ଆମେରିକା ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନିତ ହେଲେ ସମ୍ବଲପୁରର ଝିଅ
Advertisement
Article Detail0/zeeodisha/odisha910832

ଆମେରିକା ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନିତ ହେଲେ ସମ୍ବଲପୁରର ଝିଅ

ଆମେରିକା ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ବଲପୁରର ଝିଅ ସମ୍ମାନିତ । "ପ୍ରେସିଡେଣ୍ଟସ ଆୱାର୍ଡ ଫର ଏଜୁକେସନଲ ଏକସଲେନ୍ସ" ସାର୍ଟିଫିକେଟରେ ସମ୍ମାନିତ ହେଲେ ସମ୍ବଲପୁରର ଝିଅ ସମ୍ରତା ଦଳପତ । ସମ୍ବଲପୁରର ଝିଅ ସମ୍ରତା ପାଠପଢ଼ାରେ ନିଜ କମାଲ ଦେଖାଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାକ୍ଷରରେ ପାଇଲେ ପ୍ରମାଣ ପତ୍ର । ସମ୍ବଲପୁର କୁଞ୍ଜେଲପଡାର ସୁଧାଂଶୁ

ଆମେରିକା ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନିତ ହେଲେ ସମ୍ବଲପୁରର ଝିଅ

ସମ୍ୱଲପୁର: ଆମେରିକା ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ବଲପୁରର ଝିଅ ସମ୍ମାନିତ । "ପ୍ରେସିଡେଣ୍ଟସ ଆୱାର୍ଡ ଫର ଏଜୁକେସନଲ ଏକସଲେନ୍ସ" ସାର୍ଟିଫିକେଟରେ ସମ୍ମାନିତ ହେଲେ ସମ୍ବଲପୁରର ଝିଅ ସମ୍ରତା ଦଳପତ । ସମ୍ବଲପୁରର ଝିଅ ସମ୍ରତା ପାଠପଢ଼ାରେ ନିଜ କମାଲ ଦେଖାଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାକ୍ଷରରେ ପାଇଲେ ପ୍ରମାଣ ପତ୍ର । ସମ୍ବଲପୁର କୁଞ୍ଜେଲପଡାର ସୁଧାଂଶୁ ଦଳପତଙ୍କ ନାତୁଣୀ ତଥା ଆମେରିକା ଓହିଓ ସହର ରେ କାର୍ଯ୍ୟ କରୁଥିବା ସଫ୍ଟୱାର ଇଞ୍ଜିନିୟର ସମ୍ରିତ ଶେଖର ଦଳପତଙ୍କ ଝିଅ ସମ୍ରତା ଆମେରିକା ରାଷ୍ଟପତିଙ୍କ ଶିକ୍ଷା 2021 ପୁରସ୍କାର ପାଇଛନ୍ତି । ସମ୍ରତାଙ୍କୁ ଏବେ ମାତ୍ର ୧୦ ବର୍ଷ ବୟସ ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୪ ପ୍ରତିଶତ ବଢ଼ିଲା ପେନସନ୍

fallback

ପ୍ରମାଣପତ୍ରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦସ୍ତଖତ ରହିଛି । ସମ୍ରତା ଏବେ ଓହିଓ ନର୍ଥ ରୟାଲଟନ ସହରର ଆଲବିଅନ ଏଲିମେଣ୍ଟାରି ସ୍କୁଲର ଚର୍ତୁଥ ଶ୍ରେଣୀରେ ପାଠ ପଢୁଛନ୍ତି । ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇ ଆମେରିକା ରାଷ୍ଟ୍ରପତି ଦ୍ଵାରା ଆୟୋଜନ କରାଯାଉଥିବା ରାଷ୍ଟ୍ରପତିଙ୍କ ଶିକ୍ଷା ପୁରସ୍କାର ଯୋଜନାରେ ଏହି ପୁରସ୍କାର ପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ନାମ ସୁପାରିଶ କରିଥିଲେ । ସେଥିରେ ସେ କୃତକାର୍ଯ୍ୟ ହୋଇ ଏହି ସାର୍ଟିଫିକେଟ ହାସଲ କରିଛନ୍ତି । ତାଙ୍କର ଏହି ସଫଳତାରେ ସମ୍ବଲପୁରରେ ରହୁଥିବା ତାଙ୍କ ଅଜା ଆଈଙ୍କ ସହ ଅଞ୍ଚଳରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି । ୨୦୧୦ରେ ଜନ୍ମ ଗ୍ରହଣ କରିଥିବା ସମ୍ରତା ବାଙ୍ଗାଳୁରୁରେ ପ୍ରାଥମିକ ଶିକ୍ଷା ପରେ ବାପାଙ୍କ ସହିତ ଏବେ ଆମେରିକାରେ ଅଛନ୍ତି । ତାଇକୋଣ୍ଡୋ ସହ ସମ୍ରତା ଗୀଟାର ବଜାଇବାରେ ମଧ୍ୟ ବେଶ ରୁଚି ରଖନ୍ତି ।