କଂଗ୍ରେସ ଅଧ୍ୟକ୍ଷା ଗଠନ କଲେ ୩ଟି କମିଟି, ସଚିନ ସମେତ ଜି-୨୩ର ଅନେକ ନେତାଙ୍କୁ ମିଳିଲା ବଡ଼ ଦାୟିତ୍ୱ
Advertisement
Article Detail0/zeeodisha/odisha1195131

କଂଗ୍ରେସ ଅଧ୍ୟକ୍ଷା ଗଠନ କଲେ ୩ଟି କମିଟି, ସଚିନ ସମେତ ଜି-୨୩ର ଅନେକ ନେତାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ସାରା ଦେଶରେ ତୁରନ୍ତ ରାଜନୈତିକ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ସ୍ଥିର କରିବାକୁ ଓ ଏହା ଉପରେ ଯୋଜନା ପ୍ରସ୍ତୁତ କରିବାକୁ ଦଳ ପଲିଟିକାଲ ଅଫେୟର ଗ୍ରୁପ୍ ଗଠନ କରିଛି । ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖଡ଼ଗେ, ଗୁଲାମ ନବୀ ଆଜାଦ, ଅମ୍ବିକା ସୋନି, ଦିଗବିଜୟ ସିଂ, ଆନନ୍ଦ ଶର୍ମା, କେସି ଭେନୁଗୋପାଲ ଏବଂ ଜିତେନ୍ଦ୍ର ସିଂଙ୍କୁ ସାମିଲ କରାଯାଇଛି ।

କଂଗ୍ରେସ ଅଧ୍ୟକ୍ଷା ଗଠନ କଲେ ୩ଟି କମିଟି, ସଚିନ ସମେତ ଜି-୨୩ର ଅନେକ ନେତାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ବିଗତ ଦିନରେ ରାଜସ୍ଥାନ (Rajasthan) ସ୍ଥିତ ଉଦୟପୁରରେ କଂଗ୍ରେସର ନବ ସଂକଳ୍ପ ଚିନ୍ତନ ଶିବିର (Congress Nav Sankalp Chintan Shivir) ଅନୁଷ୍ଠିତ ହୋଇଥିଲା । ଯାହା ପରେ ବର୍ତ୍ତମାନ ଦଳ ଆକ୍ସନ୍ ମୋଡରେ ଅଛି । ଦିଲ୍ଲୀରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi), ଦଳର ସାଂସଦ ରାହୁଲ ଗାନ୍ଧୀ (Rahul Gandhi) ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ଙ୍କ ନେତୃତ୍ୱରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଦଳ ବର୍ତ୍ତମାନ ତିନୋଟି କମିଟି ଗଠନ କରିଛି ।

ଏଥିମଧ୍ୟରୁ ଗୋଟିଏ କମିଟି ଲୋକସଭା ନିର୍ବାଚନ ୨୦୨୪ ପାଇଁ ଗଠନ କରାଯାଇଛି । ଯାହାର ନାମ ଟାସ୍କ ଫୋର୍ସ ୨୦୨୪ ରଖାଯାଇଛି । ରାଜନୈତିକ ପ୍ରସଙ୍ଗଗୁଡ଼ିକର ଦେଖିବା ପାଇଁ ପାଇଁ ପଲିଟିକାଲ ଅଫେୟର ଗ୍ରୁପ୍ ମଧ୍ୟ ଗଠନ କରାଯାଇଛି । ଏହା ବ୍ୟତୀତ ଭାରତ-ଯୋଡ଼ୋ ଯାତ୍ରା (Bharat Jodo Yatra) କୁ ନେଇ ସମନ୍ୱୟ ପାଇଁ ସେଣ୍ଟ୍ରାଲ ପ୍ଲାନିଂ ଗ୍ରୁପ୍ ଫର କର୍ଡିନେଶନ ଗଠନ କରାଯାଇଛି । ଏଥିରେ ରାଜସ୍ଥାନରୁ ଦୁଇଟି ବିଶିଷ୍ଟ ଚେହେରାକୁ ସାମିଲ କରାଯାଇଛି । ପୂର୍ବତନ ଡେପୁଟି ସିଏମ ତଥା ପୂର୍ବତନ ପିସିସି ମୁଖ୍ୟ ସଚିନ ପାଇଲଟ (Sachin Pilot) ଙ୍କୁ ଭାରତ ଯୋଡ଼ୋ ଯାତ୍ରା ପାଇଁ ଗଠନ ହୋଇଥିବା ସେଣ୍ଟ୍ରାଲ ପ୍ଲାନିଂ ଗ୍ରୁପ୍ ଫର କର୍ଡିନେଶନରେ ସାମିଲ କରାଯାଇଛି । ଏହି ଗ୍ରୁପ୍ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାର ଯୋଜନା ଓ ସମନ୍ୱୟର କାମ ଦେଖିବ ।

