Filmfare Awards: ଆୱାର୍ଡ ଶୋ’ରେ ଚମକିଲା ‘ଗଙ୍ଗୁବାଇ’ ଓ ‘ବଧାଇ ହୋ’, ଦେଖନ୍ତୁ ପୂରା ଲିଷ୍ଟ
Advertisement
Article Detail0/zeeodisha/odisha1671597

Filmfare Awards: ଆୱାର୍ଡ ଶୋ’ରେ ଚମକିଲା ‘ଗଙ୍ଗୁବାଇ’ ଓ ‘ବଧାଇ ହୋ’, ଦେଖନ୍ତୁ ପୂରା ଲିଷ୍ଟ

Filmfare Awards 2023 Winners List News In Odia: ୬୮ ତମ ହୁଣ୍ଡାଇ ଫିଲ୍ମଫେୟାର ଆୱାର୍ଡ 2023 (68th Hyundai Filmfare Awards 2023) ଘୋଷଣା ହୋଇଛି । ତେବେ, ଏହି ବର୍ଷ ଫିଲ୍ମଫେୟାର ପୁରସ୍କାର ସଲମାନ ଖାନଙ୍କ ଦ୍ବାରା ହୋଷ୍ଟ କରାଯାଇଥିଲା । ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ'ଗାଙ୍ଗୁବାଇ କାଠିଆୱାଡି'(Gangubai Kathiawadi) ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି। ଏବଂ ଚଳିତ ବର୍ଷର ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ସଞ୍ଜୟ ଲୀଲା ଭନସାଲୀଙ୍କୁ (Sanjay Leela Bhansali) ମିଳିଛି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Filmfare Awards 2023 Winners List News In Odia: ଭାରତୀୟ ସିନେମାର ସବୁଠୁ ବଡ଼ ଆଓ୍ବାର୍ଡ ଶୋ’ ଫିଲ୍ମ ଫେୟାର ଆଓ୍ବାର୍ଡ  । ବର୍ତ୍ତମାନ ୬୮ ତମ ହୁଣ୍ଡାଇ ଫିଲ୍ମଫେୟାର ଆୱାର୍ଡ 2023 (68th Hyundai Filmfare Awards 2023) ଘୋଷଣା ହୋଇଛି । ତେବେ, ଏହି ବର୍ଷ ଫିଲ୍ମଫେୟାର ପୁରସ୍କାର ସଲମାନ ଖାନଙ୍କ ଦ୍ବାରା ହୋଷ୍ଟ କରାଯାଇଥିଲା । ସଲମାନଙ୍କୁ ଏଥିରେ, ଆୟୁଷ୍ମାନ ଖୁରାନା ଓ ମନୀଷ ପାଲ ସହଯୋଗ କରିଥିଲେ। ଚଳତି ଥର ଫିଲ୍ମ ଫେୟାର ଆଓ୍ବାର୍ଡ଼ରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ରାଜକୁମାର ରାଓଙ୍କୁ ମିଳିଥିବା ବେଳେ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି ଆଲିଆ ଭଟ୍ଟ( Best Actress Alia Bhatt)। ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ'ଗାଙ୍ଗୁବାଇ କାଠିଆୱାଡି'(Gangubai Kathiawadi) ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି। ଏବଂ ଚଳିତ ବର୍ଷର ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ସଞ୍ଜୟ ଲୀଲା ଭନସାଲୀଙ୍କୁ (Sanjay Leela Bhansali) ମିଳିଛି। 

