Keonjhar: ଜିଲ୍ଲାରେ ଅସୁରକ୍ଷିତ ବନ୍ୟପ୍ରାଣୀଙ୍କ ଜୀବନ! ବିଦ୍ୟୁତ୍ ଆଘାତରେ ଟଳି ପଡି଼ଲେ ଗଜରାଜ
Advertisement
Article Detail0/zeeodisha/odisha1617373

Keonjhar: ଜିଲ୍ଲାରେ ଅସୁରକ୍ଷିତ ବନ୍ୟପ୍ରାଣୀଙ୍କ ଜୀବନ! ବିଦ୍ୟୁତ୍ ଆଘାତରେ ଟଳି ପଡି଼ଲେ ଗଜରାଜ

Keonjhar: ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ରହିଛି । ଅନେକ ସମୟରେ ବିଭିନ୍ନ କାରଣ ଯୋଗୁଁ ହାତୀ ମୃତ୍ୟୁ ଦେଖିବାକୁ ମିଳିଥାଏ । କେତେବେଳେ ଜଙ୍ଗଲରେ ହାତୀର ମୃତଦେହ ମିଳିଥାଏ ତ ଆଉ କେତେବେଳେ ରେଳ ଦୁର୍ଘଟଣା ଓ ବିଦ୍ୟୁତ୍ ଆଘାତରେ ଆସି ନିରୀହ ହାତୀଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥାଏ । 

Keonjhar: ଜିଲ୍ଲାରେ ଅସୁରକ୍ଷିତ ବନ୍ୟପ୍ରାଣୀଙ୍କ ଜୀବନ! ବିଦ୍ୟୁତ୍ ଆଘାତରେ ଟଳି ପଡି଼ଲେ ଗଜରାଜ

Keonjhar: କେନ୍ଦୁଝର ପୁଣି ହାତୀ ମୃତ୍ୟୁ । ଜିଲ୍ଲା ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସକାଳେ ଏନେଇ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଜିଲ୍ଲାରେ ଅସୁରକ୍ଷିତ ହୋଇପଡି଼ଛି ବନ୍ୟ ପ୍ରାଣୀଙ୍କ ଜୀବନ। କେତେବେଳେ ନିଆଁ ଦାଉ ତ ଆଉ କେତେବେଳେ ବିଦ୍ୟୁତ୍ ଆଘତରେ ପ୍ରାଣ ହରାଉଛନ୍ତି ବହୁ ବନ୍ୟ ପ୍ରାଣୀ । ବାରମ୍ବାର ଏଭଳି ହାତୀ ମୃତ୍ୟୁ ଘଟୁଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏନେଇ ସଚେତନ ହେଉନଥିବା ନେଇ ଜନ ଅସନ୍ତୋଷ ଦେଖାଦେଇଛି । 

ସେପଟେ ରାଜ୍ୟରେ ଉପରମୁହାଁ ରହିଛି ହାତୀ ମୃତ୍ୟୁ ସଂଖ୍ୟା । ଅନେକ ସମୟରେ ବିଭିନ୍ନ କାରଣ ଯୋଗୁଁ ହାତୀ ମୃତ୍ୟୁ ଦେଖିବାକୁ ମିଳିଥାଏ । କେତେବେଳେ ଜଙ୍ଗଲରେ ହାତୀର ମୃତଦେହ ମିଳିଥାଏ ତ ଆଉ କେତେବେଳେ ରେଳ ଦୁର୍ଘଟଣା ଓ ବିଦ୍ୟୁତ୍ ଆଘାତରେ ଆସି ନିରୀହ ହାତୀଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥାଏ । ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ଉପରମୁହାଁ ରହିଥିବା ବେଳେ ଗତ ଦୁଇ ମାସରେ ୧୨ଟି ହାତୀ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ମୂଲ୍ୟବାନ ହାତୀ ଦାନ୍ତ ପାଇଁ ଅନେକ ସମୟରେ ଶିକାରୀ ହାତୀଙ୍କୁ ଧରିବା ଲାଗି ଜାଲ ବିଛାଇଥାଆନ୍ତି । ଅଧିକାଂଶ ସମୟରେ ବିଦ୍ୟୁତ୍ ଆଘାତ ହାତୀର ମୃତ୍ୟୁ ଏକ ପ୍ରମୁଖ କାରଣ ହୋଇଥାଏ । ହାତୀଙ୍କ ସୁରକ୍ଷା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ଆକ୍ସନ ପ୍ଲାନକୁ କାର୍ଯ୍ୟକାରୀ  କରାଯାଇତାଏ । କିନ୍ତୁ ଏତେ ସବୁ ପରେ ବି କିନ୍ତୁ ହାତୀଙ୍କୁ ସୁରକ୍ଷା ଦେବାରେ ଫେଲ୍‌ ମାରଛି ବନ ବିଭାଗ। ସରକାରୀ ତଥ୍ୟ ଅନୁଯାୟୀ, ଗତ ୧୦ ବର୍ଷରେ ୭୮୪ ହାତୀ ମରିଥିବା ବେଳେ ୨୦୧୮-୧୯ରେ ସର୍ବାଧିକ ୯୩ଟି ହାତୀଟି ହାତୀଙ୍କ ମୃତ୍ୟୁ ହୋଇଥିଲା ।

 

 

ଏହା ମଧ୍ୟ ପଢନ୍ତୁ- Jagatsinghpur: ମା’ କନକ ଦୁର୍ଗାଙ୍କ ପ୍ରସିଦ୍ଧ ବାରୁଣୀ ଯାତ୍ରା ଅନୁଷ୍ଠିତ, କୁକୁଡ଼ା ଉଡ଼ାଇଲେ ପୂରଣ ହୋଇଥାଏ ମାନସିକ!

ଗତ ୫ ବର୍ଷ ମଧ୍ଯରେ ୨୦୧୭ରୁ ୨୨ ମଧ୍ୟରେ ରାଜ୍ୟର ୩୯ଟି ଜଙ୍ଗଲ ଡ଼ିଭିଜନରେ ବିଭିନ୍ନ କାରଣରୁ ୪୧୬ଟି ହାତୀ ମୃତ୍ୟୁ ହୋଇଥିବା ଜଙ୍ଗଲ ବିଭାଗ ମନ୍ତ୍ରୀ ବିଧାନସଭାରେ ତଥ୍ୟ ରଖିଥିଲେ । ତେବେ ରାଜ୍ୟରେ ହାତୀ ମୃତ୍ୟୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ହାତୀଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ଆକ୍ସନ ପ୍ଲାନ କଡ଼ାକଡ଼ି କରିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ ଅକ୍ଟୋବର ୨୬ରେ ଢେଙ୍କାନାଳ କମଳାଙ୍ଗ ଅଞ୍ଚଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ଜରୁରୀ ବୈଠକ ଡାକି ୨୦୧୮ ଡିସେମ୍ବର ସୁଦ୍ଧା ହାତୀ ଚଳପ୍ରଚଳ ରାସ୍ତାରେ ଝୁଲି ରହିଥିବା ତାରକୁ ଉପରକୁ ଉଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।