Lover Arrest: ପ୍ରେମିକାର ଅନ୍ୟତ୍ର ବାହାଘର ସ୍ଥିର ହେବା ପରେ, ଖେଳ ବିଗାଡ଼ିଦେଲା ପ୍ରେମିକ...
Advertisement
Article Detail0/zeeodisha/odisha1584442

Lover Arrest: ପ୍ରେମିକାର ଅନ୍ୟତ୍ର ବାହାଘର ସ୍ଥିର ହେବା ପରେ, ଖେଳ ବିଗାଡ଼ିଦେଲା ପ୍ରେମିକ...

ଗଜପତି (ପ୍ରେମାନନ୍ଦ ପୂଜାରୀ) Lover Arrest: ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ପ୍ରେମ କ୍ଷମା, ପ୍ରେମ ଦୟା । ପ୍ରେମର ପରିଭାଷା ସଂଜ୍ଞା ହୀନ । କେବେ ଏହା ଗଗନ ପରି ଅସୀମ ତୋ ଆଉ କେବେ ସାଗର ପରି ଗଭୀର । ପ୍ରେମ ମାନେ’ ନା ବାଧା ବିଘ୍ନ । ବିଶ୍ୱାସର ବସାରେ ଜୀବନର ପରିପୂର୍ଣ୍ଣତା ହେଉଛି ପ୍ରେମ । ଜୀବନ ଅଛି ମାନେ ପ୍ରେମ ବି ଅଛି । ପ୍ରେମ ପରିବ୍ୟାପ୍ତ, ପ୍ରେମ ବିଶ୍ବାସ । କେବେ ସିଏ ଅନ୍ତର ଅନୁଭବର ପୁଣ୍ୟ ମନ୍ଦିର ଆଉ କେବେ ରାଗରୁଷା ଆଉ ଅଭିମାନର କଅଁଳ ଛୁଆଁ ।

Lover Arrest: ପ୍ରେମିକାର ଅନ୍ୟତ୍ର ବାହାଘର ସ୍ଥିର ହେବା ପରେ, ଖେଳ ବିଗାଡ଼ିଦେଲା ପ୍ରେମିକ...

ଗଜପତି (ପ୍ରେମାନନ୍ଦ ପୂଜାରୀ)Lover Arrest: ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ପ୍ରେମ କ୍ଷମା, ପ୍ରେମ ଦୟା । ପ୍ରେମର ପରିଭାଷା ସଂଜ୍ଞା ହୀନ । କେବେ ଏହା ଗଗନ ପରି ଅସୀମ ତୋ ଆଉ କେବେ ସାଗର ପରି ଗଭୀର । ପ୍ରେମ ମାନେ’ ନା ବାଧା ବିଘ୍ନ ।  ବିଶ୍ୱାସର ବସାରେ ଜୀବନର ପରିପୂର୍ଣ୍ଣତା ହେଉଛି ପ୍ରେମ । ଜୀବନ ଅଛି ମାନେ ପ୍ରେମ ବି ଅଛି । ପ୍ରେମ ପରିବ୍ୟାପ୍ତ, ପ୍ରେମ ବିଶ୍ବାସ । କେବେ ସିଏ ଅନ୍ତର ଅନୁଭବର ପୁଣ୍ୟ ମନ୍ଦିର ଆଉ କେବେ ରାଗରୁଷା ଆଉ ଅଭିମାନର କଅଁଳ ଛୁଆଁ । ପ୍ରାପ୍ତି ଓ ଅପ୍ରାପ୍ତିର ଦୋଛକିରେ ମନ ଖୋଜୁଥିବା ଆଶ୍ବସ୍ତିର ନାଁ ପ୍ରେମ । ସେ ମାନେନି ବୟସ, ଜାତି, ଧର୍ମ, ବର୍ଣ୍ଣ ବା ଧନୀଗରିବ । ପ୍ରେମ ଏକ ଭାବନା, ଏକ ସମର୍ପଣ, ହୃଦୟ ତଳର ଅସରନ୍ତି ଭାବର ସମ୍ମିଶ୍ରଣ । କିନ୍ତୁ ଏ ପ୍ରେମ ଯେବେ, ବଇରି ସାଜେ ସେତେବେଳେ ମଣିଷକୁ ବରବାଦ କରିଦିଏ । ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି (Gajapati )ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ କେ, ଝାଲରସିଂ ଗାଁରେ । ଖଜୁରୀପଦା ଫାଣ୍ଡି ଅଧିନସ୍ତ କେ,ଝାଲରସିଂ ଗାଁର ସିଣ୍ଟୁ ମିଶାଲ୍ ନାମକ ଜଣେ ଯୁବକ ନୁଆଁଗଡ ଅଞ୍ଚଳର ସବିତା (ଛଦ୍ମନାମ) ନାମକ ଜଣେ  ଯୁବତୀଙ୍କୁ ଭଲ ପାଉଥିଲେ। ସବିତା ମଧ୍ୟ ସିଣ୍ଟୁଙ୍କୁ ପ୍ରେମ କରୁଥିଲେ ।

