Weather Update: ଆଜି ୧୩ ଜିଲ୍ଲାକୁ ବିଜୁଳି, ଘଡ଼ଘଡି଼ ବର୍ଷା ନେଇ ୟେଲୋ ଆଲର୍ଟ ଜାରି
Advertisement
Article Detail0/zeeodisha/odisha2250466

Weather Update: ଆଜି ୧୩ ଜିଲ୍ଲାକୁ ବିଜୁଳି, ଘଡ଼ଘଡି଼ ବର୍ଷା ନେଇ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ଗତ କିଛି ଦିନ ହେବ କାଳବୈଶାଖି ଜନିତ ବର୍ଷା ଲାଗି ରହିଛି । ଯାହା ରାଜ୍ୟବାସୀଙ୍କୁ ତାତିରୁ ମୁକ୍ତି ଦେଇଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ , ରାଜ୍ୟରେ ପୁଣି ତାପମାତ୍ରା ବଢ଼ିବାକୁ ଯାଉଛି । 

Weather Update: ଆଜି ୧୩ ଜିଲ୍ଲାକୁ ବିଜୁଳି, ଘଡ଼ଘଡି଼ ବର୍ଷା ନେଇ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ଗତ କିଛି ଦିନ ହେବ କାଳବୈଶାଖି ଜନିତ ବର୍ଷା ଲାଗି ରହିଛି । ଯାହା ରାଜ୍ୟବାସୀଙ୍କୁ ତାତିରୁ ମୁକ୍ତି ଦେଇଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ , ରାଜ୍ୟରେ ପୁଣି ତାପମାତ୍ରା ବଢ଼ିବାକୁ ଯାଉଛି । ଆସନ୍ତା ୧୮ ତାରିଖରୁ ରାଜ୍ୟବାସୀ ପୁଣି ଅସହ୍ୟ ଗରମରେ ଛଟପଟ ହେବେ । ଉଭୟ ଦକ୍ଷିଣ-ପଶ୍ଚିମ, ଦକ୍ଷିଣ, ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ବାୟୁମଣ୍ଡଳରୁ ନିମ୍ନ ଭାଗରେ ଶୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ରାଜ୍ୟରେ ୨ ରୁ ୩ ଡିଗ୍ରୀ ସେଲସିଲସ୍ ତାପମାତ୍ରା ବୃଦ୍ଧି ପାଇବ।

ALSO READ:  Flight Service: ପୁଣି ଥରେ ଆରମ୍ଭ ହେଲା ଇଣ୍ତିଗୋର ଝାରସୁଗୁଡା-ଦିଲ୍ଲୀ ବିମାନ ସେବା

ଏହା ସହ ଆଜି ବିଜୁଳି, ଘଡ଼ଘଡି଼ ସହ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାସହ ଆଜି ପଶ୍ଚିମ ଓଡି଼ଶାର ଅଧିକାଂଶ ସ୍ଥାନରେ ତାତି ୪୧ ଡିଗ୍ରୀ ଟପିପାରେ। ଗ୍ରୀଷ୍ମ ଲହରୀ ନେଇ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ନୂଆପଡା, ବଲାଙ୍ଗୀର,ବରଗଡ ଓ ଝାରସୁଗୁଡା। ସେହିପରି ଆସନ୍ତା ୧୯ ତାରିଖରେ ୬ ଜିଲ୍ଲା ନୂଆପଡା, ବଲାଙ୍ଗୀର ,ସୋନପୁର, ବୌଦ୍ଧ, ବରଗଡ ଓ ଝାରସୁଗୁଡାକୁ ୟେଲୋ ଆଲର୍ଟ ଜାରି ହୋଇଛି।  ତେବେ ଉପକୂଳ ଅଞ୍ଚଳରେ ତାପମାତ୍ରା କମ୍ ରହିଲେ ବି ଆର୍ଦ୍ରତା ପ୍ରଭାବରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି, ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି ଯେ, ରାଜ୍ୟରେ ଆସନ୍ତା ୨୫ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ବିଭିନ୍ନ ମଡେଲ ଜରିଆରେ ଏହା ଅନୁମାନ କରାଯାଇଛି । ଏକ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହୋଇ ପୂର୍ବ ଭାରତ ଉପକୂଳ ଆଡ଼କୁ ମୁହାଁଇବା ସହ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ତେବେ ଏହା ମିଆଁମାର କିମ୍ବା ବାଂଲାଦେଶ ଆଡ଼କୁ ରହିପାରେ ବୋଲି ଜଣାପଡ଼ିଛି ।