ଅମରାବତୀରେ ଉଦୟପୁରର ପୁନରାବୃତ୍ତି! ନୁପୂର ଶର୍ମାଙ୍କ ଆଉ ଜଣେ ସମର୍ଥକଙ୍କୁ ଗଳା କାଟି ହତ୍ୟା ସନ୍ଦେହ
Advertisement
Article Detail0/zeeodisha/odisha1240970

ଅମରାବତୀରେ ଉଦୟପୁରର ପୁନରାବୃତ୍ତି! ନୁପୂର ଶର୍ମାଙ୍କ ଆଉ ଜଣେ ସମର୍ଥକଙ୍କୁ ଗଳା କାଟି ହତ୍ୟା ସନ୍ଦେହ

Amravati Murder Case: ମହାରାଷ୍ଟ୍ର  (Maharashtra) ର ଅମରାବତୀ (Amravati) ରେ ଜୁନ ୨୨ରେ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ଏହା ପରେ ଅମରାବତୀ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି । ପୋଲିସ ସୂତ୍ର ଅନୁଯାୟୀ, ମୃତ ବ୍ୟକ୍ତି ଜଣକ ଏକ ମେଡିକାଲ ଷ୍ଟୋର୍‌ ଚଳାଉ ଥିଲେ ଓ ନୁପୂର ଶର୍ମା (Nupur Sharma) ଙ୍କୁ

ପ୍ରତୀକାତ୍ମକ ଫଟୋ

ମୁମ୍ୱାଇ: Amravati Murder Case: ମହାରାଷ୍ଟ୍ର  (Maharashtra) ର ଅମରାବତୀ (Amravati) ରେ ଜୁନ ୨୨ରେ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ଏହା ପରେ ଅମରାବତୀ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି । ପୋଲିସ ସୂତ୍ର ଅନୁଯାୟୀ, ମୃତ ବ୍ୟକ୍ତି ଜଣକ ଏକ ମେଡିକାଲ ଷ୍ଟୋର୍‌ ଚଳାଉ ଥିଲେ ଓ ନୁପୂର ଶର୍ମା (Nupur Sharma) ଙ୍କୁ ସମର୍ଥନ କରିଥିଲେ । କୁହାଯାଉଛି ଯେ ହତ୍ୟା ପଛରେ ଏହା କାରଣ ହୋଇପାରେ ଯେ ବ୍ୟକ୍ତି ଜଣକ ଫେସବୁକରେ ନୁପୂରଙ୍କ ସମର୍ଥନରେ ଏକ ପୋଷ୍ଟ ଲେଖିଥିଲେ ।

ସେପଟେ ଏହି ମାମଲାର ତଦନ୍ତ ପାଇଁ NIA ର ଏକ ଟିମ୍ ଆଜି ଅମରାବତୀରେ ପହଞ୍ଚିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହି ଚାରି ଅଭିଯୁକ୍ତ କହିଛନ୍ତି ଯେ ସେମାନେ ଜଣେ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ଏହି ଘଟଣା ଘଟାଇଛନ୍ତି । ବର୍ତ୍ତମାନ ପୋଲିସ ସେହି ମାଷ୍ଟର ମାଇଣ୍ଡକୁ ଖୋଜୁଛି ।

ଏଥି ସହିତ ହତ୍ୟା ପରେ ଆଖପାଖର ଲୋକମାନେ ଆକ୍ରୋଶିତ ଅଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି ଖରାପ ନହୁଏ ସେଥିପାଇଁ ପୋଲିସ ଏହି ମାମଲାକୁ ବାହାରକୁ ଆସିବାକୁ ଦେଉନାହିଁ । ପ୍ରଥମ ଦିନରେ ପୋଲିସ ଏହା ଡକାୟତି ମାମଲା ବୋଲି କହି ଲୁଚାଇ ରଖିଥିଲା, କିନ୍ତୁ ଆଜି ଏନଆଇଏ ତଦନ୍ତ ପାଇଁ ପହଞ୍ଚିଛି ।

ଏହା ବି ପଢ଼ନ୍ତୁ:-ବିଦ୍ରୋହୀ ବିଧାୟକ ଗୁଆହାଟିର ବିଳାସପୂର୍ଣ୍ଣ ହୋଟେଲରେ ଖାଇଥିଲେ ୨୨ ଲକ୍ଷ ଟଙ୍କାର ଖାଦ୍ୟ, ଦେଖନ୍ତୁ ଖର୍ଚ୍ଚର ପୁରା ତାଲିକା

ଏହା ବି ପଢ଼ନ୍ତୁ:-ମୁଖ୍ୟମନ୍ତ୍ରୀ ସିନ୍ଦେ କ'ଣ ପୂର୍ବତନ ସିଏମ ଉଦ୍ଧବ ଠାକରେଙ୍କ ଏହି ଅପିଲକୁ ମାନିବେ?

ମହାରାଷ୍ଟ୍ରର ଅମରାବତୀରେ ଗତ ସପ୍ତାହରେ ଜଣେ ବ୍ୟବସାୟୀଙ୍କ ହତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜୀବନ ହରାଇଥିବା ବ୍ୟକ୍ତିଙ୍କୁ ୫୦ ବର୍ଷ ବୟସ ହୋଇଥିଲା ଓ ସେ ଚିକିତ୍ସା ଉପକରଣର ବ୍ୟବସାୟ କରୁଥିଲେ । ପୋଲିସର ସୂଚନାନୁସାରେ ଉକ୍ତ ବ୍ୟକ୍ତିଙ୍କ ନାମ ଉମେଶ କୋଲହେ (Umesh Kolhe) ବୋଲି ଜଣାପଡ଼ିଛି । ଆକ୍ରମଣକାରୀମାନେ କୋଲହେଙ୍କୁ ଆକ୍ରମଣ କରି ତାଙ୍କ ଗଳା କାଟି ଦେଇଥିଲେ ।