ଏହି ପ୍ରମରେ ହଜି ଯାଇଥିଲେ ଉଭୟ । ଉଭୟ ଏତେ ଆଗକୁ ବଢିଯାଇଥି୍ଲେ ଯେ, ବିବାହ ପାଇଁ ନିଷ୍ପତି ମଧ୍ୟ ନେଇଥିଲେ। କିନ୍ତୁ ଏଭଳି କିଛି ଦିନ ଗଲା ପରେ ଉଭୟ ଉଭୟଙ୍କର ନିକଟତର ହୋଇଥିଲେ । ଏବଂ ଦୁହିଙ୍କ ମଧ୍ୟରେ  ଘନିଷ୍ଠତା ବଢିଥିଲା।, ଏହାର ସୁଯୋଗ ନେଇ ସିଣ୍ଚୁ ସବିତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ସେହି ସମୟର ଭିଡିଓ ଓ ଫଟୋ (nude video)ମଧ୍ୟ ସବିତା ରଖିଥିଲେ। ପରେ ସିଣ୍ଟୁ ସବିତାଙ୍କୁ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଓ ଫଟୋ ମଧ୍ୟ ମାଗିଥିଲେ । ସିଣ୍ଟୁକୁ ବିଶ୍ବାସ କରି ସବିତା ନିଜ ପାଖରେ ରଖିଥିବା ଫଟୋ ଓ ଭିଡିଓ  ସିଣ୍ଟୁଙ୍କୁ ଦେଇଥିଲେ। ସେପଟେ,ସବିତାଙ୍କ ଘର ଲୋକେ ତାଙ୍କ ବାହାଘର ଅନ୍ୟତ୍ର ଠିକ୍ କରିଥିଲେ । ଏକଥା ସିଣ୍ଚୁ ଶୁଣିବା ପରେ ନିଜ ରାଗ ସମ୍ଭାଳି ପାରିନ ଥିଲେ।  ସବିତାଙ୍କ ବିବାହ ପ୍ରସ୍ତାବ ଭାଙ୍ଗିବା ପାଇଁ ପାଖରେ ଥିବା ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲା। ଏହି ବିଷୟ ଜାଣିବା ପରେ ସବିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ସାଇବର କ୍ରାଇମ ଆକ୍ଟ ଅନୁସାରେ ପ୍ରେମିକ ପ୍ରବର ସିଣ୍ଟୁକୁ ଗିରଫ କରିଛି। ଏହାସହ ଅଧିକ ତଦନ୍ତ ଆରମ୍ଭ କରିଛି । 

Also Read : Road Accident: କାରକୁ ଧକ୍କା ଦେଲା ଟ୍ରକ୍, ଅକାଳରେ ଲିଭିଗଲା ୫ ଜୀବନ ଦୀପ

Also Read : Gajapati News: ବେକରେ ବେଡସିଟ୍ ଲଗାଇ ଶ୍ରେଣୀ ଗୃହରେ ଝୁଲିଗଲେ ଛାତ୍ରୀ

ନିକଟରେ ଭୁବନେଶ୍ବରରେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା।  ପ୍ରେମିକାକୁ ମାଡ଼ ମାରି ଗିରଫ ହୋଇଥିଲା ପ୍ରେମିକ । ପ୍ରେମିକ ପ୍ରକାମ୍ୟ ସିଂକୁ ଗିରଫ କରିଥିଲା ଚନ୍ଦ୍ରଶେଖରପୁର ପୋଲିସ । ଅଭିଯୋଗ ଅନୁଯାୟୀ, ୩ବର୍ଷ ଧରି ଉଭୟ ପ୍ରେମ କରୁଥିଲେ । ଉଭୟ ଅଲଗା ହେବା ପରେ ଯୁବତୀ ଜଣକ ସମସ୍ତ ଫଟୋ ଡିଲିଟ୍‌ କରିଦେବାକୁ ଯୁବକଙ୍କୁ କହିଥିଲେ । ହେଲେ ପ୍ରେମିକ ନିଜ ଗାଡିରେ ଅନ୍ୟ ଜଣେ ଯୁବତୀଙ୍କୁ ସାଙ୍ଗରେ ପ୍ରେମିକା ପାଖରେ ପହଂଚିଥିଲା । ପରେ ମୋବାଇଲରୁ ଫଟୋ ଡିଲିଟ୍‌ ନେଇ ଯୁକ୍ତିତର୍କ ହୋଇଥିଲା । ପରେ ପ୍ରେମିକାଙ୍କୁ ମାଡ ମାରିଥିଲେ ପ୍ରେମିକ । ଏନେଇ ଯୁବତୀ ଜଣକ  ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ପ୍ରେମିକଙ୍କୁ ଗିରଫ କରିଥିଲେ।