ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୪ ପ୍ରତିଶତ ବଢ଼ିଲା ପେନସନ୍
Advertisement
Article Detail0/zeeodisha/odisha910785

ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୪ ପ୍ରତିଶତ ବଢ଼ିଲା ପେନସନ୍

୨୦୦୫ ପରେ ମଧ୍ୟପ୍ରଦେଶରେ ନିଯୁକ୍ତ ହୋଇଥିବା ଅଧିକାରୀ ଓ କର୍ମଚାରୀମାନେ ଏହି ଯୋଜନାର ଲାଭ ପାଇବେ । ବାସ୍ତବରେ, ବର୍ତ୍ତମାନ ପର୍ଯ୍ୟନ୍ତ ଜାତୀୟ ପେନସନ ସ୍କିମ୍ (NPS) ଅନ୍ତର୍ଗତ ଅଧିକାରୀ ଓ କର୍ମଚାରୀଙ୍କ ବେତନରେ  ୧୦-୧୦ ପ୍ରତିଶତର ଯୋଗଦାନ ଜମା କରାଯାଇଛି । କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଠାରୁ ତରଫରୁ ୪ ପ୍ରତିଶତ ଯୋଗଦାନ ବୃଦ୍ଧି କରାଯାଇଛି ।

ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୪ ପ୍ରତିଶତ ବଢ଼ିଲା ପେନସନ୍

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Government Employees, Odia News: ମଧ୍ୟପ୍ରଦେଶ ସରକାର ରାଜ୍ୟର ସରକାରୀ ଅଧିକାରୀ ଓ କର୍ମଚାରୀମାନ (madhya pradesh govt employees) ଙ୍କୁ ବହୁତ ଖୁସି ଖବର ଦେଇଛନ୍ତି । ସରକାର ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପେନସନରେ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଗତ ମଙ୍ଗଳବାର ଶିବରାଜ ସରକାର (Shivraj Govt) ଙ୍କ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଛି । ଯାହା ପରେ ମେ ୨୮ରେ ଅର୍ଥ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ:-PF ଖାତାଧାରୀଙ୍କ ପାଇଁ ସବୁଠାରୁ ବଡ ଖବର! ଜୁନ ୧ରୁ ଲାଗୁ ହେବ ଏହି ନିୟମ, ଯଦି କରିବେ ମିସ୍ ତ ହେବ ବଡ଼ କ୍ଷତି

୨୦୦୫ ପରେ ନିଯୁକ୍ତି ଅଧିକାରୀ-କର୍ମଚାରୀମାନେ ପାଇବ ଲାଭ

୨୦୦୫ ପରେ ମଧ୍ୟପ୍ରଦେଶରେ ନିଯୁକ୍ତ ହୋଇଥିବା ଅଧିକାରୀ ଓ କର୍ମଚାରୀମାନେ ଏହି ଯୋଜନାର ଲାଭ ପାଇବେ । ବାସ୍ତବରେ, ବର୍ତ୍ତମାନ ପର୍ଯ୍ୟନ୍ତ ଜାତୀୟ ପେନସନ ସ୍କିମ୍ (NPS) ଅନ୍ତର୍ଗତ ଅଧିକାରୀ ଓ କର୍ମଚାରୀଙ୍କ ବେତନରେ  ୧୦-୧୦ ପ୍ରତିଶତର ଯୋଗଦାନ ଜମା କରାଯାଇଛି । କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଠାରୁ ତରଫରୁ ୪ ପ୍ରତିଶତ ଯୋଗଦାନ ବୃଦ୍ଧି କରାଯାଇଛି ।

ଅଧିକ ପଢ଼ନ୍ତୁ:-ଦେଶରେ ଖସୁଛି କୋରୋନା ଗ୍ରାଫ୍: ଦିନକରେ ସାମ୍ନାକୁ ଆସିଲା ୧.୫୨ ଲକ୍ଷ ମାମଲା, ମୃତ୍ୟୁ ବରଣ କଲେ ଏତିକି ସଂକ୍ରମିତ

୪.୪୯ ଲକ୍ଷ କର୍ମଚାରୀଙ୍କୁ ମିଳିବ ଲାଭ

ଚଳିତ ବର୍ଷ ଏପ୍ରିଲ ୧ରୁ ଅଧିକାରୀ-କର୍ମଚାରୀଙ୍କ ପେନସନ୍‌ରେ ଏହି ପରିମାଣ ବୃଦ୍ଧି କରାଯିବ । ସରକାରଙ୍କ ଏହି ନିଷ୍ପତ୍ତି ସିଧାସଳଖ ରାଜ୍ୟର ୪.୫୦ ଲକ୍ଷ କର୍ମଚାରୀ ଉପକୃତ ହେବ । ଏହି ଯୋଜନାର ଲାଭ ୨,୧୮,୭୬୧ ନିୟମିତ ଓ ଦୈନିକ ବେତନ ଏବଂ ୨,୩୦,୬୧୯ ଅଧ୍ୟାପକ କ୍ୟାଡର ସରକାରୀ କର୍ମଚାରୀଙ୍କୁ ମିଳିବ ।

