Odisha News:ଏବେବି ଭାରାରେ ବୁହା ହେଉଛନ୍ତି ରୋଗୀ,ଏ ଦୁଃଖ ଆଉ କେତେ ଦିନ?
Advertisement
Article Detail0/zeeodisha/odisha1597375

Odisha News:ଏବେବି ଭାରାରେ ବୁହା ହେଉଛନ୍ତି ରୋଗୀ,ଏ ଦୁଃଖ ଆଉ କେତେ ଦିନ?

(କୋରାପୁଟ,ନିରୋଜ ଶତପଥି)Odisha News: ବିକାଶର ପଥର ଆଗଉଛି ଓଡ଼ିଶା । କିନ୍ତୁ ବିକାଶର ଗାଡି କିଛି ଅଞ୍ଚଳକୁ ଆଜିବି ପହଞ୍ଚିପାରି ନାହିଁ । ଆଜି ଯାଏଁ ଯାତାୟାତ ପାଇଁ ଗାଁକୁ ନିର୍ମାଣ ହୋଇ ପାରିଲାନି ପକ୍କା ରାସ୍ତା। ଫଳରେ ଗାଁଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା। ଗାଁକୁ ଭଲ ରାସ୍ତା ନ ଥିବାରୁ ଗାଁରେ ପହଞ୍ଚିପାରୁନି ଆମ୍ବୁଲାନ୍ସ । ଫଳରେ ରୋଗୀକୁ ( Patient )ଭାରା ଯୋଗେ ମେଡିକାଲକୁ ନେଇଛନ୍ତି ଲୋକେ ।

Odisha News:ଏବେବି ଭାରାରେ ବୁହା ହେଉଛନ୍ତି ରୋଗୀ,ଏ ଦୁଃଖ ଆଉ କେତେ ଦିନ?

(କୋରାପୁଟ,ନିରୋଜ ଶତପଥି)Odisha News: ବିକାଶର ପଥର ଆଗଉଛି ଓଡ଼ିଶା । କିନ୍ତୁ  ବିକାଶର ଗାଡି କିଛି ଅଞ୍ଚଳକୁ ଆଜିବି ପହଞ୍ଚିପାରି ନାହିଁ । ଆଜି ଯାଏଁ ଯାତାୟାତ ପାଇଁ ଗାଁକୁ ନିର୍ମାଣ ହୋଇ ପାରିଲାନି ପକ୍କା ରାସ୍ତା। ଫଳରେ ଗାଁଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା। ଗାଁକୁ ଭଲ ରାସ୍ତା ନ ଥିବାରୁ ଗାଁରେ ପହଞ୍ଚିପାରୁନି ଆମ୍ବୁଲାନ୍ସ । ଫଳରେ ରୋଗୀକୁ ( Patient )ଭାରା ଯୋଗେ ମେଡିକାଲକୁ ନେଇଛନ୍ତି ଲୋକେ । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା(Koraput) ଦଶମନ୍ତପୁର ବ୍ଲକ ଅଞ୍ଚଳରେ। ଏପରି ଘଟଣା ନୂଆ ନୁହେଁ। କିନ୍ତୁ ଗାଁକୁ  ପକ୍କା ରାସ୍ତା କରିବା ପାଇଁ ବହୁବାର ଦାବି ହୋଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗାଁକୁ ପକ୍କା ରାସ୍ତା କରିବା ପାଇଁ ସରକାର କି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ତତପରତା ଦେଖାଉନାହାଁନ୍ତି ।

କୋରାପୁଟ (Koraput) ଜିଲ୍ଲା ଦଶମନ୍ତପୁର ବ୍ଲକ ଚଣାବାଡ ପଞ୍ଚାୟତର ସଲପଗୁଡାଗାଁର ଘଟଣା। ଗାଁର ବୃଦ୍ଧ ଲକ୍ଷ୍ମଣ  ହିକକା (୬୨)। ସୂଚନା ମୁତାବକ ଶନିବାର ଦିନ ପୂର୍ବାହ୍ନରେ ଲକ୍ଷ୍ମଣ ଙ୍କ ସ୍ବାସ୍ଥ୍ୟବସ୍ଥା ହଠାତ ବିଗିଡିବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ।  ହେଲେ ଗାଁକୁ ଭଲ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଗାଡ଼ି ଆସି ପାରି ନ ଥିଲା। ଶେଷରେ ଉପାୟ ଶୂନ୍ୟ ହୋଇ ନିଜ ପୁଅ  ଜହନ ହିକକା ଓ ସମ୍ପର୍କିୟ ଭାଇ ସୁରେନ୍ଦ୍ର  ହିକକା  ଏକ ଭାରା କରିଥିଲେ । ଆଉ ସେହି ଭାରାରେ ବୃଦ୍ଧଙ୍କୁ  ଗାଁ ଠାରୁ ୩ କିମି ଦୂର ପେଡିସିଲ ଗାଁ ଛକ ପର୍ଯ୍ୟନ୍ତ ଭାରରେ ବୋହି ନେଇ ଥିଲେ।  ସେହିଠାରୁ  ଆମ୍ବୁଲାନ୍ସ ଗାଡ଼ି ଦ୍ବାରା ଡାକ୍ତରଖାନାକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ କଲେଜ୍ ଓ ହସପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି। 

Also Read : VSSUT Student Death Case: ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କୁ କରାଯାଇଛି ହତ୍ୟା ! ପୁରୁଷ ବନ୍ଧୁଙ୍କ କଥାରେ...

Also Read : Ranbir Kapoor: ରଣବୀରଙ୍କ ସହ ଅଜବ ହରକତ କଲେ ଯୁବତୀ, ଚୁମ୍ବନ ଦେବାକୁ ଉଦ୍ୟମ କରୁଥିବା ବେଳେ...

ଅନ୍ୟପକ୍ଷରେ ସଲପଗୁଡା ଗାଁରେ ୪୦ ପରିବାର ଆଦିବାସୀ ସଂପ୍ରଦାୟର ଲୋକ  ବସବାସ କରନ୍ତି। ହେଲେ ନିତିଦିନିଆ ଯାତାୟାତ ପାଇଁ ଭଲ ରାସ୍ତା ନଥିବା ରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଏଭଳି ଗୁରୁତର ରୋଗୀମାନଙ୍କୁ ବର୍ଷ ତମାମ ଭାରରେ ବୋହି ଡାକ୍ତରଖାନା ନେବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଗାଁ ନିକଟସ୍ଥ ପଡ ନଦୀରେ ସ୍ଥାୟୀ ପୋଲ ଓ ପକ୍କା ରାସ୍ତା ନିର୍ମାଣ କଲେ ଗ୍ରାମବାସୀ ଉପକୃତ ହେବେ ବୋଲି ନିବେଦନ କରିଛନ୍ତି। କେବଳ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅଞ୍ଚଳରେ ଏପରି ଘଟଣା ଘଟୁଛି ତା ନୁହେଁ। ବରଂ ଜିଲ୍ଲାର ପଟାଙ୍ଗି, ନାରାୟଣପାଟଣା, ବନ୍ଧୁଗାଁ, ବୈପାରିଗୁଡା, ନନ୍ଦପୁର, ଲକ୍ଷ୍ମୀପୁର ଆଦି ବ୍ଲକ ଅଞ୍ଚଳରେ ମଧ୍ୟ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି। ବିଶେଷ କରି ଜିଲ୍ଲାରେ ଏବେ ବି ଅନେକ ଗାଁକୁ ନିତିଦିନିଆ ଯାତାୟାତ ପାଇଁ ରାସ୍ତା ନାହିଁ ।