Odisha News: ଆଜି ଓଡି଼ଶାରେ Vande Bharat Expressର ଟ୍ରାଏଲ ରନ୍ , ଜାଣନ୍ତୁ କେବେଠୁ ଆରମ୍ଭ ହେବ ସେବା?
Advertisement
Article Detail0/zeeodisha/odisha1671525

Odisha News: ଆଜି ଓଡି଼ଶାରେ Vande Bharat Expressର ଟ୍ରାଏଲ ରନ୍ , ଜାଣନ୍ତୁ କେବେଠୁ ଆରମ୍ଭ ହେବ ସେବା?

Vande Bharat Express News In Odia: ମେ ମାସରୁ ଓଡି଼ଶାରେ ଗଡିପାରେ ବନ୍ଦେ ଭାରତ ଏକ୍ସପ୍ରେସ୍ (Vande Bharat Express) । ଆଜି ଏହାର ପ୍ରଥମ ଟ୍ରାଏଲ ରନ୍‌ (trial run)। ହାୱାଡାରୁ (Howrah to Puri) ପୁରୀ ଆସୁଛି ବନ୍ଦେ ଭାରତ (Vande Bharat Express)।  ସକାଳ ୬ ଟା ୧୦ରେ ହାୱାଡା ଷ୍ଟେସନରୁ ଛାଡିଥିବା ଏହି ଟ୍ରେନ୍ ପୁରୀରେ ପହଞ୍ଚିବ।  ତେବେ, ଏ-ହାର ପ୍ରଥମ ଟ୍ରାଏଲ ରନ୍‌ (trial run) ସଫଳ ହେଲା ପରେ ମେ ମାସ ଦ୍ବୀତିୟ ସପ୍ତାହରୁ ରାଜ୍ୟରେ ବନ୍ଦେ ଭାରତର ସେବା ରାଜ୍ୟବାସୀ ପାଇପାରିବେ ବୋଲି ସୂଚନା ମିଳିଛି। 

ସୌଜନ୍ୟ- ସୋସିଆଲ ମିଡ଼ିଆ

Vande Bharat Express News In Odia: ଅପେକ୍ଷାର ଘଟିବାକୁ ଯାଉଛି ଅନ୍ତ । ଆସନ୍ତା ମେ ମାସରୁ ଓଡି଼ଶାରେ ଗଡିପାରେ ବନ୍ଦେ ଭାରତ ଏକ୍ସପ୍ରେସ୍ (Vande Bharat Express) । ଆଜି ଏହାର ପ୍ରଥମ ଟ୍ରାଏଲ ରନ୍‌ (trial run)। ହାୱାଡାରୁ (Howrah to Puri) ପୁରୀ ଆସୁଛି ବନ୍ଦେ ଭାରତ (Vande Bharat Express)। ସକାଳ ୬ ଟା ୧୦ରେ ହାୱାଡା ଷ୍ଟେସନରୁ ଛାଡିଥିବା ଏହି ଟ୍ରେନ୍  ଖଡ଼ଗପୁର,ଭଦ୍ରକ, ଯାଜପୁର,କଟକ,ଭୁବନେଶ୍ବର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହଣି କରିବା ପରେ ଦିନ ୧୨ଟା ୩୫ରେ ପୁରୀରେ ପହଞ୍ଚିବ। ପରେ କିଛି ସମୟ ପୁରୀରେ (puri) ରହଣୀ ପରେ,୧ଟା ୫୦ରେ ପୁରୀ ଛାଡ଼ି ରାତି ୮ଟା ୩୦ରେ ହାଓ୍ବାଡା ଅଭିମୁଖେ ଯାତ୍ରା କରିବ ବୋଲି ଜଣାପଡ଼ିଛି। ତେବେ, ଏ-ହାର ପ୍ରଥମ ଟ୍ରାଏଲ ରନ୍‌ (trial run) ସଫଳ ହେଲା ପରେ ମେ ମାସ ଦ୍ବୀତିୟ ସପ୍ତାହରୁ ରାଜ୍ୟରେ ବନ୍ଦେ ଭାରତର ସେବା  ରାଜ୍ୟବାସୀ ପାଇପାରିବେ ବୋଲି ସୂଚନା ମିଳିଛି। 

