜାଣିବା ପାଇଁ ସବୁକିଛି କରିବ WHO

ଗତ ବର୍ଷ ରାମ ବିଲାସ ପାସୱାନ ଏନଡିଏ ପ୍ରାର୍ଥୀ ଭାବରେ ରାଜ୍ୟସଭାରେ ନିର୍ବିରୋଧ ନିର୍ବାଚିତ ହୋଇଥିଲେ । ବିଜେପି ବ୍ୟତୀତ ତାଙ୍କୁ ଜନତା ଦଳ ୟୁନାଇଟେଡ (JDU) ର ସମର୍ଥନ ମଧ୍ୟ ମିଳିଥିଲା । କିନ୍ତୁ ସମୟ ବଦଳି ଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ଙ୍କ ନେତୃତ୍ୱରେ ବିହାର ବିଧାନସଭା ନିର୍ବାଚନ ଲଢ଼ିବାକୁ ଏଲଜେପି ଅଧ୍ୟକ୍ଷ ଚିରାଗ ପାସୱାନ ମନା କରି ଦେଇଥିଲେ । ନିର୍ବାଚନ ସମୟରେ ସେ ବିଜେପିକୁ ବିନା ସର୍ତ୍ତରେ ସମର୍ଥନ ଦେଇଥିଲେ, କିନ୍ତୁ ଜେଡିୟୁ ପ୍ରାର୍ଥୀଙ୍କ ବିରୋଧରେ ସେ ପ୍ରାର୍ଥୀ ଓହ୍ଲାଇ ଭୋଟ୍ କାଟିବାର କାମ କରିଥିଲେ । ଏହାଦ୍ୱାରା ଏନଡିଏ କ୍ଷତିଗ୍ରସ୍ତ ହୋଇଥିଲା । କିନ୍ତୁ ମେଣ୍ଟରେ ଜେଡିୟୁର ଆସନ ହ୍ରାସ କରିବା ଉଦ୍ଦେଶ୍ୟରେ ଚିରାଗ ସଫଳ ହୋଇଥିଲେ । 

ଅଧିକ ପଢ଼ନ୍ତୁ:-କିଏ ସେ ଯୋଗିନ୍ଦର ସିଂ ଉଗ୍ରାହାନ, ଯିଏ ଚାଷୀ ଆନ୍ଦୋଳନ ମାଧ୍ୟମରେ ମୋଦି ସରକାରଙ୍କ ହଜାଇ ଦେଇଛନ୍ତି ନିଦ!

ବିଧାନସଭା ନିର୍ବାଚନ ସମୟରେ ଏନଡିଏରେ ଜେଡିୟୁ ବିରୋଧରେ ମୋର୍ଚ୍ଚା ଖୋଲୁଥିବା ଚିରାଗ ପାସୱାନ ମଧ୍ୟ ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହନୁମାନ ବୋଲି କହି ଖୋଲାଖୋଲି ଭାବେ ବିଜେପିକୁ ସମର୍ଥନ କରିଥିଲେ । ବିଶେଷ କଥା ହେଉଛି ଏହି ବିଦ୍ରୋହ ପାଇଁ ଏନଡିଏ ଚିରାଗ ପାସୱାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତାଙ୍କ ଦଳ ଏପର୍ଯ୍ୟନ୍ତ କେନ୍ଦ୍ରରେ ଏନଡିଏର ଏକ ଅଂଶ । ଏହାଦ୍ୱାରା ଜେଡିୟୁରେ ଅସନ୍ତୋଷ ଦେଖାଦେଇଛି ।