'ବ୍ରହ୍ମାସ୍ତ୍ର'ର (Brahmāstra: Part One – Shiva)' କେସରିଆ 'ଗୀତ ପାଇଁ ଅରିଜିତ ସିଂ ଶ୍ରେଷ୍ଠ ପ୍ଲେକ୍ ସିଙ୍ଗର ଭାବେ ପୁରସ୍କୃତ ହୋଇଛନ୍ତି। ଆୟନ ମୁଖାର୍ଜୀଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'(Brahmāstra: Part One – Shiva) ମଧ୍ୟ ଭିଏଫଏକ୍ସ(VFX) ପାଇଁ ପୁରସ୍କାର ଗ୍ରହଣ କରିଛି। ଏଥର ଭନସାଲୀଙ୍କ ଫିଲ୍ମ 'ଗାଙ୍ଗୁବାଇ କାଠିଆୱାଡି' (Gangubai Kathiawadi) ଫିଲ୍ମଫେୟାର ପୁରସ୍କାର ଉପରେ ପ୍ରାଧାନ୍ୟ ଦେଇଥିବାବେଳେ ରାଜକୁମାର ରାଓଙ୍କ ଫିଲ୍ମ 'ବାଦାଇ ଦୋ'(Badhaai Do)ମଧ୍ୟ ବହୁ ପ୍ରାଧାନ୍ୟ ଲାଭ କରିଛି। 'ଗାଙ୍ଗୁବାଇ' ୧୦ ଟି ବର୍ଗରେ ଏବଂ ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ 'ବାଦାଇ ଦୋ' (Badhaai Do)ସମାଲୋଚକ ବର୍ଗରେ ୬ ଟି ପୁରସ୍କାର ଜିତିଥିଲା । ଆୟାନ ମୁଖାର୍ଜୀଙ୍କ 'ବ୍ରହ୍ମାସ୍ତ୍ର: ଭାଗ -1 ଶିବ'(Brahmāstra: Part One – Shiva) ମଧ୍ୟ ଏଠାରେ ପଛରେ ପଡ଼ିନାହିଁ। ଏହି ଚଳଚ୍ଚିତ୍ରଟି ୪ ଟି ବର୍ଗରେ ପୁରସ୍କାର ଜିତିଥିଲା ​। ପ୍ରେମ୍ ଚୋପ୍ରାଙ୍କୁ ଫିଲ୍ମଫେୟାର ପୁରସ୍କାର ୨୦୨୩ରେ (Filmfare Awards 2023) ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି।

 

 

Also Read: Odisha News: ଆଜି ଓଡି଼ଶାରେ Vande Bharat Expressର ଟ୍ରାଏଲ ରନ୍ , ଜାଣନ୍ତୁ କେବେଠୁ ଆରମ୍ଭ ହେବ ସେବା?

Also Read: cyber crime: ମାୟା ଜାଲରେ ଫସାଇ ୮ ଲକ୍ଷ ଲୁଟିନେଲେ ମାୟାବିନୀ, ଚାତକ ଭଳି ଚାହିଁ ରହିଗଲେ ଯୁବକ

ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା ଏଠାରେ ଦେଖନ୍ତୁ: ବେଣ୍ଟ ସପୋଟିଙ୍ଗ ରୋଲ୍ ଫିର୍ ମେଲ କାଟାଗୋରୀରେ ରେ ଫିଲ୍ମ 
'ଜୁଗ୍ ଜୁଗ୍ ଜିଓ' ପାଇଁ  ଅନିଲ କପୁରଙ୍କୁ ସମ୍ମାନୀତ କରାଯାଇଥିଲା। ସେହିପରି, ଫିମେଲ୍ ବେଷ୍ଟ ସପୋଟିଙ୍ଗ ରୋଲ୍ ପାଇଁ(Sheeba Chadha) ବଧାଇ ଦୋ ଫିଲ୍ମ ପାଇଁ ଶିବା ଚାଡାଙ୍କୁ ସମ୍ମାନୀତ କରାଯାଇଥିଲା। ସର୍ବୋତ୍ତମ ସଂଳାପ ପାଇଁ ଗାଙ୍ଗୁବାଇ କାଠିଆୱାଡି ଫିଲ୍ମର ଡାଇଲଗ୍ ରାଇଟର ପ୍ରକାଶ କପଡିଆ ଏବଂ ଉତ୍କର୍ଷିନୀ ବୈଷ୍ଣବଙ୍କୁ ସମ୍ମାନୀତ କରାଯାଇଥିଲା।