Ranbir Kapoor: ନୂଆବର୍ଷରେ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେଲେ ରଣବୀର
Advertisement
Article Detail0/zeeodisha/odisha1509958

Ranbir Kapoor: ନୂଆବର୍ଷରେ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେଲେ ରଣବୀର

Animal First Look Out: ନୂଆବର୍ଷ ଅବସରରେ ବଲିଉଡ ଅଭିନେତା ରଣବୀର କପୁର ନିଜ ଫ୍ୟନ୍ସଙ୍କୁ ଏକ ଜବଦରସ୍ତ ସରପ୍ରାଇଜ୍ ଦେଇଛନ୍ତି । ଅଭିନେତାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଆନିମଲ'(Animal) ର ପୋଷ୍ଟର ଆଜି ରିଲିଜ୍ ହୋଇଛି।

Ranbir Kapoor: ନୂଆବର୍ଷରେ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେଲେ ରଣବୀର

Animal First Look Out: ନୂଆବର୍ଷ ଅବସରରେ ବଲିଉଡ ଅଭିନେତା ରଣବୀର କପୁର ନିଜ ଫ୍ୟନ୍ସଙ୍କୁ ଏକ ଜବଦରସ୍ତ ସରପ୍ରାଇଜ୍ ଦେଇଛନ୍ତି । ଅଭିନେତାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଆନିମଲ'(Animal) ର ପୋଷ୍ଟର ଆଜି ରିଲିଜ୍ ହୋଇଛି। ଯାହାକୁ ରଣବୀରଙ୍କ ଫ୍ୟାନ୍ସମାନେ ବହୁତ ପସନ୍ଦ କରିଛନ୍ତି । ତେବେ, ଏହି ପୋଷ୍ଟରେ ରଣବୀରଙ୍କ ଲୁକ ଖୁବ୍ ଭୟାନକ ରହିଛି ।

'ଆନିମଲ'(Animal) ଫିଲ୍ମର ପ୍ରଥମ ପୋଷ୍ଟର ଆଜି ରିଲିଜ୍ ହୋଇଛି। ଏହି ପୋଷ୍ଟରେ ରଣବୀରଙ୍କ ପ୍ରଥମ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି । ଏହି ଲୁକରେ ରଣବୀର ଖୁବ ଭୟାନକ ଦେଖାଯାଉଛନ୍ତି। ଏଥିର ରଣବୀର ଏକ ରକ୍ତଭିଜା ଡ୍ରେସ ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାସହ ସେ ଲମ୍ବା ଦାଢି ଓ ଚୁଟି ରଖିଥିବା ରଖିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାସହ ଏକ ସିଗାରେଡ ଲଗାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏବଂ ଅନ୍ୟ ଏକ ହାତରେ ଟାଙ୍ଗିଆ ଜାକିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ,ସେ ଜଣେ ଭୟାନକ ଯୋଦ୍ଧା ଭଳି ଦେଖାଯାଉଛନ୍ତି। ଯଦି ପୋଷ୍ଟରଟି ଏତେ ଦମଦାର ରହିଛି,ତେବେ, ଫିଲ୍ମଟି ମଧ୍ୟ ସେତିକି ଏଣ୍ଟରଟେନିଂ ହେବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ତେବେ, ରଣବୀର କପୁର ପୂର୍ବରୁ ପରଦାରେ ଏଭଳି ଚରିତ୍ରରେ ନଜର ଆସିନ ଥିଲେ । ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଫିଲ୍ମର ପୋଷ୍ଟରଟି ସେୟାର କରାଯାଇଛି । ଏବଂ କ୍ୟାପସନରେ ଲେଖାହୋଇଛି,'୨୦୨୩ରେ ପ୍ରସ୍ତୁତ ହୁଅ,ଏହା ଆନିମଲଙ୍କ ବର୍ଷ।'

 

ପୋଷ୍ଟରଟି ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଅଭିନେତାଙ୍କ ଲୁକକୁ ପ୍ରଶଂସା କରୁଥିବା ବେଳେ ଅନ୍ୟପକ୍ଷରେ ଅନେକ ଲୋକେ ରଣବୀରଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ଫଟୋ ଉପରେ ମନ୍ତବ୍ୟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି, ' ଏହି  ପୋଷ୍ଟରଟି ପୁଷ୍ପାର କପି ବୋଲି କହିନ୍ତି ।'ଅନ୍ୟ ଜଣେ ଲେଖିଛନ୍ତି, 'ଏହା ପୁଷ୍ପାଙ୍କ ରିମେକ୍ ପରି ଲାଗୁଛି।'ତୃତୀୟ ୟୁଜର୍ସ ଲେଖିଛନ୍ତି, 'କବୀର ସିଂ ଏବଂ ପୁଷ୍ପାଙ୍କ ଚରିତ୍ରର ମିଶ୍ରଣ କାହିଁକି?' କେବଳ ଏତିକି ନୁହେଁ, ଏହା ବ୍ୟତୀତ ଅଧିକାଂଶ ଲୋକ କୁହନ୍ତି ଯେ ନିର୍ମାତା କବୀର ସିଂ ଏବଂ ପୁଷ୍ପାଙ୍କୁ ମିଶ୍ରଣ କରି 'ଆନିମଲ'ରେ ରଣବୀରଙ୍କ ଲୁକକୁ ପ୍ରସ୍ତୁତ କରିଛନ୍ତି।

ଏହାବି ପଢନ୍ତୁ : Urvashi Rautela: ଋଷଭଙ୍କ ପାଇଁ ଏମିତି କାମ କଲେ ଉର୍ବଶୀ,ୟୁଜର୍ସ କହିଲେ କ୍ରିକେଟର ଅଛନ୍ତି ଜୀବିତ

ଯଦି ଆମେ ଫିଲ୍ମ ବିଷୟରେ କଥା ହେବା, ତେବେ 'ଆନିମଲ'ରେ ରଣବୀର କପୁର ନ୍ୟାସନାଲ କ୍ରସ୍ ରଶ୍ମିକା ମନ୍ଦନାଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ର ୧୧ ଅଗଷ୍ଟ ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ସନ୍ଦୀପ ରେଡ୍ଡୀ ଭଙ୍ଗା ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି। ଏହା ବ୍ୟତୀତ ସେ ଏହାର କାହାଣୀ ମଧ୍ୟ ଲେଖିଛନ୍ତି। ରଣବୀର ଏବଂ ରଶ୍ମିକାଙ୍କ ବ୍ୟତୀତ ଫିଲ୍ମରେ ଅନିଲ କପୁର,ବବି ଦେଓଲ ଏବଂ ତୃପ୍ତି ଡିମରି ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।