ଲାଉଡସ୍ପିକର ବିବାଦକୁ ନେଇ ବଡ଼ ବୟାନ ଦେଲେ ଏହି ବଲିଉଡ ସିଙ୍ଗର
Advertisement
Article Detail0/zeeodisha/odisha1157640

ଲାଉଡସ୍ପିକର ବିବାଦକୁ ନେଇ ବଡ଼ ବୟାନ ଦେଲେ ଏହି ବଲିଉଡ ସିଙ୍ଗର

Anuradha Pondwal on Loudspeaker Row: ପୌଡ଼ୱାଲ (Anuradha Pondwal) ଏକ ଟିଭି ସାକ୍ଷାତକାରରେ କହିଥିଲେ ଯେ, "ମୁଁ ଦୁନିଆରେ ଅନେକ ସ୍ଥାନରେ ଭ୍ରମଣ କରିଛି । ମୁଁ ଭାରତ ବ୍ୟତୀତ ଅନ୍ୟ କେଉଁଠି ଏପରି କିଛି ଦେଖିନାହିଁ । ମୁଁ କୌଣସି ଧର୍ମର ବିରୋଧୀ ନୁହେଁ । କିନ୍ତୁ ଏଠାରେ ଏହାକୁ ଜୋରଜବରଦସ୍ତି ଏହାକୁ ପ୍ରଶୟ ଦିଆଯାଉଛି । ସେମାନେ ମସଜିଦରେ ଲାଉଡସ୍ପିକରରେ ଆଜାନ ବଜାନ୍ତି । ଅନ୍ୟ ସମ୍ପ୍ରଦାୟ ପ୍ରଶ୍ନ କରୁଛି ଯେ ଯଦି ସେମାନେ ଲାଉଡସ୍ପିକର ବ୍ୟବହାର କରିପାରିବେ ତେବେ ଅନ୍ୟମାନେ ଏପରି କାହିଁକି କରିପାରିବେ ନାହିଁ ।" 

ଲାଉଡସ୍ପିକର ବିବାଦକୁ ନେଇ ବଡ଼ ବୟାନ ଦେଲେ ଏହି ବଲିଉଡ ସିଙ୍ଗର

ନୂଆଦିଲ୍ଲୀ: Anuradha Pondwal on Loudspeaker Row: ମସଜିଦରେ ଲାଉଡସ୍ପିକର (Loudspeaker) ଲଗାଇବାକୁ ନେଇ ବିବାଦ ଲାଗି ରହିଛି । ଏହା ଉପରେ ରାଜନେତାଙ୍କ ଠାରୁ ଆରମ୍ଭ କରି ସିନେ ଜଗତର ପ୍ରସିଦ୍ଧ ଗାୟକ ମଧ୍ୟ ନିଜ ନିଜର ମତ ରଖିଛନ୍ତି । ବିଗତ ଦିନରେ ବଲିଉଡର ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡ଼ୱାଲ (Anuradha Pondwal) ଲାଉଡସ୍ପିକର ବିବାଦ ଉପରେ ଏକ ବୟାନ ଦେଇଥିଲେ । ଯାହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ଏହାପରେ ସେ ଏହା ଉପରେ ନିଜର ସଫେଇ ଦେଇଛନ୍ତି । ମଧ୍ୟ ପ୍ରଦେଶର ଜବଲପୁରରେ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପହଞ୍ଚିଥିବା ଅନୁରାଧା କହିଛନ୍ତି ଯେ, "ମୁଁ ଆଜାନ ଉପରେ ପ୍ରତିବନ୍ଧକ ଲଗାଇବା କଥା କହିନାହିଁ, ବରଂ ଏହା କହିଛି ଯେ ଦେଶର ଆଇନ ସମସ୍ତଙ୍କ ପାଇଁ ସମାନ । ଲାଉଡସ୍ପିକରରେ ଆଜାନର ଉଚ୍ଚ ଶବ୍ଦ କମ୍ କରିବା ଆବଶ୍ୟକ ।"

