'ଗୁଲାବ'ର ପ୍ରଭାବ, ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha995163

'ଗୁଲାବ'ର ପ୍ରଭାବ, ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ତେବେ ବାତ୍ୟା ପ୍ରଭାବରେ ରାଜ୍ୟରେ ହାରାହାରି ୧୫.୮ ପ୍ରତିଶତ ବର୍ଷା ହୋଇଛି । ଅପରପଟେ ଆସନ୍ତା ୨୮ ତାରିଖ ଆଡକୁ ମିଆଁମାରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ତାହା ଲଘୁଚାପ ରୂପ ନେବ କି ନାହିଁ ଏଯାଏଁ ଆକଳନ ହୋଇନାହିଁ । 

'ଗୁଲାବ'ର ପ୍ରଭାବ, ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: Odisha Weather Update: ମିଆଁମାରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗତକାଲି ସଂନ୍ଧ୍ୟାରେ ସାମୁଦ୍ରିକ ଝଡ଼ 'ଗୁଲାବ' (cyclone gulaab) ସ୍ଥଳଭାଗ ଛୁଇଁଥିଲା । ଏହାପରେ ଧିରେ ଧିରେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇସାରିଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ । ରାଜ୍ୟରେ ଏହାର ପ୍ରଭାବ ଆଉ ୧୨ ଘଣ୍ଟା ମଧ୍ୟରେ ଶେଷ ହେବ । ତେବେ ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରଭାବିତ ଜିଲ୍ଲା ଗୁଡିକରେ କ୍ଷୟକ୍ଷତି ଆରମ୍ଭ ହୋଇଛି । 

ଓଡିଶା ଛାଡିଛି ବାତ୍ୟା ଗୁଲାବ୍ (cyclone gul aab) । ମୋଟାମୋଟି ଭାବେ ପାଣିପାଗ ବିଭାଗର ବାତ୍ୟା ଦ୍ୱାରା ଯେତିକି ବର୍ଷା ହେବ ବୋଲି ଆକଳନ ହୋଇଥିଲା ସେମିତି ବର୍ଷା କି ପବନ ଓ କୌଣସି ବଡ଼ କ୍ଷୟକ୍ଷତି ବି ହୋଇନଥିବା କହିଛନ୍ତି ଏସଆରସି । ଗଜପତି ଓ କୋରାପୁଟରେ କେବଳ ଦୁଇ ତିନିଟି ସ୍ଥାନରେ ମାଟି ଅତଡ଼ା ଖାସିଥିଲା । ସମସ୍ତ ସ୍ଥାନରେ ବିକ୍ଷିପ୍ତ ଭାବେ ବର୍ଷା ହୋଇଥିବା ବେଳେ ୨୧ଟି ବ୍ଲକରେ ୫୦ ପ୍ରତିଶତରୁ ଅଧିକ ବର୍ଷା ସହ କୋରାପୁଟର ପଟାଙ୍ଗୀରେ ସର୍ବାଧିକ ୧୪୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହାସହ ବିଦ୍ୟୁତ ଭିତ୍ତିଭୂମି କେଉଁଠି କ୍ଷୟକ୍ଷତି ହୋଇନାହିଁ । 

ବର୍ଷା ପ୍ରଭାବରେ କୋରାପୁଟର ଶୁଙ୍କି ଘାଟିରେ ଭୂସ୍କଳନ ଯୋଗୁ ରାସ୍ତା ଅବରୋଧ ହୋଇଥିବା ବେଳେ ବର୍ଷା କମିଲେ ତାହା ମରାମତି କରାଯିବ ବୋଲି କହିଛନ୍ତି । ଏସ.ଡ଼ି.ଆର.ଏଫ ନିୟମ ଆଧାରରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି । ସର୍ବମୋଟ ୪୬ ହଜାର ୭୫ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୧୧୮୯ ଟି ଆଶ୍ରୟସ୍ଥଳରେ ରଖାଯାଇଥିଲା । ୧୫୩୩ ଆସନ୍ନ ପ୍ରସବାଙ୍କୁ ସ୍ଥାନାନ୍ତର କରାଯାଇଥିଲା । 

ସେପଟେ ବାତ୍ୟାର ପ୍ରଭାବ ଆଉ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି । ୨୮ ତାରିଖ ସକାଳ ପର୍ଯ୍ୟନ୍ତ ୪ ଜିଲ୍ଲା ନବରଙ୍ଗପୁର, କୋରାପୁଟ, ରାୟଗଡା ଓ  ମାଲକାନଗିରିରେ ଅତି ପ୍ରବଳ ବର୍ଷା ନେଇ ଅରେଂଜ ଓ ନୂଆପଡା, ବଲାଙ୍ଗିର, ଗଜପତି, ଗଂଜାମ ଓ କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ସମୁଦ୍ର ପ୍ରବେଶ ନେଇ ଆସନ୍ତା ୧୨ ଘଣ୍ଟା ପାଇଁ ବାରଣ । ସେହିପରି ଏବେ ମୌସୁମୀ ବର୍ଷା ସ୍ୱାଭାବିକ ରହିଥିବା ବେଳେ କେବଳ ସେପ୍ଟେମ୍ବର ମାସରେ ଏହାର ପ୍ରଭାବରେ ୭୦ ପ୍ରତିଶତ ଅଧିକ ବର୍ଷା ହୋଇଛି । 

ତେବେ ବାତ୍ୟା ପ୍ରଭାବରେ ରାଜ୍ୟରେ ହାରାହାରି ୧୫.୮ ପ୍ରତିଶତ ବର୍ଷା ହୋଇଛି । ଅପରପଟେ ଆସନ୍ତା ୨୮ ତାରିଖ ଆଡକୁ ମିଆଁମାରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ତାହା ଲଘୁଚାପ ରୂପ ନେବ କି ନାହିଁ ଏଯାଏଁ ଆକଳନ ହୋଇନାହିଁ । 

ଅଧିକ ପଢ଼ନ୍ତୁ:-ଦୁର୍ଗା ପୂଜା ପୂର୍ବରୁ ମିଳିଲା ବଡ଼ ଖୁସି ଖବର! ଏସବୁ ରାଜ୍ୟର ଲକ୍ଷ ଲକ୍ଷ କର୍ମଚାରୀଙ୍କ ବେତନରେ ହେବ ବୃଦ୍ଧି

ଅଧିକ ପଢ଼ନ୍ତୁ:-ଅକ୍ଟୋବରରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ, RBI ଜାରି କଲା ଗାଇଡଲାଇନ୍, ଇଣ୍ଟରନେଟ ଓ ମୋବାଇଲରୁ ହିଁ ହୋଇପାରିବ ନେଣଦେଣ