Presidential Election 2022: ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ (Presidential Election 2022) ରେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ଆଲାଇନ୍ସ (NDA) ର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ କରିବାକୁ ବିରୋଧୀ ଦଳ ଏକ ସାଧାରଣ ସହମତିରେ ପ୍ରାର୍ଥୀ ଚୟନ ଉପରେ ଆଲୋଚନା ଆରମ୍ଭ କରିଛନ୍ତି । ଚଳିତ ମାସରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହା ଆଗାମୀ ସପ୍ତାହରେ ହୋଇପାରେ ବୋଲି ଖବର ରହିଛି ।
Trending Photos
ନୂଆଦିଲ୍ଲୀ: Presidential Election 2022: ଦେଶର ପରବର୍ତ୍ତୀ ରାଷ୍ଟ୍ରପତି (Presiden of India) କିଏ ହେବେ, ସେନେଇ ରାଜନୈତିକ ଚର୍ଚ୍ଚା ଲାଗି ରହିଛି । ଶାସକ ଦଳ ସମେତ ବିରୋଧୀ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ (Presidential Election 2022) କୁ ନେଇ ସକ୍ରିୟ ହେବାରେ ଲାଗିଛନ୍ତି । ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ (Ramnath Kovind) ଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁଲାଇ ୨୪ରେ ଶେଷ ହେଉଛି । ବର୍ତ୍ତମାନ ସମୟରେ ଏନଡିଏ ମେଣ୍ଟ ଓ ବିରୋଧୀ ଦଳର ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ଏହି ସମୟରେ ଖବର ଆସୁଛି ଯେ, ଭାରତୀୟ ଜନତା ପାର୍ଟି (BJP) ଏଥର କୌଣସି ଆଦିବାସୀ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ (BJP Presidential Candidate) କରିବାକୁ ଚିନ୍ତା କରୁଛି । ଅର୍ଥାତ୍ ଯଦି ବିଜେପି ଟ୍ରାଇବଲ କାର୍ଡ ଖେଳିବ, ତେବେ ଦେଶକୁ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ମିଳିବ ।
ବାସ୍ତବରେ, ବିଜେପି ରାଷ୍ଟ୍ରପତି ନିର୍ବାଚନ ମାଧ୍ୟମରେ ୨୦୨୪ର ଲୋକସଭା ନିର୍ବାଚନ ଓ ଆଗାମୀ ବିଧାନସଭା ନିର୍ବାଚନର ସମୀକରଣକୁ ମଧ୍ୟ ଧ୍ୟାନରେ ରଖିଛି । ଏହିପରି ବିଜେପି ଗୋଟିଏ ତୀରରେ ୨ଟି ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରୁଛି । ଲୋକସଭାର ୫୪୩ଟି ଆସନ ମଧ୍ୟରୁ ୪୭ଟି ଏସଟି ବର୍ଗ ପାଇଁ ସଂରକ୍ଷିତ । ୬୨ ଲୋକସଭା ଆସନରେ ସିଧା ସଳଖ ଆଦିବାସୀ ସମ୍ପ୍ରଦାୟର ପ୍ରଭାବ ରହିଛି । ସେହିଭଳି ମଧ୍ୟ ପ୍ରଦେଶ, ଛତିଶଗଡ ଏବଂ ଗୁଜୁରାଟରେ ଆଦିବାସୀ ଭୋଟର (Tribal Voters) ବଡ଼ ସଂଖ୍ୟାରେ ଅଛନ୍ତି ।
ବିଧାନସଭା ନିର୍ବାଚନ ବିଷୟରେ କହିବାକୁ ଗଲେ ଚଳିତ ବର୍ଷ ଗୁଜୁରାଟରେ ଓ ୨୦୨୩ରେ ମଧ୍ୟ ପ୍ରଦେଶ ଏବଂ ଛତିଶଗଡରେ ନିର୍ବାଚନ ଅନୁଷ୍ଠିତ ହେବ । ଏପରିକି ଦୀର୍ଘ ଦିନ ଧରି ବିଜେପିର ଗଡ଼ ଗୁଜୁରାଟରେ ମଧ୍ୟ ଦଳ ଆଦିବାସୀଙ୍କ ଭୋଟ ନେବାରେ ସକ୍ଷମ ହୋଇପାରିନାହିଁ । ୧୮୨ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୭ଟି ଆସନ ଏସଟି ପାଇଁ ସଂରକ୍ଷିତ ରହିଛି । ୨୦୦୭ରେ ବିଜେପି ମାତ୍ର ୧୩ଟି, ୨୦୧୨ରେ ୧୧ଟି ଏବଂ ୨୦୧୭ରେ କେବଳ ୯ଟି ଆସନ ପାଇଥିଲା । ରାଜ୍ୟରେ ପ୍ରାୟ ୧୪ ପ୍ରତିଶତ ଆଦିବାସୀ ଅଛନ୍ତି, ଯାହା ୬୦ଟି ଆସନରେ ନିର୍ଣ୍ଣାୟକ ଭୂମିକାରେ ଅଛି । ଏଥି ସହିତ ଝାଡଖଣ୍ଡର ୮୧ଟି ବିଧାନସଭା ଆସନ ମଧ୍ୟରୁ ୨୮ଟି ଆସନ ଏସଟି ପାଇଁ ସଂରକ୍ଷିତ ରହିଛି । ୨୦୧୪ରେ ବିଜେପି ୧୧ଟି ଆସନ ଓ ୨୦୧୯ରେ କେବଳ ୨ଟି ଆସମ ଜିତିପାରିଥିଲା । ସେହିପରି ମଧ୍ୟ ପ୍ରଦେଶର ମୋଟ ୨୩୦ଟି ଆସନ ମଧ୍ୟରୁ ଏସଟି ଭୋଟରମାନେ ୮୪ଟି ଆସନରେ ନିର୍ଣ୍ଣାୟକ ଭୂମିକାରେ ଅଛନ୍ତି । ୨୦୧୩ରେ ବିଜେପି ୫୯ଟି ଆସନ ଜିତିଥିଲା, ଯାହା ପାଞ୍ଚ ବର୍ଷ ପରେ ୨୦୧୮ରେ ୩୪କୁ ଖସି ଆସିଥିଲା । ବର୍ତ୍ତମାନ ଛତିଶଗଡ, ଓଡିଶା, ମହାରାଷ୍ଟ୍ରର ସ୍ଥିତି ମଧ୍ୟ ସମାନ ଅଟେ, ଯେଉଁଠାରେ ନିର୍ବାଚନରେ ଆଦିବାସୀ ଭୋଟର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା (Arjun Munda), ଜୁଏଲ ଓରାମ (Jual Oraon), ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଏବଂ ଛତିଶଗଡ଼ ରାଜ୍ୟପାଳ ଅନୁସୁୟା ଉଇକି (Anusuiya Uikey) ପ୍ରମୁଖ ଆଦିବାସୀ ନେତାଙ୍କ ନାମ ରାଷ୍ଟ୍ରପତି ପଦ ପାଇଁ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ, ଯଦି ଏହା ପ୍ରକୃତରେ ହୁଏ, ତେବେ ଭେଙ୍କୟା ନାଇଡୁ ଓ ରାଜନାଥ ସିଂଙ୍କ ପରି ବଡ଼ ନାମ ଏହି ଦୌଡ଼ରୁ ବାହାର ଯିବ ।
ଅନ୍ୟପଟେ ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ (Presidential Election 2022) ରେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ଆଲାଇନ୍ସ (NDA) ର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ କରିବାକୁ ବିରୋଧୀ ଦଳ ଏକ ସାଧାରଣ ସହମତିରେ ପ୍ରାର୍ଥୀ ଚୟନ ଉପରେ ଆଲୋଚନା ଆରମ୍ଭ କରିଛନ୍ତି । ଚଳିତ ମାସରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହା ଆଗାମୀ ସପ୍ତାହରେ ହୋଇପାରେ ବୋଲି ଖବର ରହିଛି ।
ଏହା ବି ପଢ଼ନ୍ତୁ:-DL ପାଇଁ ଯେଉଁମାନଙ୍କ ପାଖରେ ନାହିଁ ଡ୍ରାଇଭିଂ ଟେଷ୍ଟ ଦେବାର ସମୟ, ସେମାନଙ୍କୁ ସରକାର ପ୍ରଦାନ କଲେ ଏହି ସୁବିଧା
ଏହା ବି ପଢ଼ନ୍ତୁ:-ମଣିଷରୁ ଏବେ 'କୁକୁର' ପରିଣତ ହେଲେ ଏହି ବ୍ୟକ୍ତି, ଅଜବ ସ୍ୱପ୍ନକୁ ପୂରଣ କରିବା ପାଇଁ ଦେବାକୁ ପଡ଼ିଲା ଏତେ ବଡ଼ ମୂଲ୍ୟ
ଏହା ବି ପଢ଼ନ୍ତୁ:-ଏଣିକି ପେ କମିଶନ ଆଧାରରେ ବଢ଼ିବନି ଦରମା, ପ୍ରତିବର୍ଷ ବେସିକ୍ ସାଲାରୀ ବୃଦ୍ଧି କରିବାର ଏହା ହେଉଛି ଫର୍ମୂଲା!
ଏଠାରେ କହି ରଖୁଛୁ ଯେ, ରାଷ୍ଟ୍ରପତିଙ୍କ ନିର୍ବାଚନୀ କଲେଜ (President's electoral college) ହେଉଛି ୧୦,୯୦,୯୦୩ ଭୋଟ୍ । ଏଥିରେ ବିଜୟ ହାସଲ ପାଇଁ ସଂଖ୍ୟାଗରିଷ୍ଠତା ସଂଖ୍ୟା ହେଉଛି ୫,୪୯,୪୫୨ । ଏଥିରେ ଜଣେ ସାଂସଦଙ୍କ ଭୋଟ୍ ମୂଲ୍ୟ ୭୦୮ ରହିଥାଏ । ଦେଶର ୪,୧୨୦ ବିଧାୟକଙ୍କ ମଧ୍ୟରେ ପ୍ରତ୍ୟେକ ରାଜ୍ୟର ଜନସଂଖ୍ୟା ଓ ଆସନ ସଂଖ୍ୟା ଉପରେ ନିର୍ଭର କରି ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଉତ୍ତର ପ୍ରଦେଶର ବିଧାୟକଙ୍କ ସବୁଠାରୁ ଅଧିକ ୨୦୮ ଭୋଟ୍ ମୂଲ୍ୟ ରହିଛି । ବିଜେଡି (BJD) ଓ YSR ର ସମର୍ଥନରେ ଏହି ସଂଖ୍ୟା ପୂରଣ ହେବାର ସମ୍ଭାବନା ଅଛି ।