ଚଳିତ ବର୍ଷ ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତୀ ଦିନ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ପଦଯାତ୍ରା ଆରମ୍ଭ କରିବାକୁ ଯାଉଛି । ଏହି ପଦଯାତ୍ରା କାଶ୍ମୀରରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରାୟ ୩୫୦୦ କିଲୋମିଟର ହେବ । ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଯୋଗାଯୋଗ କରାଯିବ ଓ କେନ୍ଦ୍ର ସରକାରଙ୍କ ନୀତି ବିରୁଦ୍ଧରେ ଜନସାଧାରଣଙ୍କ ସମର୍ଥନ ହାସଲ କରିବାର ପ୍ରୟାସ ରହିଛି । ପ୍ରାୟ ୬ ମାସ ଧରି ଚାଲିଥିବା ଏହି ଯାତ୍ରାର ଯୋଜନା ଓ ସମନ୍ୱୟ ପାଇଁ ୯ ଜଣ ସଦସ୍ୟଙ୍କ ଏକ ସେଣ୍ଟ୍ରାଲ ପ୍ଲାନିଂ ଗ୍ରୁପ୍ ଗଠନ କରାଯାଇଛି । ଯେଉଁଥିରେ ଦିଗବିଜୟ ସିଂଙ୍କ ବ୍ୟତୀତ ସଚିନ ପାଇଲଟ, ଶଶି ଥରୁର, ରଣଭୀତ ସିଂ ବିଟ୍ଟୁ, କେଜେ ଜର୍ଜ, ଜୋଥୀ ମଣି, ଜିତୁ ପଟୱାରୀ, ସଲିମ ଅହମ୍ମଦ ଏବଂ ପ୍ରଦ୍ୟୁତ ବୋର୍ଦୋଲୋଇ ମଧ୍ୟ ସାମିଲ ଅଛନ୍ତି ।

ସାରା ଦେଶରେ ତୁରନ୍ତ ରାଜନୈତିକ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ସ୍ଥିର କରିବାକୁ ଓ ଏହା ଉପରେ ଯୋଜନା ପ୍ରସ୍ତୁତ କରିବାକୁ ଦଳ ପଲିଟିକାଲ ଅଫେୟର ଗ୍ରୁପ୍ ଗଠନ କରିଛି । ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖଡ଼ଗେ, ଗୁଲାମ ନବୀ ଆଜାଦ, ଅମ୍ବିକା ସୋନି, ଦିଗବିଜୟ ସିଂ, ଆନନ୍ଦ ଶର୍ମା, କେସି ଭେନୁଗୋପାଲ ଏବଂ ଜିତେନ୍ଦ୍ର ସିଂଙ୍କୁ ସାମିଲ କରାଯାଇଛି ।

ଏହା ବି ପଢ଼ନ୍ତୁ:-ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ପ୍ରଥମ ପସନ୍ଦ, ସର୍ଭେରେ ଆଖପାଖରେ ବି ନାହାଁନ୍ତି ରାହୁଲ ଗାନ୍ଧୀ

ଏହା ବି ପଢ଼ନ୍ତୁ:-NATO କୁ କାହିଁକି ଏତେ ଚିଡ଼େ ଋଷ, ଜାଣନ୍ତୁ ଉଭୟଙ୍କ ମଧ୍ୟରେ କିଏ କେତେ ଶକ୍ତିଶାଳୀ?

ଏହା ବି ପଢ଼ନ୍ତୁ:-ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଟେନସନ୍ ବଢ଼ାଇଲା ୧୦ ବିଧାୟକ, ୩ଟି ଆସନ ଜିତିବା ପାଇଁ ଆବଶ୍ୟକ ପ୍ରତ୍ୟେକ ବିଧାୟକଙ୍କ ଭୋଟ୍

ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ଟାସ୍କ ଫୋର୍ସ ୨୦୨୪ ଗଠନ କରିଛି । ଯେଉଁଥିରେ ପି ଚିଦାମ୍ବରମ୍, ମୁକୁଲ ୱାସନିକି, ଜୟରାମ ରମେଶ, କେସି ଭେନୁଗୋପାଲ, ଅଜୟ ମାକନ୍, ପ୍ରିୟଙ୍କା ଗାନ୍ଧୀ, ରଣଦୀପ ସିଂ ସୁରଜେୱାଲା ଏବଂ ସୁନୀଲ କାନୁଗୋଲୁଙ୍କୁ ସାମିଲ କରାଯାଇଛି । ଏହି କମିଟି ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସାଂଗଠନିକ ତଥା ନିର୍ବାଚନୀ ରଣନୀତି ଉପରେ ଦଳର ଅଧ୍ୟକ୍ଷାଙ୍କୁ ମତାମତ ଦେବା ସହ ଏହାର ଯୋଜନା ମଧ୍ୟ କରିବ । ଏକ ବିଶେଷ କଥା ଯେ ଏସବୁ କମିଟିରେ ଜି-୨୩ର ଅନେକ ନେତାଙ୍କୁ ସାମିଲ କରାଯାଇଛି ଓ ସମସ୍ତଙ୍କୁ ଏକାଠି ନେଇ ଚାଲିବାର ବାର୍ତ୍ତା ଦେଇଛନ୍ତି ହାଇକମାଣ୍ଡ ।