ଅକ୍ଟୋବରରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ, RBI ଜାରି କଲା ଗାଇଡଲାଇନ୍, ଇଣ୍ଟରନେଟ ଓ ମୋବାଇଲରୁ ହିଁ ହୋଇପାରିବ ନେଣଦେଣ
Advertisement

ଅକ୍ଟୋବରରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ, RBI ଜାରି କଲା ଗାଇଡଲାଇନ୍, ଇଣ୍ଟରନେଟ ଓ ମୋବାଇଲରୁ ହିଁ ହୋଇପାରିବ ନେଣଦେଣ

ଅକ୍ଟୋବରରେ ୨୧ଟି ବ୍ୟାଙ୍କ ଛୁଟି ମଧ୍ୟରୁ ୧୪ଟି ଛୁଟି RBI ଘୋଷଣା କରିଛି ।

ଅକ୍ଟୋବରରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ, RBI ଜାରି କଲା ଗାଇଡଲାଇନ୍, ଇଣ୍ଟରନେଟ ଓ ମୋବାଇଲରୁ ହିଁ ହୋଇପାରିବ ନେଣଦେଣ

ନୂଆଦିଲ୍ଲୀ: ଅକ୍ଟୋବର ମାସର ଆଗମନ ସହିତ ଭାରତରେ ପାର୍ବଣ ଋତୁ ଆରମ୍ଭ ହୋଇଯାଏ । ପାର୍ବଣ ଋତୁ ଯୋଗୁଁ ବ୍ୟାଙ୍କଗୁଡିକ ମଧ୍ୟ ବନ୍ଦ ରହିଥାଏ । ଚଳିତ ବର୍ଷ ଅକ୍ଟୋବରରେ ବ୍ୟାଙ୍କଗୁଡିକ ପ୍ରାୟ ୨୧ ଦିନ ପାଇଁ ବନ୍ଦ ରହିବ, ତେଣୁ କୌଣସି ପ୍ରକାରର ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ନିଜର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ମାସ ଆରମ୍ଭରୁ ହିଁ ସାରି ନିଅନ୍ତୁ । ଅକ୍ଟୋବର ମାସରେ ବ୍ୟାଙ୍କ ୨୧ ଦିନ ବନ୍ଦ ହେବା ନେଇ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏକ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ତେବେ ଏହି ସମୟ ମଧ୍ୟରେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଜାରି ରହିବ । ଗ୍ରାହକମାନେ ମୋବାଇଲ୍ ଓ ଇଣ୍ଟରନେଟ୍ ମାଧ୍ୟମରେ କାରବାର କରିପାରିବେ ।

ଅକ୍ଟୋବରରେ ୨୧ଟି ବ୍ୟାଙ୍କ ଛୁଟି ମଧ୍ୟରୁ ୧୪ଟି ଛୁଟି RBI ଘୋଷଣା କରିଛି । ଏହା ବ୍ୟତୀତ ଏଥିରେ ୭ଟି ସାପ୍ତାହିକ ଛୁଟି ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏଥିରେ ରବିବାର ଛୁଟି, ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ଛୁଟି ଅନ୍ତର୍ଭୁକ୍ତ ରହିଛି । ଅକ୍ଟୋବର ୧, ୨, ୩, ୬, ୭, ୯, ୧୦, ୧୨, ୧୩, ୧୪, ୧୫, ୧୬, ୧୭, ୧୮, ୧୯, ୨୦, ୨୨, ୨୩, ୨୪, ୨୬ ଏବଂ ୩୧ ତାରିଖ ଛୁଟିଦିନ ହେବ । ଅବଶ୍ୟ 21 ଦିନର ଛୁଟିରେ କିଛି ଆଞ୍ଚଳିକ ଛୁଟି ଅନ୍ତର୍ଭୂକ୍ତ ହୋଇଛି ଯାହା ବିଭିନ୍ନ ରାଜ୍ୟର ବ୍ୟାଙ୍କରେ ଲାଗୁ ହେବ ।

