ପୁଣି ବର୍ଷିବ ଅଦିନଆ ବର୍ଷା! ଚାଷୀଙ୍କ ପାଇଁ ଜାରି ହେଲା ଆଲର୍ଟ
Advertisement
Article Detail0/zeeodisha/odisha1076126

ପୁଣି ବର୍ଷିବ ଅଦିନଆ ବର୍ଷା! ଚାଷୀଙ୍କ ପାଇଁ ଜାରି ହେଲା ଆଲର୍ଟ

ଏହି ସାମାନ୍ୟରୁ ମଧ୍ୟମ ବର୍ଷା ସମ୍ଭାବନା ହେତୁ ଅମଳ ଧାନକୁ ବାହାରେ ନ ରଖି ସୁରକ୍ଷିତ ସ୍ଥାନକୁ ଆଣିବାକୁ ଲାଗି ପରାମର୍ଶ ଦିଆଯାଇଛି ।

ପୁଣି ବର୍ଷିବ ଅଦିନଆ ବର୍ଷା! ଚାଷୀଙ୍କ ପାଇଁ ଜାରି ହେଲା ଆଲର୍ଟ

ଭୁବନେଶ୍ୱର: Odisha Weather Update: ରାଜ୍ୟରେ ଆଜିଠାରୁ ଆଗାମୀ ୩ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଫଳରେ ଶୀତ (Cold) ର ପ୍ରକୋପ ହ୍ରାସ ପାଇବ । ତେବେ ପଶ୍ଚିମା-ଝଡ ପ୍ରଭାବରେ ଆସନ୍ତାକାଲି ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା (Rains) ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre) । 

ଏହି ସାମାନ୍ୟରୁ ମଧ୍ୟମ ବର୍ଷା ସମ୍ଭାବନା ହେତୁ ଅମଳ ଧାନକୁ ବାହାରେ ନ ରଖି ସୁରକ୍ଷିତ ସ୍ଥାନକୁ ଆଣିବାକୁ ଲାଗି ପରାମର୍ଶ ଦିଆଯାଇଛି । ସେହିପରି ଆସନ୍ତା ୩ରୁ ୪ଦିନ ମଧ୍ୟରେ ରବି ଜାତୀୟ ଫସଲ ବୁଣାବୁଣି ଶେଷ କରିବାକୁ ପରାମର୍ଶ ଚାଷୀଙ୍କୁ ସତର୍କ କରାଯାଇଛି । ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, କଳାହାଣ୍ଡି, ଓ କନ୍ଧମାଳରେ ହାଲୁକା କୁହୁଡି (Fog) ସମ୍ଭାବନା ରହିଛି । ସେପଟେ ୨୩ ତାରିଖରେ ବର୍ଷାର ସର୍ବାଧିକ ପ୍ରଭାବ ନେଇ ଉତ୍ତର ଉପକୂଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning for Heavy Rain) ଜାରି ହୋଇଛି ।  

ଏହା ବି ପଢ଼ନ୍ତୁ:-ଦୁନିଆର ପ୍ରଳୟକୁ ନେଇ ଆଜି ଟାଇମ୍ ସେଟ୍ କରିବେ ବୈଜ୍ଞାନିକ, ସ୍ଥିର ହେବ ମଣିଷର ବିନାଶର ସମୟ

ଏହା ବି ପଢ଼ନ୍ତୁ:-ଗୋଆରେ ବିଜେପିକୁ ଝଟକା, ଦଳ ଛାଡ଼ିଲେ ଆଉ ଜଣେ ବିଧାୟକ

ଏହା ବି ପଢ଼ନ୍ତୁ:-ଦେଶରେ କୋରୋନା ଭାଙ୍ଗିଲା ୮ ମାସର ରେକର୍ଡ, ଦିନକରେ ଚିହ୍ନଟ ହେଲା ୩ ଲକ୍ଷରୁ ଉର୍ଦ୍ଧ୍ୱ ମାମଲା

ସେପଟେ ବିଗତ ଦିନରେ ଅଦିନିଆ ବର୍ଷା ଯୋଗୁଁ ଚାଷୀ ମୁଣ୍ଡରେ ଚଡ଼କ ପଡିଛି । ବର୍ଷା ଓ କୁଆପଥର ମାଡ଼ରେ ଧାନ ଓ ପରିବା ଫସଲ ବ୍ୟାପକ ନଷ୍ଟ ହୋଇଛି । ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଥିବା ହଜାର ହଜାର କ୍ବିଣ୍ଟାଲ ଧାନ ବସ୍ତା ଭିଜି ଯାଇଥିଲା । ତେବେ ପୁଣି ବର୍ଷା ହେଲେ ଏଭଳି ପରିସ୍ଥିତିରେ ଚାଷୀ କଣ କରିବ ତାର ମୁଣ୍ଡରେ ବୁଦ୍ଧି ପସୁନାହିଁ ।