କଙ୍ଗାରୁ କୋର୍ଟ ଆଗରେ ହାର ମାନିଲା ପ୍ରେମ, ବିବାହ ବିଚ୍ଛେଦ ସହି ନ ପାରି ଜୀବନ ହାରିଲେ ଯୁବକ
Advertisement
Article Detail0/zeeodisha/odisha1195280

କଙ୍ଗାରୁ କୋର୍ଟ ଆଗରେ ହାର ମାନିଲା ପ୍ରେମ, ବିବାହ ବିଚ୍ଛେଦ ସହି ନ ପାରି ଜୀବନ ହାରିଲେ ଯୁବକ

ଆଜି ଯେଉଁ ଅଭାବନୀୟ ଘଟଣା ଘଟିଛି ତାହାର କାରଣ ଜାତିଆଣ ଭେଦଭାବ ଯୋଗୁଁ । ବିବାହର ୯ ଦିନ ପରେ ଝିଅ ଘର ଲୋକେ କୋଶଳ କ୍ରମରେ ଝିଅକୁ ଡାକି ନେଇ ଯାଇଥିଲେ ଓ ପରବର୍ତ୍ତୀ ସମୟରେ ଏକ କଙ୍ଗାରୁ କୋର୍ଟର ଆୟୋଜନ କରିଥିଲେ । ଏହି ଖାପ ପଞ୍ଚୟତର ମୁଖ୍ୟ ପୁରୁଧା ସାଜିଥିଲେ ସମାଜର କିଛି ଆଗଧାଡ଼ିର ଆତ୍ମଘୋଷିତ ବଡ଼ ପଣ୍ଡା । ଏହି ବଡ଼ ପଣ୍ଡା ମାନେ କୋଙ୍ଗାରୁ କୋର୍ଟରେ ତଥା କଥିତ ଆତ୍ମ ସମ୍ମାନ ନିମନ୍ତେ ଏହି ନିରୀହ ନବ ବିବାହିତା ପ୍ରେମୀଯୁଗଳକୁ ବିଚ୍ଛେଦ କରାଇଥିଲେ । 

ପ୍ରତୀକାତ୍ମକ ଫଟୋ

ଚନ୍ଦ୍ରକାନ୍ତ ପଣ୍ଡା, ମାଲକାନଗିରି: Malkangiri Youth Commits Suicide: ଭଲ ପାଇ ବାହା ହେବାର କରୁଣ ପରିଣତି । ଅନ୍ୟ ଜାତିର ଝିଅକୁ ବାହା ହେବାରୁ ପୁଅ ଠାରୁ ଝିଅକୁ ଛଡାଇ ନେଲେ ଝିଅ ଘର ଲୋକେ । ଫଳ ଏମିତି ହେଲା ଯେ ମାନସିକ ଭାରସାମ୍ୟ ହରାଇ କୀଟ ନାଶକ ପିଇ ଆତ୍ମହତ୍ୟା କଲେ ଯୁବକ । ସମାଜର ବଡ଼ ପଣ୍ଡାଙ୍କ କଙ୍ଗାରୁ କୋର୍ଟରେ ବିଚ୍ଛେଦ ହେଲେ ବିବାହିତ ପ୍ରେମୀ ଯୁଗଳ । ଦୀର୍ଘ ଦୁଇ ବର୍ଷ ଭଲ ପାଇ ବିବାହ କରିବାର ୯ ଦିନ ପରେ ବିଚ୍ଛେଦକୁ ସହି ନପାରି ବିଷ ପିଇ ଆତ୍ମହତ୍ୟା କଲେ । କାରଣ ଆତ୍ମଘୋଷିତ ଆତ୍ମସମ୍ମାନ ଓ ଜାତିଆନ ଭେଦଭାବ କାରଣରୁ ଦୁନିଆରେ ନୂଆକରି ସଂସାର ଗଢିବା ଆଗରୁ ମଉଳି ଗଲା ଜୀବନ । 

ଗାଁ ମଶାଣିରେ ଜଳୁଛି ଜୁଈ । ପରିଜନ ବୁକୁ ଫଟା କାନ୍ଦରେ ଫାଟି ପଡୁଛି ଗାଁ ମାଟି । ଏ କୌଣସି ରୋଗ ବ୍ୟାଧିରେ ଚିକିତ୍ସା ଅବସ୍ଥାରେ କି ପରିଣତ ବୟସ୍କଙ୍କ ଚିତା ନୁହେଁ । ଏ ହେଉଛି ଜଣେ ପ୍ରେମିକର ଜୁଈ । ଯିଏ ନିଜ ପ୍ରେମକୁ ସଫଳ କରି ବିବାହ ବନ୍ଧନରେ ବାନ୍ଧି ହୋଇ ନୂଆ କରି ସଂସାର ଗଢିବାର ଆଶା ରଖି ହାତ ଧରିଥିଲା ଅନ୍ୟ ଜାତିର ଝିଅକୁ । କିନ୍ତୁ ପରିସ୍ଥିତି ଏଭଳି ମୋଡ଼ରେ ଆଣି ଠିଆ କଲା ଯେ ଅକାଳରେ ମୃତ୍ୟୁକୁ ଆପଣେଇ ନେଲା ପ୍ରେମିକ । ଏହି ଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ.ଭି ୯ ଗ୍ରାମରେ ।

