ସମ୍ବଲପୁରରେ ଶିଶୁ ନିର୍ଯ୍ୟାତନା ଓ ସଚେତନତା କର୍ମଶାଳା ଅନୁଷ୍ଠିତ
Advertisement
Article Detail0/zeeodisha/odisha1214210

ସମ୍ବଲପୁରରେ ଶିଶୁ ନିର୍ଯ୍ୟାତନା ଓ ସଚେତନତା କର୍ମଶାଳା ଅନୁଷ୍ଠିତ

ଏହି କର୍ମଶାଳାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସମ୍ବଲପୁର ଜିଲ୍ଲାର ବିଭିନ୍ନ ପ୍ରାନ୍ତଃରୁ ଆସିଥିବା ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ।

ସମ୍ବଲପୁରରେ ଶିଶୁ  ନିର୍ଯ୍ୟାତନା ଓ ସଚେତନତା କର୍ମଶାଳା ଅନୁଷ୍ଠିତ

ସମ୍ବଲପୁର: ଜିଲ୍ଲାରେ ଚାଇଲଡ଼ ଲାଇନ ପକ୍ଷରୁ ଶିଶୁ ନିର୍ଯ୍ୟାତନା ଓ ସଚେତନତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଦେଶ ରେ ଶିଶୁ ଯୌନ ନିର୍ଯାତନା ଓ ଉତ୍ପୀଡନ ବହୁଳ ଭାବରେ ଦେଖାଦେଇଥିବା କାରଣରୁ କିଭଳି ଭାବେ ସମସ୍ତଙ୍କୁ ସଚେତନ କରାଯାଇ ପାରିବ ଏବଂ ଗଣମାଧ୍ୟମରେ କିଭଳି ଭାବେ ଏହାକୁ ଉପସ୍ଥାପନ କରାଯାଇ ପାରିବ ସେ ଦିଗରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ଉତ୍ପୀଡନ ଓ ଯୌନ ନିର୍ଯ୍ୟାତନା କ୍ଷେତ୍ରରେ କିଭଳି ଭାଵରେ ସମସ୍ତ ଖବରକୁ ଅନୁଧ୍ୟାନ କରି ପରିବେଷଣ କରାଯିବ ସେ ବାବଦରେ ଏହି କର୍ମଶାଳା ରେ ଗଣମାଧ୍ୟମ ପ୍ରତିନିଧି ତଥା ସ୍ବେଚ୍ଛାସେବୀଙ୍କୁ ଅବଗତ କରାଯାଇଥିଲା। 

ସମ୍ବଲପୁର ରୋଟାରୀ କ୍ଲବ ରେ ଅନୁଷ୍ଠିତ ଏହି କର୍ମଶାଳାରେ ୱାର୍ଲଡ଼ ଭିଜନ,ପିକକ, ଭୁବନେଶ୍ୱର, ବିଏମଜେଡ, ଜର୍ମାନୀ, ସମ୍ବଲପୁରର ଆଦର୍ଶ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା। ଏହି କର୍ମଶାଳାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସମ୍ବଲପୁର ଜିଲ୍ଲାର ବିଭିନ୍ନ ପ୍ରାନ୍ତଃରୁ ଆସିଥିବା ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ। ବର୍ତ୍ତମାନ ପରିପ୍ରେକ୍ଷୀରେ ଦିଲ୍ଲୀର ୪ ଏବଂ ଓଡ଼ିଶାର ୫ ଜିଲ୍ଲାରେ ପାଇଲଟ ପ୍ରକଳ୍ପ ଭାଵେ ଶିଶୁ ନିର୍ଯ୍ୟାତନା ଓ ଯୌନ ଉତ୍ପୀଡନ ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସୂଚନା  ଦିଆଯାଇଥିଲା।