Road Accident: କାରକୁ ଧକ୍କା ଦେଲା ଟ୍ରକ୍, ଅକାଳରେ ଲିଭିଗଲା ୫ ଜୀବନ ଦୀପ
Advertisement
Article Detail0/zeeodisha/odisha1584383

Road Accident: କାରକୁ ଧକ୍କା ଦେଲା ଟ୍ରକ୍, ଅକାଳରେ ଲିଭିଗଲା ୫ ଜୀବନ ଦୀପ

Road Accident: କର୍ଣ୍ଣାଟକର ଧାରଓ୍ବାଡରେ ମର୍ମନ୍ତୁଦ (Dharwad Road Accident) ସଡକ ଦୁର୍ଘଟଣା। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି (five including a child killed) । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣା ପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟ୍ରକଟି କାରଟିକୁ ପଛପଟୁ ଧକ୍କା (Road Accident )ଦେଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ, ଏହି ଭୟଙ୍କର ଦୁର୍ଘଟଣା ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଘଟିଥିବା ଜଣାପଡିଛି ।

ସୌଜନ୍ୟ- ସୋସିଆଲ ମିଡିଆ

ପୋଲିସର ସୂଚନା ଅନୁସାୟୀ, ଗୁରୁବାର ବିଳମ୍ବିତ ରାତିରେ ଧାରଓ୍ବାଡ ଜିଲ୍ଲାର ତେଗୁର ଗାଁ ନିକଟରେ (car Accident)ଏହି ଦୁର୍ଘଟଣା ଘଟିଛି । କାର ଚାଳକ ଜଣେ ପଥଚାରୀଙ୍କୁ ଧକ୍କା ଦେବାରୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ସମ୍ପୃକ୍ତ ପଥଚାରୀଙ୍କ ସମେତ କାରରେ ଥିବା ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ କାରଟି ଭାଙ୍ଗି ରୁଜି ଯାଇଥିବା ଦେଖିବାକୁ ମିଳିଛି ।  କାରରେ ଥିବା ସମସ୍ତ ଯାତ୍ରୀ ଅଗ୍ନିପଥରେ ନିଯୁକ୍ତି ପାଇଥିବା  ଜଣେ ସାଙ୍ଗକୁ  ବିଦାୟୀକାଳିନ ସମ୍ବର୍ଦ୍ଦନା ଦେବା ପାଇଁ ଯାଉଥିଲେ। ଗାଡିଟି ତେଗୁର ଅଞ୍ଚଳରେ ଅତି ଦ୍ରୃତ ଗତିରେ ଆଗକୁ ବଢୁଥିବା ବେଳେ ଜଣ ପଥଚାରୀ ସାମ୍ନାକୁ ଆସିଯାଇଥିଲେ।  

Also Read : Hair Care Tips: ଲମ୍ବା ଓ ଘନ କେଶ ଚାହୁଁଥିଲେ ଆପଣାନ୍ତୁ ଏହି ସବୁ ଟିପ୍ସ, ସପ୍ତାହକରେ ପାଇବେ ରେଜଲ୍ଟ

Also Read  :  Nikki Murder Case: ପୋଲିସ ଆଗରେ ସତ ଓଗାଳିଲା ବଏଫ୍ରେଣ୍ତ ସାହିଲ୍, ହତ୍ୟାର ୧୨ ଘଣ୍ଟା ପୂର୍ବରୁ ନିକି ସହ...

ପଥଚାରୀଙ୍କୁ ବଞ୍ଚାଇବାକୁ ଯାଇ  କାର ଚାଳକ ବ୍ରେକ ମାରିଥିଲେ କିନ୍ତୁ ପଛପଟୁ ଆସୁଥିବା ଏକ ଟ୍ରକ କାରକୁ ଧକ୍କା ଦେଇଥିଲା।  ଫଳରେ ଘଟଣାସ୍ଥଳରେ ଗୁରୁତର ହୋଇ ସମ୍ପୃକ୍ତ ପଥଚାରୀ ଙ୍କ ସହ କାରରେ ବସିଥିବା ଲୋକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକମାନେ ହେଲେ ମହନ୍ତେସ ମୁଦ୍ଦୋଜି,ବାସବରାଜ ନାରଗୁଣ୍ତା,ନାଗପ୍ପା ମୁଦୋଜି,ଶ୍ରୀକୁମାର ଏବଂ ପଥଚାରୀ ଏରନ୍ନା ରାମନଗୌଦାର । ଏଥିରେ ଆହତ ହୋଇଥିବା  ଅନ୍ୟ ୪ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।  ମଞ୍ଜୁନାଦ ମୁଦୋଚି ଅଗ୍ନିପଥରେ ନିଯୁକ୍ତି ପାଇଥିଲେ। ତାଙ୍କୁ ହୁବଲିରେ ଛାଡିବାକୁ ତାଙ୍କ ସାଙ୍ଗ ଓ ସମ୍ପର୍କୀୟ  ସେଠାକୁ ଯାଉଥିଲେ। କିନ୍ତୁ ବାଟରେ ବଡ ଧରଣର ଦୁର୍ଘଟଣା ଘଟିଲା। ଅଗ୍ନିପଥରେ  ନିଯୁକ୍ତି ପାଇଥିବା ମଞ୍ଜୁନାଦଙ୍କ ଜୀବନ ବଞ୍ଚିଯାଇଥିବା ବେଳେ ସେ ଏବେବି ଚିକିତ୍ସାଧିନ ଅଛନ୍ତି ।

ନିକଟରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ରାଜସ୍ଥାନ ଆଜମେରରେ ଏକ ଭୟାନକ ସଡକ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ଏକ ଗ୍ୟାସ୍ ଟ୍ୟାଙ୍କର ମାର୍ବଲ୍ ଭର୍ତ୍ତି ଟ୍ରକ୍ ସହ ଧକ୍କା ଦେଇଥିଲା । ତେବେ ଘଟଣାସ୍ଥଳରେ ଉଭୟ ଗାଡିରେ ନିଆଁ ଲାଗିଯାଇଥିଲା ।  ପ୍ରାୟ ୪ ଜଣ ଏହି ଘଟଣାରେ ଜୀବନ୍ତ ଜଳିଯାଇ ପ୍ରାଣ ହରାଇଥିଲେ ।  ପୋଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ  ଚଳାଇଛି।