ପୌଡ଼ୱାଲ (Anuradha Pondwal) ଏକ ଟିଭି ସାକ୍ଷାତକାରରେ କହିଥିଲେ ଯେ, "ମୁଁ ଦୁନିଆରେ ଅନେକ ସ୍ଥାନରେ ଭ୍ରମଣ କରିଛି । ମୁଁ ଭାରତ ବ୍ୟତୀତ ଅନ୍ୟ କେଉଁଠି ଏପରି କିଛି ଦେଖିନାହିଁ । ମୁଁ କୌଣସି ଧର୍ମର ବିରୋଧୀ ନୁହେଁ । କିନ୍ତୁ ଏଠାରେ ଏହାକୁ ଜୋରଜବରଦସ୍ତି ଏହାକୁ ପ୍ରଶୟ ଦିଆଯାଉଛି । ସେମାନେ ମସଜିଦରେ ଲାଉଡସ୍ପିକରରେ ଆଜାନ ବଜାନ୍ତି । ଅନ୍ୟ ସମ୍ପ୍ରଦାୟ ପ୍ରଶ୍ନ କରୁଛି ଯେ ଯଦି ସେମାନେ ଲାଉଡସ୍ପିକର ବ୍ୟବହାର କରିପାରିବେ ତେବେ ଅନ୍ୟମାନେ ଏପରି କାହିଁକି କରିପାରିବେ ନାହିଁ ।" 

ଏହା ବି ପଢ଼ନ୍ତୁ:-ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ବଦଳିବେ ମୁଖ୍ୟମନ୍ତ୍ରୀ, ପାଇଲଟଙ୍କୁ ମିଳିବ କମାଣ!

ଏହା ବି ପଢ଼ନ୍ତୁ:-ସରକାରଙ୍କ ବଡ଼ ନିଷ୍ପତ୍ତି, ବିନା ଅନୁମତିରେ ଧାର୍ମିକ ସ୍ଥଳରେ ଲାଗିବନି ଲାଉଡସ୍ପିକର

ଏହା ବି ପଢ଼ନ୍ତୁ:-ସରକାରୀ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ; ଆଜିଠୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ୩୫ ହଜାର ମିଳିବ ଦରମା

 

ଜବଲପୁରରେ ସାମ୍ୱାଦିକଙ୍କ ସହ ଆଲୋଚନା କରୁଥିବା ସମୟରେ ଅନୁରାଧା ପୌଡ଼ୱାଲ କହିଛନ୍ତି ଯେ, ଯଦି ବର୍ଷର କିଛି ପର୍ବରେ ଏହା ଘଟେ ତେବେ ଏହା ବୁଝାପଡ଼େ କିନ୍ତୁ ଏହା ପ୍ରତିଦିନ ହେବା ଉଚିତ୍ ନୁହେଁ । ଉଚ୍ଚ ଶବ୍ଦରେ ଲାଉଡସ୍ପିକରରେ ବାଜୁଥିବା ଆଜାନ ଉପରେ ଆପତ୍ତି ଉଠାଇ ଅନୁରାଧା କହିଛନ୍ତି, "ମୁଁ ସନାତନ ଧର୍ମକୁ ମାନିଥାଏ ଓ ଧର୍ମର ଅର୍ଥ ହେଉଛି କର୍ତ୍ତବ୍ୟ । ମୋର କର୍ତ୍ତବ୍ୟ ଏହା ହେଉଛି କି ସର୍ବପ୍ରଥମେ ମୋ ଯୋଗୁଁ କେହି ଆଘାତ ନ ପାଆନ୍ତୁ । ମୋର ହୃଦୟରେ ପ୍ରତ୍ୟେକ ଧର୍ମ ପ୍ରତି ସମ୍ମାନ ଅଛି ।"