Advertisement
Article Detail0/zeeodisha/odisha2250553
Zee OdishaOdisha StateRoad Accident: ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ଗୋଟିଏ ପରିବାରର ୬ ଜୀବନ

Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ଗୋଟିଏ ପରିବାରର ୬ ଜୀବନ

Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ଗୋଟିଏ ପରିବାରର ୬ ଜୀବନ। କେନ୍ଦୁଝର ଜିଲ୍ଲା ଯୋଡା ଚରମ୍ପା  ଥାନା ରିମୁଳି ବାଇପାସରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ୨ଟି ଟ୍ରକ୍ ସହ ଏକ କାର୍ ଧକ୍କା ହେବାରୁ ୬ ଜଣ ଯାତ୍ରୀଙ୍କ ଜୀବନ ଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ଗୋଟିଏ ପରିବାରର ୬ ଜୀବନ

Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ଗୋଟିଏ ପରିବାରର ୬ ଜୀବନ। କେନ୍ଦୁଝର ଜିଲ୍ଲା ଯୋଡା ଚରମ୍ପା  ଥାନା ରିମୁଳି ବାଇପାସରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ୨ଟି ଟ୍ରକ୍ ସହ ଏକ କାର୍ ଧକ୍କା ହେବାରୁ ୬ ଜଣ ଯାତ୍ରୀଙ୍କ ଜୀବନ ଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଜାରି ରଖିଛି। 

ALSO READ: Road Accident: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୬ ମୃତ, ଏକାଧିକ ଆହତ

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ପରିବାରର ୬ ସଦସ୍ୟ ଚମ୍ପୁଆ ଥାନା ଅନ୍ତର୍ଗତ  ବଡବିଲ୍ ଭଦ୍ରାସାହି ଭୁଶୁଗାଁର ଗୋଟିଏ ପରିବାରର କେନ୍ଦୁଝର ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ କାରଟି ୫୨୦ ଜାତୀୟ ରାଜପଥ ବାଇପାସ୍ ନିକଟରେ ପହଞ୍ଚିବା ସମୟରେ ଏକ ଟ୍ରକ୍ କାରଟିକୁ ଧକ୍କା ଦେଇଥିଲେ। ଏ-ହି ସମୟରେ ଆଉ ଏକ ଟ୍ରକ୍ ଆସି କାରଟିକୁ ସାମ୍ନା ପଟୁ ଧକ୍କା ଦେଇଥିଲା।  ଫଳରେ ୨ଟି ଟ୍ରକ୍ କାର ଟିକୁ ଏକା ସାଙ୍ଗରେ ଧକ୍କା ଦେବାରୁ କାରରେ ଥିବା  ୬ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। 

Add Zee News as a Preferred Source

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,  ଦୁର୍ଘଟଣାରେ କାରଟି ପୂରା ଚୁନମାର ହୋଇଯାଇଥିଲା।  ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲ। ପୋଲିସ୍ ଘଟସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କାରଟିକୁ କଟରରେ କାଟି ମୃତଦେହ ଗୁଡିକୁ ବାହାର କରି ପୋଷ୍ଟ ମଟମ୍ ପାଇଁ ପଠାଇଛି। ତେବେ, ମୃତକଙ୍କ ମଧ୍ୟରେ ୨ ମହିଳା, ତିନି ପୁରୁଷ ଓ ଜଣେ ଛୋଟ ଶିଶୁ ଥିବା ଜଣାପଡିଛି।  ପୋଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି।

 

About the Author