HBD Nayanthara: ଫି'ରେ ଦୀପିକାଙ୍କୁ ପଛରେ ପକାଇବେ ନୟନତାରା, ଗୋଟେ ଫିଲ୍ମ ପାଇଁ ଚାର୍ଜ କରନ୍ତି ଏତେ କୋଟି
Advertisement
Article Detail0/zeeodisha/odisha1965661

HBD Nayanthara: ଫି'ରେ ଦୀପିକାଙ୍କୁ ପଛରେ ପକାଇବେ ନୟନତାରା, ଗୋଟେ ଫିଲ୍ମ ପାଇଁ ଚାର୍ଜ କରନ୍ତି ଏତେ କୋଟି

Actress Nayanthara Birthday: ସାଉଥ୍ ଅଭିନେତ୍ରୀ ନୟନତାରା (Actress Nayanthara )। ଆଜି ଏହି ଅଭିନେତ୍ରୀଙ୍କ ଜନ୍ମଦିନ (Happy Birthday Nayanthara)। ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...

HBD Nayanthara: ଫି'ରେ ଦୀପିକାଙ୍କୁ ପଛରେ ପକାଇବେ ନୟନତାରା, ଗୋଟେ ଫିଲ୍ମ ପାଇଁ ଚାର୍ଜ କରନ୍ତି ଏତେ କୋଟି

Actress Nayanthara Birthday: ସାଉଥ୍ ଅଭିନେତ୍ରୀ ନୟନତାରା (Actress Nayanthara )। ନୟନତାରା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକାଂଶ ସମୟ ସେ ଚର୍ଚ୍ଚାରେ ରୁହନ୍ତି। ଆଜି ଏହି ଅଭିନେତ୍ରୀଙ୍କ ଜନ୍ମଦିନ (Happy Birthday Nayanthara)। ସେ ତାଙ୍କର ୩୯ ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୪ ମସିହା ଆଜିକା ଦିନରେ ସେ କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ଜନ୍ମ ହୋଇଥିଲେ। ସାଉଥ୍ ଇଣ୍ତଷ୍ଟ୍ରିରେ ନାଁ କମେଇଥିବା ନୟନତାରା ବଲିଉଡରେ ମଧ୍ୟ ନିଜ ଅଭିନୟର ଜଲଓ୍ବା ଦେଖାଇ ସାରିଛନ୍ତି। ଫିଲ୍ମ 'ଜଓ୍ବାନ'ରେ (Jawan film) ସେ ବଲିଉଡରେ ଏଣ୍ଟ୍ରି ବି ମାରିଛନ୍ତି । ତେବେ, ଏହି ଫିଲ୍ମଟି ବ୍ଲକ୍ ବ୍ଲଷ୍ଟର ସାବ୍ୟସ୍ତ ହୋଇଛି । ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...

Also Read: Rabi Satpathy Passes Away: ଆଉ ନାହାଁନ୍ତି ଯାତ୍ରା କମେଡିଆନ୍ ରବି ଶତପଥୀ

ନୟନତାରାଙ୍କ ପ୍ରକୃତ ନାମ କ’ଣ?
ସାଉଥ୍ ଅଭିନେତ୍ରୀ ନୟନତାରା ତାମିଲ୍,, କନ୍ନଡ୍, ମାଲାୟାଲମ୍ ଏବଂ ତେଲୁଗୁ ଭାଷା ଏକାଧିକ ଫିଲ୍ମରେ କାମ କରିଛନ୍ତି ।  କିନ୍ତୁ ଆପଣ ଜାଣିଛନ୍ତି କି ନୟନତାରାଙ୍କ ପ୍ରକୃତ ନାମ କ’ଣ? ନୟନତାରାଙ୍କ ପୁରା ନାଁ ହେଉଛି ଡିଆନା ମାରିୟମ୍ କୁରିଆନ୍ (Diana Mariam Kurian)। କିନ୍ତୁ ଫିଲ୍ମ  ଇଣ୍ତଷ୍ଟ୍ରିରେ ସେ ନୟନତାରା ନାଁରେ ପରିଚିତ। ସେ ତାମିଲ ସିନେମା ଆୟା (୨୦୦୫) ଏବଂ ଲକ୍ଷ୍ମୀ (୨୦୦୬) ରେ  ତେଲୁଗୁ ସିନେମାରେ ଡେବ୍ୟୁ କରିଥିଲେ । ଏହା ପରେ ନୟନତାରା ଚନ୍ଦ୍ରମୁଖୀ (୨୦୦୫ ), ଦୁବାଇ ସେନୁ (୨୦୦୭), ତୁଳସୀ (୨୦୦୭), ବିଲା (୨୦୦୭), (Yaaradi Nee Mohini) ୟାରାଦିନି ମୋହିନୀ (୨୦୦୮), ଆଦୁରର୍ସ (୨୦୧୦) ଭଳି ହିଟ୍ ଫିଲ୍ମରେ କାମ କରିଛନ୍ତି । 