ବନ୍ଦେ ଭାରତ ଏକ୍ସପ୍ରେସରେ (Vande Bharat Express) ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ । ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନରେ(Vande Bharat Express)  ୧୧୨୮ ଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ୧୪ ଏସି ଚେୟାର କାର କୋଚ ଏବଂ ଦୁଇଟି କାର୍ଯ୍ୟନିର୍ବାହୀ ଏସି ଚେୟାର କାର କୋଚ ରହିଛି । ଆସନ୍ତା ତିନି ବର୍ଷ ମଧ୍ୟରେ ସାରା ଦେଶରେ ୪୦୦ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ (Vande Bharat Express )ଚଳାଇବାକୁ ସରକାର ଯୋଜନା କରିଛନ୍ତି । ଗତବର୍ଷ ଓଡ଼ିଶା ଗସ୍ତ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ରାଜ୍ୟରେ ଖୁବଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ୍ (Vande Bharat Express) ଗଡିବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧାରେ ଦେଶରେ ୯ଟି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି । ଏହି ଟ୍ରେନ୍ ସର୍ବାଧିକ ୧୮୦ କିଲୋମିଟର ବେଗରେ ଚାଲିପାରିବ ।

Also Read: Astrology: ବର୍ଷେ ପରେ ସୂର୍ଯ୍ୟଙ୍କ ଗ୍ରହ ଚଳନ, ମଇ ମାସରୁ ବଦଳିଯିବ ଏହି ସବୁ ରାଶିର ଭାଗ୍ୟ

Also Read: Shani Upay: ଶନି ଦେବଙ୍କ କୋପରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ସବୁ ବସ୍ତୁର ଦାନ, ମିଳିବ ଲାଭ

Also Read: cyber crime: ମାୟା ଜାଲରେ ଫସାଇ ୮ ଲକ୍ଷ ଲୁଟିନେଲେ ମାୟାବିନୀ, ଚାତକ ଭଳି ଚାହିଁ ରହିଗଲେ ଯୁବକ

(Vande Bharat Express) ବନ୍ଦେ ଭାରତ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି । ଏ-ହି ପ୍ରକଳ୍ପ ପାଇଁ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ କାରଖାନାରେ ନିର୍ମିତ କୋଚମାନଙ୍କୁ ପ୍ରାଥମିକ ରକ୍ଷଣାବେକ୍ଷଣ ପାଇଁ କୋଲକାତା ପଠାଯାଇଛି । ଏହି କୋଚମାନେ ଉଦଘାଟନ ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ରକ୍ଷଣାବେକ୍ଷଣ ପାଇଁ ଓଡିଶାକୁ ଆସିବେ ।

Also Read: Horoscope Today: ଆଜି ଏହି ଏସବୁ ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ କେମିତି ରହିବ ଶୁକ୍ରବାର

Also Read: Odisha Crime News: ନବରଙ୍ଗପୁରରୁ ଝୁଲନ୍ତା ଅବସ୍ଥାରେ ଛାତ୍ରର ମୃତଦେହ ଉଦ୍ଧାର, ଯାଜପୁରରେ ଜୀବନ ହାରିଲେ ନର୍ସିଂ ଛାତ୍ରୀ

Also Read: Liquid DAP​: ଅମିତ ଶାହ ଚାଷୀମାନଙ୍କ ପାଇଁ କଲେ ବଡ଼ ଘୋଷଣା, ଶୁଣି ଖୁସିରେ ନାଚି ଉଠିବେ ୧୪ କୋଟି କୃଷକ