ଆହୁରି ୨୪ ଘଣ୍ଟା ବର୍ଷିବ! ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha1070240

ଆହୁରି ୨୪ ଘଣ୍ଟା ବର୍ଷିବ! ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Odisha Weather Update: ଅଦିନିଆ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଆଉ ୨୪ ଘଣ୍ଟା ବର୍ଷିବ (Rainfall), ଆସନ୍ତା କାଲି ଅର୍ଥାତ ଜାନୁଆରୀ ୧୫ ଠାରୁ ବର୍ଷା ପରିମାଣ କମିବ । ବର୍ଷା କମିବା ପରେ କୁହୁଡି (Fog) ଫେରିବାର ପୂର୍ବାନୁମାନ କରାଯାଇଛି । ପଶ୍ଚିମା ଝଡ଼ ଓ ସକ୍ରିୟ ଟ୍ରଫ୍ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା (Rain) ଲାଗି ରହ

ଆହୁରି ୨୪ ଘଣ୍ଟା ବର୍ଷିବ! ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: Odisha Weather Update: ଅଦିନିଆ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଆଉ ୨୪ ଘଣ୍ଟା ବର୍ଷିବ (Rainfall), ଆସନ୍ତା କାଲି ଅର୍ଥାତ ଜାନୁଆରୀ ୧୫ ଠାରୁ ବର୍ଷା ପରିମାଣ କମିବ । ବର୍ଷା କମିବା ପରେ କୁହୁଡି (Fog) ଫେରିବାର ପୂର୍ବାନୁମାନ କରାଯାଇଛି । ପଶ୍ଚିମା ଝଡ଼ ଓ ସକ୍ରିୟ ଟ୍ରଫ୍ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା (Rain) ଲାଗି ରହିଥିବା ବେଳେ ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଆଲର୍ଟ ଜାରି କରାଯାଇଛି ।

୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶା ସମେତ ୬ ଜିଲ୍ଲା କେଉଁଝର, ମୟୂରଭଞ୍ଜ, ଢେଙ୍କାନାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଘଡଘଡି ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର  (Bhubaneswar Meteorological Centre) । ଏହାପରେ ଆସନ୍ତାକାଲିଠାରୁ ପାଗ ଧିରେ ଧିରେ ପରିବର୍ତ୍ତନ ହେବା ସହ ବର୍ଷାର ପରିମାଣ କମିବ। ଏହାପରେ ତାପମାତ୍ରା ତଳମୁହାଁ ହୋଇ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ କେନ୍ଦ୍ର ଆକଳନ କରିଛି । ସେହିପରି କୁହୁଡି ଫେରିବାର ସମ୍ଭାବନା ରହିଛି ।

ଏହା ବି ପଢ଼ନ୍ତୁ:-ୟୁପିରେ ୩ ମନ୍ତ୍ରୀଙ୍କ ସମେତ ୧୪ ଜଣ ବିଧାୟକଙ୍କ ଇସ୍ତଫା, ଜାଣନ୍ତୁ କେତେ ପ୍ରଭାବଶାଳୀ ଏହି ସମସ୍ତ ନେତା ଓ ବିଜେପିକୁ କିପରି ପହଞ୍ଚାଇ ପାରିବେ କ୍ଷତି?

ଏହା ବି ପଢ଼ନ୍ତୁ:-ମୋଦିଙ୍କ ଆଗରେ ଦୁଃଖ ପ୍ରକାଶ କଲେ ଚନ୍ନି, ଜାଣନ୍ତୁ ପିଏମଙ୍କୁ କ'ଣ କହିଲେ ପଞ୍ଜାବ ସିଏମ

ସେପଟେ ଅଦିନିଆ ବର୍ଷା ଯୋଗୁଁ ଚାଷୀ ମୁଣ୍ଡରେ ଚଡ଼କ ପଡିଛି। ବର୍ଷା ଓ କୁଆପଥର ମାଡ଼ରେ ଧାନ ଓ ପରିବା ଫସଲ ବ୍ୟାପକ ନଷ୍ଟ ହୋଇଛି। ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଥିବା ହଜାର ହଜାର କ୍ବିଣ୍ଟାଲ ଧାନ ବସ୍ତା ଭିଜି ଯାଇଛି। କଟନିଛଟନିକୁ ନେଇ ଚିନ୍ତାରେ ଚାଷୀ ଏବେ ଭିଜା ଧାନକୁ ଧରି ବସିଛି। ତେବେ ଆଉ ଦୁଇ ଦିନ ବର୍ଷା ଜାରି ରହିବ। ଏପରି ପରିସ୍ଥିତିରେ ଚାଷୀ କଣ କରିବ ତାର ମୁଣ୍ଡରେ ବୁଦ୍ଧି ପସୁନାହିଁ।