ଏମ.ଭି ୯ର ବଙ୍ଗୀୟ ଯୁବକ ସଂଜୀବ ହାଲଦାର ବୋଇଲାପରି ଗ୍ରାମର ଆଦିବାସୀ ଯୁବତୀ ସାବିତ୍ରୀ ପଡ଼ିଆମିଙ୍କୁ ପ୍ରେମ ବିବାହ କରିଥିଲେ । ସାବିତ୍ରୀର ପରିବାର ଏହି ସମ୍ପର୍କକୁ ଗ୍ରହଣ କରୁନଥିବା ବେଳେ ଉଭୟ ପରିବାର ବିରୋଧରେ ଯାଇ ନୂତନ କରି ନିଜ ଜୀବନକୁ ଆଗକୁ ନେବାକୁ ନିଷ୍ପତ୍ତି ନେଲେ । ଉଭୟ ପ୍ରାପ୍ତ ବୟସ୍କ ହୋଇଥିବାରୁ ପ୍ରଥମେ ନୋଟେରୀ ନିକଟରେ ଆଫିଡେଭିଟ୍ କରି ବିବାହ କରିଥିଲେ । ପରେ ସଂଜୀବଙ୍କ ଘର ଲୋକଙ୍କ ସହମତି କ୍ରମରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । କିନ୍ତୁ ବିବାହର ୯ ଦିନ ପରେ ଝିଅ ଘର ଲୋକେ ଝିଅକୁ ଡାକିନେଇ ଆଉ ଛାଡିନଥିଲେ । ଏହି ବିଚ୍ଛେଦକୁ ସହି ନ ପାରି ସଂଜୀବ କିଟ ନାଶକ ପିଇ ଆତ୍ମହତ୍ୟା କରିଛନ୍ତି ।

ଏହା ବି ପଢ଼ନ୍ତୁ:-'ଆପଣ ଭଗବାନ ଶ୍ରୀରାମଙ୍କୁ କାହିଁକି ଏତେ ଘୃଣା କରୁଛନ୍ତି?', କଂଗ୍ରେସକୁ ଟାର୍ଗେଟ କଲେ ହାର୍ଦ୍ଦିକ

ଏହା ବି ପଢ଼ନ୍ତୁ:-କଂଗ୍ରେସ ଅଧ୍ୟକ୍ଷା ଗଠନ କଲେ ୩ଟି କମିଟି, ସଚିନ ସମେତ ଜି-୨୩ର ଅନେକ ନେତାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଏହା ବି ପଢ଼ନ୍ତୁ:-ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ପ୍ରଥମ ପସନ୍ଦ, ସର୍ଭେରେ ଆଖପାଖରେ ବି ନାହାଁନ୍ତି ରାହୁଲ ଗାନ୍ଧୀ

 

ଆଜି ଯେଉଁ ଅଭାବନୀୟ ଘଟଣା ଘଟିଛି ତାହାର କାରଣ ଜାତିଆଣ ଭେଦଭାବ ଯୋଗୁଁ । ବିବାହର ୯ ଦିନ ପରେ ଝିଅ ଘର ଲୋକେ କୋଶଳ କ୍ରମରେ ଝିଅକୁ ଡାକି ନେଇ ଯାଇଥିଲେ ଓ ପରବର୍ତ୍ତୀ ସମୟରେ ଏକ କଙ୍ଗାରୁ କୋର୍ଟର ଆୟୋଜନ କରିଥିଲେ । ଏହି ଖାପ ପଞ୍ଚୟତର ମୁଖ୍ୟ ପୁରୁଧା ସାଜିଥିଲେ ସମାଜର କିଛି ଆଗଧାଡ଼ିର ଆତ୍ମଘୋଷିତ ବଡ଼ ପଣ୍ଡା । ଏହି ବଡ଼ ପଣ୍ଡା ମାନେ କୋଙ୍ଗାରୁ କୋର୍ଟରେ ତଥା କଥିତ ଆତ୍ମ ସମ୍ମାନ ନିମନ୍ତେ ଏହି ନିରୀହ ନବ ବିବାହିତା ପ୍ରେମୀଯୁଗଳକୁ ବିଚ୍ଛେଦ କରାଇଥିଲେ । ଏହି ଚରମ ନିଷ୍ପତ୍ତିକୁ ପ୍ରେମିକ ସଂଜୀବ ହାଲଦର ସହ୍ୟ ନ କରିପାରି ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ ଆଉ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ ସମ୍ପର୍କୀୟ ସଦର ଡାକ୍ତରଖାନାକୁ ନେଇଯାଇଥିଲେ । ଚିକିତ୍ସା ଧୀନ ଅବସ୍ଥାରେ ସଞ୍ଜୀବଙ୍କ ମୃତ୍ୟୁ ଘଟି ଥିବା ବେଳେ ଏହି ଘଟଣା ପରେ ମୃତକ ପରିବାର ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । 

ବିଂଶ ଶତାବ୍ଦୀର ମଣିଷ ଆଜିର ସମୟରେ ଚନ୍ଦ୍ର ପୃଷ୍ଟରେ ଘର ତଳିବାର ସ୍ୱପ୍ନ ଦେଖୁଥିବା ବେଳେ ଏବେ ମଧ୍ୟ ପୂରାତନ ପରମ୍ପରା କାରଣରୁ ମଉଳି ଯାଉଛି ନିରୀହ ଜୀବନ । ତେବେ କେବେ ଏହି ସମାଜରେ ଚାଲିଥିବା ଜାତି ଧର୍ମ ପରମ୍ପରାକୁ ଭୁଲି ମଣିଷ ମଣିଷକୁ ଆପଣାଇବ ତାହା ଆପଣ ମାନେ ହିଁ ବିଚାର କରନ୍ତୁ ।