VSSUT Student Death Case: ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କୁ କରାଯାଇଛି ହତ୍ୟା ! ପୁରୁଷ ବନ୍ଧୁଙ୍କ କଥାରେ...
Advertisement
Article Detail0/zeeodisha/odisha1596951

VSSUT Student Death Case: ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କୁ କରାଯାଇଛି ହତ୍ୟା ! ପୁରୁଷ ବନ୍ଧୁଙ୍କ କଥାରେ...

Chinmayi Priyadarshini Sahu Death Case: ସସପେନ୍ସରେ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ (VSSUT Student Chinmayi Priyadarshini Sahu Death Case )। ଖୁବଶିଘ୍ର ଖୋଲିବ ଭିସୁଟ୍‌ ଛାତ୍ରୀଙ୍କ ମୃତ୍ୟୁର ରହସ୍ୟ (VSSUT Student Death Case ) । ଛାତ୍ରୀଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ତେବେ,ଚିନ୍ମୟୀଙ୍କୁ (Chinmayi Priyadarshini Sahu)ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ସେନେଇ ଜୋରଦାର ତଦନ୍ତ କରୁଛି ପୋଲିସ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Chinmayi Priyadarshini Sahu Death Case: ସସପେନ୍ସରେ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ (VSSUT Student Chinmayi Priyadarshini Sahu Death Case )। ଖୁବଶିଘ୍ର ଖୋଲିବ ଭିସୁଟ୍‌ ଛାତ୍ରୀଙ୍କ ମୃତ୍ୟୁର ରହସ୍ୟ (VSSUT Student Death Case ) । ଛାତ୍ରୀଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ତେବେ,ଚିନ୍ମୟୀଙ୍କୁ (Chinmayi Priyadarshini Sahu)ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ସେନେଇ ଜୋରଦାର ତଦନ୍ତ କରୁଛି ପୋଲିସ । ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି ପୋଲିସର ୩ଟି ଟିମ୍‌ । ଏ-ଯାଏଁ ଚିନ୍ମୟୀଙ୍କ ପରିବାର ଲୋକଙ୍କ ସମେତ ୩୧ ଜଣଙ୍କୁ ପଚରାଉଚରା କରିବା ସହ ବୟାନ ରେକର୍ଡ କରାଯାଇଛି । ଶନିବାର ଭିସୁଟ୍‌ର ୭ଜଣ ଛାତ୍ର,ବୁର୍ଲାରେ ଥିବା ସମଲେଶ୍ୱରୀ ଢାବା ମାଲିକ, ଢାବା ଓ୍ଵେଟର, କଫି ସପ୍‌ ମାଲିକଙ୍କୁ ପଚରାଉଚରା କରିଛି ବୁର୍ଲା ପୋଲିସ । ଭିସୁଟ୍‌ ଡିନ୍‌ଙ୍କୁ ମଧ୍ୟ ପଚରାଉଚରା କରାଯାଇଛି ।

ଏପରିକି ପୋଲିସ ଢାବାର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି । କାହିଁକିନା, ଚିନ୍ମୟୀଙ୍କ ମୃତ୍ୟୁ ଦିନ ଅର୍ଥାତ୍  ୨୮ ତାରିଖ ଦିନ ଭିସୁଟ୍‌ ସମାବର୍ତ୍ତନ ଉତ୍ସବ ସରିବା ପରେ ଚିନ୍ମୟୀ ଓ ପୁରୁଷବନ୍ଧୁ ପ୍ରୀତିମାନ ସମଲେଶ୍ୱରୀ ଢାବାକୁ ଯାଇଥିଲେ । ସେଠାରେ ୫ଟାରୁ ୬ଟା ଯାଏ ସେଠାରେ ଥିଲେ ଚିନ୍ମୟୀ, ପ୍ରୀତିମାନ ଓ ମାନସ । ତାପରେ ମାନସ ରହୁଥିବା ଭଡ଼ା ଘରକୁ ଯାଇଥିଲେ । ସେଠାରେ ଘଣ୍ଟାଏ ୪୦ ମିନିଟ୍‌ ରହିଥିଲେ । ତାପରେ ଆସିଥିଲେ କଫି ସପ୍‌ । ଡବଲ ଷ୍ଟ୍ରଙ୍ଗ କଫି ପିଇଥିଲେ । ତାପରେ ଯାଇଥିଲେ ପିସି ବ୍ରିଜ୍‌ । ରାତି ୯ଟା ୧୫ରୁ ସାଢ଼େ ୯ଟା ମଧ୍ୟରେ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିଲା । କାଲି ଆସିବ ଡାଇଟମ୍‌ ରିପୋର୍ଟ । ଏଥିରୁ ଜଣାପଡ଼ିବ ପାଣିରେ ବୁଡ଼ି ନା ଆଉ କେଉଁ କାରଣରୁ ମୃତ୍ୟୁ ହୋଇଛି ।

Also Read :  VSSUT Student Death Case: ଖୋଲିବ ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ, ପୁରୁଷ ବନ୍ଧୁଙ୍କ ହେବ ଲାଏ ଡିଟେକ୍ସନ୍ ଟେଷ୍ଟ

Also Read : Flight Service: ଆଜିଠୁ ରେଶମ ସହରକୁ ଉଡ଼ିଲା ବିମାନ, ଜାଣନ୍ତୁ ସପ୍ତାହକୁ କେତେ ଥର ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡାକୁ ମିଳିବ ଏହି ସେବା?

ସେହିପରି ପୋଲିସ ନଜରରେ ଥିବା  ପୁରୁଷ ବନ୍ଧୁ ପ୍ରୀତିମାନ ଓ ମାନସଙ୍କର ଆସନ୍ତାକାଲି ଆସିବ ଲାଏ ଡିଟେକସନ୍‌ ଟେଷ୍ଟ ରିପୋର୍ଟ (lie detection test report )। ସେମାନଙ୍କର କଥାରେ ତାଳମେଳ ରହୁ ନଥିବାରୁ ଗତକାଲି ଭୁବନେଶ୍ୱର ଏସଏଫଏସଏଲରେ ସତ ମିଛ ପରୀକ୍ଷା କରାଇଛି ପୋଲିସ । ଚିନ୍ମୟୀଙ୍କ ମୃତ୍ୟୁକୁ ୫ ଦିନ ବିତିଲାଣି । ତଥାପି ଜଣାପଡିନି ଏହା ଆତ୍ମହତ୍ୟା ନା ହତ୍ୟା । ତେବେ,ଯଦି ଏହା ଆତ୍ମହତ୍ୟା ତେବେ, କାହିଁକି ଚିନ୍ମୟୀ ଆତ୍ମହତ୍ୟା କଲେ ,ପରିବାରରେ କିଛି କଳହ ପାଇଁ ନାଁ ଅନ୍ୟ କୌଣସି କାରଣ ପାଇଁ ? ତେବେ,ଯଦି ତାଙ୍କୁ ହତ୍ୟା କରାଯାଇଛି ,ତେବେ, ଏଥିରେ କେବଳ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ  ଓ ତାଙ୍କ ସହଯୋଗୀ ମାନସ ହାତ ରହିଛି ନା ଆଉ କାହାର ସମ୍ପୃକ୍ତି ରହିଛି । ତେବେ, ଲାଏ ଡିଟେକସନ୍‌ ଟେଷ୍ଟ ରିପୋର୍ଟ ର ରିପୋର୍ଟ ଆସି ସାରିଲା ପରେ ସତ ପଦାକୁ ଆସିବ ବୋଲି ଆଶା କରାଯାଉଛି ।