Sambalpuri Comedian Jogesh Jojo: ଅପହରଣ ବ୍ୟବହାର ହୋଇଥିବା ପଲସର ନମ୍ବର ବିହିନ ଗାଡ଼ି ଥିଲା ବୋଲି ଅଭିଯୋଗ ହୋଇଛି । ଆଗକୁ କୌଣସି ଫିଲ୍ମ କିମ୍ବା ଭିଡିଓ ସୁଟ ନକରିବା ପାଇ ଧମକ ଦେଇ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ନିଜେ ମଧ୍ୟ ଏ ବାବଦରେ ଜୋଜୋ ଏକ ଭିଡିଓ ସୁଟ କରି ୟୁଟ୍ୟୁବରେ ଅପଲୋଡ୍ କରିଛନ୍ତି ।
Trending Photos
ସମ୍ୱଲପୁର: Sambalpuri Comedian Jogesh Jojo: ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ହାସ୍ୟ ଅଭିନେତା ଯୋଗେଶ ଜୋଜୋ (Jogesh Jojo) ଙ୍କୁ ବନ୍ଧୁକ ଦେଖାଇ ଅପହରଣ ସହ ନିସ୍ତୁକ ମାଡ଼ ମାରିଲେ ଦୁର୍ବୃତ୍ତ । ଯୋଗେଶ ଜୋଜୋ କାନ୍ଦି କାନ୍ଦି ନିଜ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟ କରି ସବୁ ବଖାଣିଛନ୍ତି । ଯୋଗେଶ ଜୋଜୋ ନିଜ ଷ୍ଟୁଡିଓରେ ଶୋଇଥିବା ସମୟରେ ୨ ଜଣ ଯୁବକ ମୁହଁରେ ଗାମୁଛା ଓ କଳା ଚଷମା ପିନ୍ଧି ପହଛିଥିଲେ । ଜୋଜୋଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ଭିଡିଓ ଲାଇନ ଛାଡ଼ି ଦେବା ପାଇଁ ଧମକ ଦେଇଥିଲେ ।
ପରେ ଷ୍ଟୁଡିଓରୁ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡ ଡିକ୍ସ ନେଇ ଯିବା ସହ ଜୋଜୋଙ୍କୁ ମଧ୍ୟ ମୁହଁରେ କପଡା ବାନ୍ଧି ଅପହରଣ କରିନେଇଥିଲେ । ସେଠାରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜୋଜୋ ଭିଡିଓରେ କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି । ଘଟଣା ନେଇ ଜୋଜୋଙ୍କ ପାଖରେ କୌଣସି ସିସିଟିଭି ଫୁଟେଜ କି ଗାଡ଼ି ନମ୍ବର ପ୍ରମାଣ ନଥିବାରୁ ଥାନାରେ ଅଭିଯୋଗ କରିନାହାନ୍ତି ବୋଲି କହିଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏବେ ହାସ୍ୟ ଅଭିନେତା ଜୋଜୋଙ୍କ ଫ୍ୟାନମାନେ ତାଙ୍କୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି ।
ଗତକାଲି ସନ୍ଧ୍ୟାରେ ଏ ବାବଦରେ ଅଇଁଠା ପାଲି ଥାନାରେ ଏକ ମାମଲା ରୁଜୁ କରିଛନ୍ତି ଜୋଜୋ । ତାଙ୍କ ଅଭିଯୋଗ ଅନୁଯାୟୀ ସେ ନିଜ ଶାନ୍ତିନଗର ସ୍ଥିତ ଷ୍ଟୁଡିଓରୁ ସୋମବାର ରାତିରେ ବସିଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଅପହରଣ କରି ସିଂହପାଲି ଜଙ୍ଗଲକୁ ନେଇ ଯାଇଥିଲେ । ତାଙ୍କୁ ହାତ ବାନ୍ଧି, ଠେଙ୍ଗାରେ ଗୋଡ ଓ ଦେହର ପଛ ପଟେ, ଆଣ୍ଠୁରେ ମାଡ ମାରିଛନ୍ତି ଦୁର୍ବୃତ୍ତ ବୋଲି ଅଭିଯୋଗ କରିଛନ୍ତି ଜୋଜୋ ।
ଏହା ବି ପଢ଼ନ୍ତୁ:-ବିୟର ପିଉଥିବା ଲୋକମାନେ ସାବଧାନ! ସ୍ୱାସ୍ଥ୍ୟକୁ ପହଞ୍ଚାଇଥାଏ ଏହି ୮ଟି କ୍ଷତି
ଏହା ବି ପଢ଼ନ୍ତୁ:-ପୁଅର ଭୁଲ ପାଇଁ ବାପାଙ୍କୁ ମିଳିଲା ଏପରି ଦଣ୍ଡ, ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍!
ଏହା ବି ପଢ଼ନ୍ତୁ:-ଦେଶକୁ ମିଳିବାକୁ ଯାଉଛି ପ୍ରଥମ ଆଦିବାସୀ ରାଷ୍ଟ୍ରପତି? ଚର୍ଚ୍ଚାରେ ଏସବୁ ନାମ
ଅପହରଣ ବ୍ୟବହାର ହୋଇଥିବା ପଲସର ନମ୍ବର ବିହିନ ଗାଡ଼ି ଥିଲା ବୋଲି ଅଭିଯୋଗ ହୋଇଛି । ଆଗକୁ କୌଣସି ଫିଲ୍ମ କିମ୍ବା ଭିଡିଓ ସୁଟ ନକରିବା ପାଇ ଧମକ ଦେଇ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ନିଜେ ମଧ୍ୟ ଏ ବାବଦରେ ଜୋଜୋ ଏକ ଭିଡିଓ ସୁଟ କରି ୟୁଟ୍ୟୁବରେ ଅପଲୋଡ୍ କରିଛନ୍ତି ।