Rabi Satpathy Passes Away: ଆଉ ନାହାଁନ୍ତି ଯାତ୍ରା କମେଡିଆନ୍ ରବି ଶତପଥୀ
Advertisement
Article Detail0/zeeodisha/odisha1965520

Rabi Satpathy Passes Away: ଆଉ ନାହାଁନ୍ତି ଯାତ୍ରା କମେଡିଆନ୍ ରବି ଶତପଥୀ

Rabi Satpathy Passes Away: ପୁଣି ଯାତ୍ରା ଜଗତରୁ ଆସିଲା ଦୁଃଖଦ ଖବର। ଲୁହରେ ଭିଜିଲା କଳା ଜଗତ ।  ଆଉ ନାହାଁନ୍ତି ଲୋକପ୍ରିୟ ହାସ୍ୟ ଅଭିନେତା ତଥା ଯାତ୍ରା କମେଡିଆନ୍ ରବି ଶତପଥୀ (Odia Jatra Comedian Rabi Satpathy Passes Away)। ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି । 

Rabi Satpathy Passes Away: ଆଉ ନାହାଁନ୍ତି ଯାତ୍ରା କମେଡିଆନ୍ ରବି ଶତପଥୀ

Rabi Satpathy Passes Away: ପୁଣି ଯାତ୍ରା ଜଗତରୁ ଆସିଲା ଦୁଃଖଦ ଖବର। ଲୁହରେ ଭିଜିଲା କଳା ଜଗତ ।  ଆଉ ନାହାଁନ୍ତି ଲୋକପ୍ରିୟ ହାସ୍ୟ ଅଭିନେତା ତଥା ଯାତ୍ରା କମେଡିଆନ୍ ରବି ଶତପଥୀ (Odia Jatra Comedian Rabi Satpathy Passes Away)। ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ଲୋକଙ୍କୁ ହସାଇ ହସାଇ ବେଦମ୍ କରୁଥିବା ଲୋକଟି ଆଜି ସମସ୍ତଙ୍କୁ କନ୍ଦେଇ ଆରପାରିକୁ ଚାଲି ଯାଇଛି। ତାଙ୍କର ବିୟୋଗରେ ସମଗ୍ର ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି। ତେବେ, ସେ ତାଙ୍କ କ୍ୟାରିୟର ଭିତରେ ୫୦୦ରୁ ଅଧିକ ଯାତ୍ରା ପେଣ୍ତାଲରେ ନାଟକ ପରିବେଷଣ କରିଛନ୍ତି। 

Also Read: Mohammed Shami: ବିଶ୍ବକପ୍ ଫାଇନାଲ୍ ପୂର୍ବରୁ ମହମ୍ମଦ ସାମିଙ୍କୁ ମିଳିଲା ବଡ଼ ଭେଟି

ସୂଚନା ଅନୁସାରେ,  ଜଗତସିଂହପୁର ଜିଲ୍ଲା (Jagatsinghapur) କୁଜଙ୍ଗ ବ୍ଲକ ଅଗପାଳ ଗାଁର ବାସିନ୍ଦା ହେଉଛନ୍ତି  ରବି ଶତପଥୀ ।  ଚଳିତ ବର୍ଷ ରଜ ସମୟରେ କମେଡି କିଙ୍ଗ ରବି ଶତପଥୀ (Comedy King Rabi Satpathy) ନାଟକ କରିବା ପାଇଁ ଘରୁ ବାହାରି ସାରିଥିଲେ । ଯାତ୍ରାରେ ଅଭିନୟ କରିବା ପାଇଁ ସମସ୍ତ ପ୍ରସ୍ତୁତି ବି ସରିଥିଲା । ହେଲେ ହଠାତ ଦେହ ଅସୁସ୍ଥ ହୋଇ ତାଙ୍କର ବାନ୍ତି ହୋଇଥିଲେ । ଘର ଲୋକ ହସ୍ପିଟାଲ ନେବା ପରେ ଜାଣିବାକୁ ପାଇଥିଲେ ସେ  କର୍କଟ ରୋଗରେ ଆକ୍ରାନ୍ତ । ପରେ ଅଧିକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 

ସେଠାରେ କେମୋ ମଧ୍ୟ ଦିଆଗଲା । ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସିଲାନି । ଯାହା ଫଳରେ ପରିବାର ଲୋକ ଘରକୁ ନେଇଯାଇଥିଲେ। ସେବେଠୁ ଶଯ୍ୟାଶାୟୀ ହୋଇ ଘରେ ରହିଥିଲେ ରବି ଶତପଥୀ। କିନ୍ତୁ ଗତକାଲି( ଶୁକ୍ରବାର) ରାତିରେ ତାଙ୍କର ଦେହାନ୍ତ ହୋଇଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ‘ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରାରେ ପଦୁ ମହାନ୍ତି ଚରିତ୍ର ତାଙ୍କ ପରିଚୟ ସୃଷ୍ଟି କରିଥିଲା । ଏହି ଚରିତ୍ର ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟ ଜିଣିଥିଲେ ।