Anubhav Mohanty: ହାଇକୋର୍ଟରୁ ଅନୁଭବଙ୍କୁ ଆଶ୍ୱସ୍ତି, NBW ଉପରେ ରହିତାଦେଶ
Advertisement
Article Detail0/zeeodisha/odisha2250687

Anubhav Mohanty: ହାଇକୋର୍ଟରୁ ଅନୁଭବଙ୍କୁ ଆଶ୍ୱସ୍ତି, NBW ଉପରେ ରହିତାଦେଶ

Anubhav Mohanty: ଅଭିନେତା ଅନୁଭବ ମହାନ୍ତିଙ୍କୁ ମିଳିଲା ବଡ଼ ଆଶ୍ବସ୍ତି। ଜାରି NBW (Non-bailable warrants) ଉପରେ ସ୍ଥଗିତା ଦେଶ ଜାରି କଲେ ହାଇକୋର୍ଟ। ଜେଏମଏଫସି MPMLA କୋର୍ଟଙ୍କ ପକ୍ଷରୁ ଜାରି ହୋଇଥିଲା NBW। 

Anubhav Mohanty: ହାଇକୋର୍ଟରୁ ଅନୁଭବଙ୍କୁ ଆଶ୍ୱସ୍ତି,  NBW ଉପରେ ରହିତାଦେଶ

Anubhav Mohanty: ଅଭିନେତା ଅନୁଭବ ମହାନ୍ତିଙ୍କୁ ମିଳିଲା ବଡ଼ ଆଶ୍ବସ୍ତି। ଜାରି NBW (Non-bailable warrants) ଉପରେ ସ୍ଥଗିତା ଦେଶ ଜାରି କଲେ ହାଇକୋର୍ଟ। ଜେଏମଏଫସି MPMLA କୋର୍ଟଙ୍କ ପକ୍ଷରୁ ଜାରି ହୋଇଥିଲା NBW। ଚାର୍ଜଫ୍ରେମ୍‌ ପାଇଁ ହାଜର ନ ହେବାରୁ NBW ଜାରି ହୋଇଥିଲା। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ କ୍ରମେ କଟକ ଜେଏମଏଫସି କୋର୍ଟ ଅନୁଭବଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଥିଲେ । ଚାର୍ଜଫ୍ରେମ୍ ପାଇଁ ହାଜର ନ ହୋଇ ଅଭିନେତା ସମୟ ଗଡାଇ ଚାଲିଥିଲେ। ତେଣୁ ଶେଷରେ କୋର୍ଟ ବାଧ୍ୟ ହୋଇ ତାଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଥିଲେ । ଆସନ୍ତା ୨୩ ତାରିଖ ସୁଦ୍ଧା ୱାରେଣ୍ଟ ଜାରି କରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ALSO READ: Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ଗୋଟିଏ ପରିବାରର ୬ ଜୀବନ

ସୂଚନାଯୋଗ୍ୟ, ଗତ ୮ ତାରିଖ ଦିନ , ଅନୁଭବଙ୍କ ନାଁରେ କୋର୍ଟ ଚାର୍ଜଫ୍ରେମ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ। କଟକ ଜେଏମଏଫସି ସ୍ବତନ୍ତ୍ର କୋର୍ଟରେ ଅନୁଭବଙ୍କ ଡିସଚାର୍ଜ ପିଟିସନକୁ ଖାରଜ ହୋଇଥିଲା । ଏହି ମାମଲା ଅଭିନେତ୍ରୀ ତଥା ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ପୁରୀଘାଟ୍ ଥାନାରେ ହୋଇଥିଲା। ଏହି ଘରୋଇ ହିଂସା ମାମଲା କୋର୍ଟରେ ବିଚାରଧିନ ଅଛି। ଏହି ମାମଲାରେ ଅନୁଭବଙ୍କ ଡିସଚାର୍ଜ ଆବଦେନର ମଙ୍ଗଳବାର ଶୁଣାଣି ହୋଇଥିଲା ।  ବାରମ୍ବାର ସମୟ ମାଗିବା ସହ ହାଜର ନ ହେବାରରେ ଶେଷରେ କୋର୍ଟ ଅନୁଭବଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଥିଲେ । ଏହାକୁ ଅନୁଭବ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ ସେ-ନେଇ ତାଙ୍କୁ ଆଶ୍ୱସ୍ତି ମିଳିଛି ।