ଏହା ହେଉଛି ଯୋଜନା 

ମୁଖ୍ୟତଃ, ସରକାରୀ ଅଧିକାରୀ-କର୍ମଚାରୀ ଯେଉଁମାନେ ୨୦୦୫ ପରେ ନିଯୁକ୍ତି ପାଇଛନ୍ତି, ସେମାନଙ୍କ ପାଇଁ ଅଂଶଦାୟୀ ପେନସନ୍ ଯୋଜନା ଲାଗୁ ରହିଛି । ଏହି ଯୋଜନା ଅଧୀନରେ ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କର ଦରମା ଅର୍ଥାତ୍ ବେତନର ଯେତେ ଅଂଶ ଯୋଗଦାନ ଭାବରେ ଜମା କରନ୍ତି, ସେତିକି ରାଶି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ମିଳିଥାଏ ।

ଅଧିକ ପଢ଼ନ୍ତୁ:-ଦଶମ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଭାରତୀୟ ରେଲୱେରେ ୩୫୯୧ ପଦ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ବିନା ପରୀକ୍ଷାରେ ମିଳିବ ଚାକିରି, ଶୀଘ୍ର କରନ୍ତୁ ଅପ୍ଲାଇ
 
୨୦୧୯ରେ କେନ୍ଦ୍ର ସରକାର ଏହି ପରିମାଣକୁ ବୃଦ୍ଧି କରିଥିଲେ

୨ ଏପ୍ରିଲ ୨୦୧୯ରୁ କେନ୍ଦ୍ର ସରକାର କର୍ମଚାରୀଙ୍କ ଏହି ଯୋଗଦାନ ପରିମାଣକୁ ୧୦ ପ୍ରତିଶତରୁ ୧୪ ପ୍ରତିଶତକୁ ବୃଦ୍ଧି କରିଥିଲେ । ମଧ୍ୟପ୍ରଦେଶରେ କାର୍ଯ୍ୟ କରୁଥିବା ଅଲ ଇଣ୍ଡିଆ ସେବା ଅଧିକାରୀଙ୍କ ପାଇଁ ୨୦ ମାର୍ଚ୍ଚ ୨୦୨୦ ଠାରୁ ରାଜ୍ୟ ସରକାର ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି, କିନ୍ତୁ ଏହାର ଲାଭ ରାଜ୍ୟ କର୍ମଚାରୀଙ୍କୁ ଦିଆଯାଇ ନାହିଁ । ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫଏସ୍ ଅଧିକାରୀମାନଙ୍କୁ ଏହି ଯୋଜନାର ଲାଭ ରାଜ୍ୟରେ ମିଳୁଥିଲା । କିନ୍ତୁ ରାଜ୍ୟ ସରକାରୀ କର୍ମଚାରୀମାନେ ଏହାର ଲାଭ ପାଇ ନ ଥିଲେ । ଏଭଳି ପରିସ୍ଥିତିରେ ଶିବରାଜ ସରକାର ମଧ୍ୟ ଏବେ 4 ପ୍ରତିଶତ ବୃଦ୍ଧି କରିଛନ୍ତି, ଯାହାଫଳରେ ରାଜ୍ୟର କର୍ମଚାରୀମାନଙ୍କୁ ମଧ୍ୟ ଏହାର ସୁବିଧା ମିଳିବା ଆରମ୍ଭ ହୋଇଯିବ ।

ବଜେଟରେ କରାଯାଇଥିଲା ଘୋଷଣା 

ଶିବରାଜ ସରକାରଙ୍କ ଦ୍ୱାରା ଉପସ୍ଥାପିତ ରାଜ୍ୟ ବଜେଟରେ କର୍ମଚାରୀଙ୍କ ପାଇଁ ଯୋଗଦାନକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରାଯାଇଥିଲା । ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ କର୍ମଚାରୀଙ୍କ ମାସିକ ଯୋଗଦାନ ବେତନ ଓ ମହଙ୍ଗା ଭତ୍ତାର ୧୦ ପ୍ରତିଶତ ଏବଂ ସରକାରଙ୍କ ଯୋଗଦାନର ୧୪ ପ୍ରତିଶତ ହେବ । ସରକାରଙ୍କ ଏହି ନିଷ୍ପତ୍ତିରେ ରାଜ୍ୟର କର୍ମଚାରୀମାନେ ଖୁସି ଅଛନ୍ତି ।