Jagatsinghpur: ମା’ କନକ ଦୁର୍ଗାଙ୍କ ପ୍ରସିଦ୍ଧ ବାରୁଣୀ ଯାତ୍ରା ଅନୁଷ୍ଠିତ, କୁକୁଡ଼ା ଉଡ଼ାଇଲେ ପୂରଣ ହୋଇଥାଏ ମାନସିକ!
Advertisement

Jagatsinghpur: ମା’ କନକ ଦୁର୍ଗାଙ୍କ ପ୍ରସିଦ୍ଧ ବାରୁଣୀ ଯାତ୍ରା ଅନୁଷ୍ଠିତ, କୁକୁଡ଼ା ଉଡ଼ାଇଲେ ପୂରଣ ହୋଇଥାଏ ମାନସିକ!

Jagatsinghpur: ଜଗତସିଂହପୁର ଜିଲ୍ଲା ପିତେଇପୁର ପଞ୍ଚାୟତ କନକ ଦୂର୍ଗାଙ୍କ ମନ୍ଦିରରେ ଦୀର୍ଘ ପାଞ୍ଚ ଶହ ବର୍ଷରୁ ଉର୍ଦ୍ଧ୍ବ ହେବ ଏହି ବାରୁଣୀ ଯାତ୍ରା ଅନୁଷ୍ଠିତ ହୋଇଆସୁଛି । ମାଆଙ୍କ ଏହି ପବିତ୍ର ଯାତ୍ରା  ଚୈତ୍ରମାସ ଚତୁର୍ଦ୍ଦଶୀ ତିଥିରେ ଅନୁଷ୍ଠିତ ହୋଇଥାଏ । ଏହି ପ୍ରସିଦ୍ଧ ପୀଠରେ ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । 

ସୌ(ସୋସିଆଲ ମିଡିଆ)

Jagatsinghpur: ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ମା କନକ ଦୁର୍ଗା ମନ୍ଦିରରେ ପ୍ରସିଦ୍ଧ ବାରୁଣୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ବାରୁଣୀ ଯାତ୍ରାରେ ପାରମ୍ପରିକ ରୀତିନୀତି ଅନୁସାରେ ପ୍ରଭାତରେ ବାରୁଣୀ ସ୍ନାନ ଓ ପରେ ପରେ ମାନସିକଧାରୀଙ୍କ ଦ୍ଵାରା ଦାଣ୍ଡ ଓଳେଇବା ଓ କୁକୁଡ଼ା ଉଡ଼ାଇବା ଭଳି ବିରଳ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥାଏ ।

ଜଗତସିଂହପୁର ଜିଲ୍ଲା ପିତେଇପୁର ପଞ୍ଚାୟତ କନକ ଦୂର୍ଗାଙ୍କ ମନ୍ଦିରରେ ଦୀର୍ଘ ପାଞ୍ଚ ଶହ ବର୍ଷରୁ ଉର୍ଦ୍ଧ୍ବ ହେବ ଏହି ବାରୁଣୀ ଯାତ୍ରା ଅନୁଷ୍ଠିତ ହୋଇଆସୁଛି । ମାଆଙ୍କ ଏହି ପବିତ୍ର ଯାତ୍ରା  ଚୈତ୍ରମାସ ଚତୁର୍ଦ୍ଦଶୀ ତିଥିରେ ଅନୁଷ୍ଠିତ ହୋଇଥାଏ । ଏହି ପ୍ରସିଦ୍ଧ ପୀଠରେ ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ବିଶେଷ କରି ଏହି ପୀଠରେ ଅପୁତ୍ରିକ ନାରୀ ମାନେ ମାନସିକ ଧାରଣ କରି ମାତୃତ୍ୱ ଲାଭ କରିବା ପ୍ରମାଣ ରହିଛି । ସାତ ଦିନ ଧରି ଚାଲିଥିବା ମାଆଙ୍କ ଏହି ବାରୁଣୀ ଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ମାଆଙ୍କ ଏହି ବାରୁଣୀ ଯାତ୍ରା ସ୍ଥାନୀୟ ଅଞ୍ଚଳରେ ଏକ ବୃହତ ପର୍ବ ଭାବେ ପରିଚିତ। ଏହା ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି ।

କୁହାଯାଏ ଯେଉଁ ଛୁଆ ମାନେ ଡ଼େରିରେ କଥା କହିଥାଆନ୍ତି ସେମାନଙ୍କୁ ଏକାଠୁ ଆଣିଲେ ମାଆଙ୍କ ଆର୍ଶିବାଦ ପାଇଁ ସେମାନେ କଥା କହିବା ଆରମ୍ଭ କରନ୍ତି । ଏହି ବାରୁଣୀ ଯାତ୍ରାରେ ମାନସିକଧାରୀ ମାନେ ଦାଣ୍ଡ ପହଂରିବା ସହ ମୁଣ୍ଡ ଉପରେ କୁକୁଡ଼ା ଉଡାଇଥାନ୍ତି । ଏହାଦ୍ବାରା ମାନସିକ ପୂରଣ ହୁଏ ବୋଲି ମାନସିକ ଧାରୀମାନେ କହିଥାଆନ୍ତି। ମାଆ କନକ ଦୂର୍ଗା ସର୍ପଭୟ ନିବାରିଣୀ ନାମରେ ମଧ୍ଯ ବେଶ ଖ୍ୟାତି ଅର୍ଜନ କରିଛନ୍ତି । ବିଷଧର କାମୁଡ଼ିଲେ ମାଆଙ୍କୁ ସ୍ମରଣ କରି ପାଦୁକ ପିଇଲେ ସର୍ପ ବିଷ ହରଣ ହୋଇଥାଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି । ଏଥିପାଇଁ ମାଆଙ୍କ ଏହି ଯାତ୍ରା ସମୟରେ ତାଙ୍କ ଆଶିଷ ଲାଭ କରିବା ଲାଗି ବହୁ ଦୂରଦୁରାନ୍ତରୁ ଭକ୍ତ ଦୌଡ଼ି ଆସିଥାଆନ୍ତି । ଏଠାରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥାଏ । ହିନ୍ଦୁ ଓ ମୁସଲିମ ଉଭୟ ଏହି ଯାତ୍ରାରେ ସାମିଲ ହୋଇଥାଆନ୍ତି । ଏହି ଯାତ୍ରାରେ ବିଭିନ୍ନ ଦୋକାନ ବଜାର ମଧ୍ଯ ଆସର ଜମିଥାଏ ।

ମନ୍ଦିର ଟ୍ରଷ୍ଟର କର୍ମକାର୍ତ୍ତା ଓ ପ୍ରଶାସନ ସହାୟତାରେ ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ କରାଯାଇଥାଏ । ପ୍ରତିଦିନ ସନ୍ଧ୍ୟା ସମୟରେ ଏଠାରେ ପାଲା, ସଂକୀର୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । କଥାରେ ଅଛି ବିଶ୍ୱାସେ ମିଳଇ ହରି, ତରକେ ବହୁ ଦୂର । ସେହି କ୍ରମରେ ଏହାରେ ମାନସିକ ଧାରୀ ମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ । ତେବେ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏହି ବାରୁଣୀ ଯାତ୍ରାରେ ସାମିଲ ହେବା ସହିତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି ।

Also Read-Odisha News: ଆଜି ପବିତ୍ର ବାରୁଣୀ, ବୈତରଣୀରେ ବୁଡ଼ ପକାଇଲେ ମିଳିଥାଏ ଏହି ସବୁ ପାପରୁ ମୁକ୍ତି