ଏଠାରେ ଛୁଟିଦିନର ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ

ଅକ୍ଟୋବର ୧- ବ୍ୟାଙ୍କ ଆକାଉଣ୍ଟଗୁଡିକର ଅର୍ଦ୍ଧବାର୍ଷିକ ବନ୍ଦ (ସିକ୍କିମ୍)

ଅକ୍ଟୋବର ୨ - ମହାତ୍ମା ଗାନ୍ଧୀ ଜୟନ୍ତୀ 

ଅକ୍ଟୋବର ୩ - ରବିବାର 

 ଅକ୍ଟୋବର ୬ - ମହାଲୟ ଅମାବାସ୍ୟା (ତ୍ରିପୁରା, ପଶ୍ଚିମବଙ୍ଗ, କର୍ଣ୍ଣାଟକ)

ଅକ୍ଟୋବର ୭- ଲାନିଙ୍ଗଥୋ ସାନମାହିର ମୀରା ଚୌରେନ୍ ହୌବା (ତ୍ରିପୁରା, ପଶ୍ଚିମବଙ୍ଗ, ମେଘାଳୟ)

ଅକ୍ଟୋବର ୯- ଦ୍ୱିତୀୟ ଶନିବାର 

ଅକ୍ଟୋବର ୧୦- ରବିବାର 

ଅକ୍ଟୋବର ୧୨ - ମହାସପ୍ତମୀ (ପଶ୍ଚିମବଙ୍ଗ, ତ୍ରିପୁରା)

ଅକ୍ଟୋବର ୧୩- ମହାଅଷ୍ଟମୀ (ପଶ୍ଚିମବଙ୍ଗ, ତ୍ରିପୁରା, ସିକ୍କିମ୍, ବିହାର, ଝାଡଖଣ୍ଡ, ଓଡିଶା, ମଣିପୁର, ଆସାମ)

ଅକ୍ଟୋବର ୧୪- ମହାନବମୀ

ଅକ୍ଟୋବର ୧୫- ଦଶହରା (ମଣିପୁର ଓ ହିମାଚଳ ପ୍ରଦେଶ ବ୍ୟତୀତ ସମସ୍ତ ରାଜ୍ୟରେ)

ଅକ୍ଟୋବର ୧୬- ଦୁର୍ଗା ପୂଜା (ସିକ୍କିମ୍)

ଅକ୍ଟୋବର ୧୭ - ରବିବାର

ଅକ୍ଟୋବର ୧୮- କଟି ବିହୁ (ଆସାମ)

ଅକ୍ଟୋବର ୧୯- ଇଦ୍-ଇ- ମିଲାଦ-ଉଲ୍-ନାବି

ଅକ୍ଟୋବର ୨୦- ବାଲ୍ମିକୀ ଜୟନ୍ତୀ (ତ୍ରିପୁରା, ପଞ୍ଜାବ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ହରିୟାଣା, ହିମାଚଳ ପ୍ରଦେଶ)

ଅକ୍ଟୋବର ୨୨- ଇଦ୍-ଇ-ମିଲାଦ-ଉଲ୍-ନାବି ପରେ ଶୁକ୍ରବାର (ଜମ୍ମୁ କଶ୍ମୀର) 

ଅକ୍ଟୋବର ୨୩- ଚତୁର୍ଥ ଶନିବାର 

ଅକ୍ଟୋବର ୨୪- ରବିବାର

ଅକ୍ଟୋବର ୨୬- ପରିଗ୍ରହଣ ଦିବସ (ଜମ୍ମୁ କଶ୍ମୀର)

ଅକ୍ଟୋବର ୩୧- ରବିବାର 

ଅଧିକ ପଢ଼ନ୍ତୁ:-ରାସନ କାର୍ଡରେ ଏହିପରି ଯୋଡ଼ନ୍ତୁ ନିଜ ପରିବାରର ନୂଆ ସଦସ୍ୟଙ୍କ ନାମ, ଜାଣନ୍ତୁ ଅନଲାଇନ୍ ଓ ଅଫଲାଇନ୍ ପ୍ରକ୍ରିୟା

ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର ପୃଥିବୀ ମାନଚିତ୍ରରୁ ଗାଏବ ହୋଇଯିବ ଏସବୁ ସ୍ଥାନ!