ଅଭିନେତ୍ରୀ ନୁହେଁ, ଚାଟାର୍ଡ ଆକାଉଣ୍ଟାଟ୍ ହେବାକୁ ଚାହୁଁଥିଲେ ନୟନତାରା:

ଅଭିନୟ ପରି ପାଠପଢାରେ ବି ବେଶ୍ ଧୁରନ୍ଦର ଥିଲେ ନୟନତାରା। ସେ କେରଳର ମୋରଥୋମା କଲେଜରୁ ଇଂରାଜୀରେ ଡିଗ୍ରୀ ହାସଲ କରିଛନ୍ତି ।   (English Literature from Mar Thoma College, Kerala) । ଅଭିନୟ ଜଗତକୁ ଆସିବା ପୂର୍ବରୁ ,ସେ ମଡଲିଂ ବି କରୁଥିଲେ।  ମଡଲିଂ କରୁଥିବା ସମୟରେ ତାଙ୍କୁ ଫିଲ୍ମ ନିର୍ମାତା ସଥ୍-ୟନ୍ (Sathyan Anthikad,Indian film director and screenwriter) ଦେଖିଥିଲେ। ପରେ ତାଙ୍କୁ ଫିଲ୍ମ(Manasinakkare) 'ମାନସିନାକାରେ' କାମ କରିବା ପାଇଁ ଅଫର ଦେଇଥିଲେ । ସେବେଠୁ ବଦଳିଥିଲା ନୟନତାରା ଙ୍କ ଭାଗ୍ୟ। ପିଲାବେଳେ ଚାଟାର୍ଡ ଆକାଉଣ୍ଟାଟ୍ (Chartered Accountant) ହେବାକୁ ଇଚ୍ଛା ଥିବା ଅଭିନେତ୍ରୀଙ୍କ ଯୋଜନା ବଦଳି ଯାଇଥିଲା। ଆଉ ଫିଲ୍ମ କ୍ୟାରିୟରରେ ଆଗକୁ ବଢିଥିଲ। ଆଉ  ୨୦୧୧ ମସିହାରେ ଧର୍ମ ବଦଳାଇଥିଲେ।  ସେ ଚେନ୍ନାଇର ଆର୍ଯ୍ୟ ସମାଜ ମନ୍ଦିରରେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ଆଉ ପରେ ସେ ମଧ୍ୟ ନିଜ ନାଁ ଡିଆନା ମାରିୟମ୍ କୁରିଆନ୍ (Diana Mariam Kurian)ରୁ ନୟନତାରାକୁ ପରିବର୍ତ୍ତନ କରିଥିଲେ। 

ସାଉଥ୍ ଇଣ୍ତଷ୍ଟ୍ରିର ଜଣେ ନାଁ କରା ଅଭିନେତ୍ରୀ ହେଉଛନ୍ତି ନୟନତାରା।  ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେ ଗୋଟିଏ ଫିଲ୍ମ କରିବା ପାଇଁ ପାଖାପାଖି ୧୦-୧୨ କୋଟି ନେଇ ଥାଆନ୍ତି। ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ, ଫିଲ୍ମ ଜଓ୍ବାନ୍ ପାଇଁ ୩୫ କୋଟି ଫି' ନେଇଥିଲେ ନୟନତାରା। ଯାହା ଦୀପିକାଙ୍କ ପାରିଶ୍ରମିକ ଠାରୁ ବେଶ୍ ଅଧିକ ଥିଲା।  ଅଭିନେତ୍ରୀ ହେବା ବ୍ୟତୀତ ନୟନତାରା ମଧ୍ୟ ଜଣେ ସଫଳ ବ୍ୟବସାୟୀ । ସେ Rowdy Pictures Bannerର ମାଲିକାଣୀ ମଧ୍ୟ ଅଟନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନୟନତାରାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପାଖାପାଖି ୨୦୦ କୋଟି ହେବ।